ଡୋପ ଟେଷ୍ଟରେ ବିଫଳ ରବି କୁମାର ଚାରି ବର୍ଷ ପାଇଁ ବାସନ୍ଦ

November 05, 2019, ଓଡ଼ିଶା, , Anupambharat News Bureau


ଡୋପ ଟେଷ୍ଟରେ ବିଫଳ   ରବି କୁମାର ଚାରି ବର୍ଷ ପାଇଁ ବାସନ୍ଦ
Anupambharat News Bureau
November 05, 2019

ଭୁବନେଶ୍ୱର,୫ ।୧୧(ଅନୁପମ ମିଡିଆ): ଡୋପ୍‌ ଟେଷ୍ଟରେ ଧରାପଡ଼ି ଚାରି ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଓଡ଼ିଆ ଭାରୋତ୍ତୋଳକ ରବି କୁମାର । ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ଏନେଇ ମଙ୍ଗଳବାର ସୂଚନା ଦିଆଯାଇଛି । ଆଗକୁ ଟୋକିଓ ଅଲମ୍ପିକ୍ସ ଥିବା ବେଳେ ରବି କୁମାର ଡୋପିଂ ଟେଷ୍ଟରେ ଫେଲ୍‌ ହେବା ଭାରତକୁ ବଡ଼ ଝଟକା ଦେଇଛି । ରବି କୁମାର କହିଛନ୍ତି, ନାଡାରେ ଶୁଣାଣି ଶେଷ ହୋଇନି । ମୁଁ ମୋର ପକ୍ଷ ରଖୁଛି । ଗତ ଶୁଣାଣିରେ ନାଡା ମୋ ପକ୍ଷ ଗ୍ରହଣ କରିଛନ୍ତି । ମୁଁ ମୋର ଖେଳକୁ ବରବାଦ ହେବାକୁ ଦେବିନି । ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳିଙ୍କୁ ମଧ୍ୟ ନାଡା ପକ୍ଷରୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି । ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍‌ ଥ୍ରୋର ଧରମରାଜ ଯାଦବ, ସ୍ପ୍ରିଂଟର ସିତ ଏବଂ ଭାରୋତ୍ତୋଳକ ଗୁରୁମିଲ୍‌ ସିଂହ । ସୂଚନାଯୋଗ୍ୟ ଯେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୬୯ କିଲୋଗ୍ରାମ ବର୍ଗରେ ରବି କୁମାର ସ୍ୱର୍ଣ୍ଣ ପଦକ ପାଇଥିଲେ । ସେହିପରି ୨୦୧୪ରେ ୭୭ କେଜି ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ୮.୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ୮.୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Read More...

ପ୍ରଦୂଷଣ ସମ୍ପର୍କିତ ଗୃହ କମିଟି ବୈଠକ, ରାଜ୍ୟର ସାତ ସହର ପ୍ରଦୂଷିତ

ପ୍ରଦୂଷଣ ସମ୍ପର୍କିତ ଗୃହ କମିଟି ବୈଠକ, ରାଜ୍ୟର ସାତ ସହର ପ୍ରଦୂଷିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page