ଭିମସାରରେ ୧୨ ଘଣ୍ଟା ଧରି ପଡ଼ିରହିଲା ଏଚଆଇଭି ରୋଗୀଙ୍କ ମୃତଦେହ

November 04, 2019, ଓଡ଼ିଶା, , Anupambharat News Bureau


 ଭିମସାରରେ ୧୨ ଘଣ୍ଟା ଧରି ପଡ଼ିରହିଲା ଏଚଆଇଭି ରୋଗୀଙ୍କ ମୃତଦେହ
Anupambharat News Bureau
November 04, 2019

ସମ୍ବଲପୁର,୩ା୧୧ (ଅନୁପମ ମିଡିଆ): ଭିମସାରର ଦନ୍ତ ବିଭାଗରେ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାରକୁ ପ୍ରସଙ୍ଗ ବର୍ତ୍ତମାନ ସୁଦ୍ଧା ଦୋଛକି ମଧ୍ୟରେ ଝୁଲି ରହିଛି । ତାର କୌଣସି ନିଷ୍କର୍ଶ ବାଟ ଫିଟି ପାରି ନାହିଁ ପୁଣି ଆଜି ଏଚ୍‌ଆଇଭି ରୋଗୀଙ୍କୁ ନେଇ ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାର । ପୁଣି ଜଣେ ଏଚ୍‌ଆଇଭି ଆକ୍ରାନ୍ତ ରୋଗୀଙ୍କ ଶବ ୧୨ ଘଣ୍ଟା ଧରି ବୁର୍ଲା ଭିମସାରର ଶଯ୍ୟାରେ ପଡିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଶବକୁ ଶଯ୍ୟାରୁ ନେବା ପାଇଁ ଭିମସାର ବ୍ୟବସ୍ତା ଏବଂ ପୁଲିସ ମଧ୍ୟରେ ଟଣା ଓଟରା ସ୍ତିତି ଚାଲିଥିବା ବେଳେ ଦିର୍ଘ ସମୟ ଶବଟି ବିଭାଗ ମଧ୍ୟରେ ପଡିରହିଥିବା କାରଣରୁ ବିଭାଗରେ ଚିକିସିାଧୀନ ରୋଗୀ ତଥା ତାଙ୍କ ସମ୍ପର୍କିୟ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ବୁର୍ଲା ଭିମସାରର ମେଡିସିନ ବିଭାଗର ଦ୍ୱିତୀୟ ୟୁନିଟରେ ୧୩୭ ନମ୍ବର ଶଯ୍ୟାରେ ଗତ ଅକେଫାବର ମାସ ୨୩ ତାରିଖରୁ ଜଣେ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ରୋଗି ଜଣକ ବରଗଡ ଜିଲ୍ଲା ଅଞ୍ଚଳର ନିବାସୀ ବୋଲି ଜଣାପଡିଛି । ତେବେ ଉକ୍ତ ରୋଗୀଜଣକ ତାଙ୍କ ଡାହାଣ ଆଖିରେ ଏକ ଟୁ୍ୟମର ବୃଦ୍ଧି ହେଉଥିବାରୁ ସେ ଗତ ୨୩ ତାରିଖରେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇ ଚିକିସିିତ ହେଉଥିଲେ । ଆଖି ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଅସ୍ତ୍ରୋପଚାର ପରେ ଉକ୍ତ ରୋଗୀଙ୍କୁ ମେଡିସିନ ବିଭାଗକୁ ପ୍ରେରିତ କରି ଦିଆ ଯାଇଥିଲା । ତେବେ ଉକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାର ଲୋକ ତାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଯାଇଥିଲେ । ତେବେ ଆଜି ଉକ୍ତ ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ ଟା ୫୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ରୋଗୀଜଣକ ଦିର୍ଘଦିନ ହେବ ଏଚ୍‌ଆଇଭି ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ବିଭାଗୀୟ ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କ ମୃତୁ୍ୟ ହେବା ପରେ ଶବ ଦିର୍ଘ ୧୨ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ଶଯ୍ୟାରେ ପଡିରହିଥିଲା । ଶବ ନେବା ପାଇଁ ତାଙ୍କ ପରିବାରର କେହି ନ ଥିବା ବେଳେ ଭିମସାର ତରଫରୁ କୌଣସି ବ୍ୟବସ୍ତା ହୋଇ ନ ଥିଲା । ତେବେ ଦିର୍ଘ ସମୟ ଧରି ବିଭାଗ ମଧ୍ୟରେ ଚିକିସିାଧୀନ ରୋଗୀଙ୍କ ମଧ୍ୟରେ ଶବ ପଡିଥିବା କାରଣରୁ ଅସନ୍ତୋଷ ଦେଖା ଦେଇଥିଲା । ଏହାକୁ ନେଇ ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ଏହା ପୁଲିସର କାମ ପୁଲିସ ଶବକୁ ଜବତ କରି ନିଜ ହେପାଜତକୁ ନେବା କଥା ଯଦିଓ ଶବ ଦିର୍ଘସମୟ ହେଲା ପଡିରହିଛି କଣ ହୋଇଛି ତାହା ପଚାରି ବୁଝୁଛି ବୋଲି କହିଥିଲେ । ଅନ୍ୟପଟେ ପୁଲିସର କହିବା କଥା ହେଲା ଯେହେତୁ ରୋଗରେ ରୋଗୀର ମୃତୁ୍ୟ ଘଟିଛି ତେବେ ମେଡିକାଲ କର୍ତ୍ତୃପକ୍ଷ ନିଜେ ଶବକୁ ନିଜ ଇଚ୍ଛା ଅନୁସାରେ ତାଙ୍କ ପରିବାର ଲୋକଙ୍କୁ ଦେଇପାରିବେ ବୋଲି କହିଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଲା ଉକ୍ତ ରୋଗୀର ଦେହରେ ଯେହେତୁ ଏଡ଼ସ୍‌ ରୋଗ ହୋଇଥିଲା ତେବେ ଏଭଳି ଶବକୁ ଦିର୍ଘ ସମୟ ଧରି ଅନ୍ୟ ଚିକିସିାଧୀନ ରୋଗୀଙ୍କ ମଧ୍ୟରେ ପକାଇ ରଖିବା ଅତ୍ୟନ୍ତ ଅମାନବିୟ ବୋଲି ଚର୍ଚ୍ଚା ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିଳାନ୍ୟାସ ସ୍ଥଳରେ ମାରପିଟ୍‌, ଥାନାରେ ମାମଲା

ଶିଳାନ୍ୟାସ ସ୍ଥଳରେ ମାରପିଟ୍‌, ଥାନାରେ ମାମଲା

Read More...

 ଭୂତ କହୁଛି ମୃତୁ୍ୟର କାହାଣୀ! ମହିଳାଙ୍କ ଅସ୍ୱାଭାବିକ ଆଚରଣ

ଭୂତ କହୁଛି ମୃତୁ୍ୟର କାହାଣୀ! ମହିଳାଙ୍କ ଅସ୍ୱାଭାବିକ ଆଚରଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page