ଗୃହରେ ‘ସ୍ମୀତାରାଣୀ’ମୃତୁ୍ୟ ଝଡ଼ ହୋଇ ପାରିଲାନି ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ

November 14, 2019, ଓଡ଼ିଶା, , Anupambharat News Bureau


 ଗୃହରେ ‘ସ୍ମୀତାରାଣୀ’ମୃତୁ୍ୟ ଝଡ଼ ହୋଇ ପାରିଲାନି ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ
Anupambharat News Bureau
November 14, 2019

ଭୁବନେଶ୍ୱର,୧୪ ।୧୧ ।(ଅନୁପମ ମିଡିଆ): ଗୁରୁବାର ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଯାଜପୁରର ପିଇଓ ସ୍ମୀତାରାଣୀ ହତ୍ୟା ମାମଲାକୁ ନେଇ ଝଡ଼ ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ପକ୍ଷରୁ ପ୍ରବଳ ହଟ୍ଟଗୋଳରୁ ବାଚସ୍ପତି ବିଧାନସଭାକୁ ବାରମ୍ବାର ସ୍ଥଗିତ କରିଥିଲେ । ହଟ୍ଟଗୋଳ କାରଣରୁ ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳର କାର୍ଯ୍ୟକ୍ରମ ହୋଇ ପାରିନ ଥିଲା । ବାଚସ୍ପତି ପ୍ରଥମେ ୧୦.୩୩ରୁ ୧୨ଟା ଓ ପରେ ୧୨.୦୯ରୁ ୧୨.୩୯ ଯାଏ ସ୍ଥଗିତ ରଖିଥିଲେ ।
ଗୁରୁବାର ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଧାନସଭା ୧୦.୩୦ରେ ଆରମ୍ଭ ହୋଇଥିଲା । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ଚାହିଁଥିଲେ । ସେତେବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ଆସନରେ ଠିଆ ହୋଇ ସ୍ମିତାରାଣୀ ମାମଲାରେ ଆଲୋଚନା କରିବାକୁ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଏହା ଉପରେ ଧ୍ୟାନ ଦେଇ ନ ଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଂଗ୍ରେସର ଅନ୍ୟ ବିଧାୟକ ମାନେ ଏହାର ପ୍ରତିବାଦରେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ବିଜେପି ବିଧାୟକ ମାନେ ମଧ୍ୟ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ ଆରମ୍ଭ କରି ଦେଇଥିଲେ । ବିଜେପି ବିଧାୟକ ମାନେ ଧରି ଥିବା ପ୍ଲାକାର୍ଡରେ ଲେଖା ଯାଇଥିଲା ଯେ, ସ୍ମିତାରାଣୀ ହତ୍ୟାକାରୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି, ରଙ୍ଗଶାଳାର ସିସିଟିଭି କୁଆଡେ ଗଲା, ସ୍ମିତାରାଣୀଙ୍କୁ ନ୍ୟାୟ ପାଇଁ ମହିଳା କମିଶନଙ୍କୁ ବରଖାସ୍ତ କର, ତାଙ୍କୁ ଚରିତ୍ରହୀନ କହିଥିବା ଏସପିଙ୍କୁ ବରଖାସ୍ତ କର, ରୁପେଶ ଭଦ୍ରଙ୍କୁ ଧାରା ୩୦୨ରେ ଗିରଫ କରାଯାଉ । ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା । ବାଚସ୍ପତି ସେମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଥିଲେ । ହେଲେ ସ୍ଥିତିରେ କୌଣସି ପ୍ରକାର ପରିବର୍ତ୍ତନ ନଆସିବା କାରଣରୁ ବାଚସ୍ପତି ୧୦.୩୩ରୁ ୧୨ ଟା ଯାଏ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଦିନ ୧୨ଟା ବେଳେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସୁରକ୍ଷା କର୍ମଚାରୀଙ୍କ ବଳୟ ମଧ୍ୟରେ ପଢିବା ଆରମ୍ଭ କରିଥିଲେ ।କଂଗ୍ରେସ ବିଧାୟକ ମାନେ ନିଜ ଆସନରେ ବସି ନାରାବାଜୀ କରୁଥିବା ବେଳେ ବିଜେପି ବିଧାୟକ ମାନେ ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଥିଲେ । ଏହା ଫଳରେ ବାଚସ୍ପତି ୧୨.୦୯କୁ ୧୨.୩୯ ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ । ବିଧାନସଭାର ଦ୍ୱିତୀୟାର୍ଦ୍ଧ ବୈଠକ ୪ ଟା ୨୧ରେ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ଅନୁଯାୟୀ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ କେବଳ ଶାସକ ଦଳର ବିଧାୟକମାନେ ଅଂଶଗ୍ରହଣ କରି ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ
ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା
ଲାଗି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ଦଳର ସଭ୍ୟମାନେ ଅନୁପସ୍ଥିତ ଥିବା ବେଳେ ବିଜେପି ଦଳର ସଭ୍ୟମାନେ ଉପସ୍ଥିତ ଥାଇ ମଧ୍ୟ କାର୍ଯ୍ୟ୍ରକମରେ ଅଂଶଗହଣ କରିନଥିଲେ । ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ବିଜେପି ବିଧାୟକମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ବାଚସ୍ପତି ସେମାନଙ୍କୁ ଏଥିରୁ ବିରତ ହୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ହେଁ ସେମାନେ ହୋହଲ୍ଲା ଜାରୀ ରଖିଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକ ମାତ୍ର ୪ ମିନିଟ୍‌ ପାଇଁ ଚାଲି ପାରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

Read More...

ବୁଲବୁଲ୍‌ କ୍ଷତିଗ୍ରସ୍ତ  ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

ବୁଲବୁଲ୍‌ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page