ଚନ୍ଦ୍ରଯାନ ୨ ଭବିଷ୍ୟତରେ ହେବ ସଫଫ ଲ୍ୟାଣ୍ଡିଂ: ଶିବନ

November 02, 2019, ଦେଶ, , Anupambharat News Bureau


ଚନ୍ଦ୍ରଯାନ ୨ ଭବିଷ୍ୟତରେ ହେବ ସଫଫ ଲ୍ୟାଣ୍ଡିଂ: ଶିବନ
Anupambharat News Bureau
November 02, 2019

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରରେ ସଫଫ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ । ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି ଏହା କହିଛନ୍ତି ।
ଆଗାମୀ ମାସରେ ଇସ୍ରୋ ଅନେକ ଅତ୍ୟାଧୁନିକ ସାଟେଲାଇଟ୍‌ ମହାକାଶକୁ ପଠାଇବ । ଏହାର ସାହାଯ୍ୟ ନେଇ ଚନ୍ଦ୍ରରେ ଚନ୍ଦ୍ରଯାନ ସଫଫ ଲ୍ୟାଣ୍ଡିଂ କରିବ ବୋଲି ସେ କହିଛନ୍ତି । ‘ମିଶନ ଚନ୍ଦ୍ରଯାନ ୨ ବାବଦରେ ସମସ୍ତେ ଅବଗତ ଅଛନ୍ତି । ବୈଷୟିକ ତ୍ରୁଟି ପାଇଁ ଆମେ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ର ପୃଷ୍ଠରେ ସଫଫ ଲ୍ୟାଣ୍ଡିଂ କରିପାରି ନଥିଲେ । ହେଲେ ଚନ୍ଦ୍ରପୃଷ୍ଠରୁ ୩୦୦ ମିଟର ଦୂରରେ ଥିବା ପର୍ଯ୍ୟନ୍ତ ଏହି ମିଶନ ସଫଳ ଥିଲା ।
ବିକ୍ରମ ଲ୍ୟାଣ୍ଡର ସଫଫ ଲ୍ୟାଣ୍ଡିଂ ନହେବା ପରେ ଅନେକ ତଥ୍ୟ ଇସ୍ରୋ ବୈଜ୍ଞାନିକ ମାନେ ଅଧ୍ୟୟନ କରିଛନ୍ତି । ଏହି ତଥ୍ୟକୁ ଆଧାର କରି ଇସ୍ରୋ ବୈଜ୍ଞାନିକ ମାନେ ଚନ୍ଦ୍ରରେ ସଫଫ ଲ୍ୟାଣ୍ଡିଂ କରାଇବେ’ ବୋଲି ଦିଲ୍ଲୀ ଆଇଆଇଟିର ସୂବର୍ଣ୍ଣ ଜୟନ୍ତୀ ଅବସରରେ ଶିବନ କହିଛନ୍ତି । ସେ ଆହୁରି କହିଛନ୍ତି, ‘ଇସ୍ରୋ ଆଦିତ୍ୟ ଏଲ୧ ସୋଲାର ମିଶନ, ହ୍ୟୁମାନ ସ୍ପେସଫ୍ଲାଇଟ୍‌ ପ୍ରୋଗ୍ରାମ୍‌ ଟ୍ରାକ ଉପରେ ଇସ୍ରୋ ନଜର ରଖିଛି । ଆଗାମୀ ଦିନରେ ଏହି ସବୁ ଅତ୍ୟାଧୁନିକ ସାଟେଲାଇଟ୍‌ ଲଞ୍ଚ ହେବ । ଡ଼ିସେମ୍ବର ନହେଲେ ଜାନୁଆରୀରେ ଏସଏସଏଲବି ସାଟେଲାଇଟ୍‌ ମହାକାଶକୁ ପଠାଯିବ ।
୨୦୦ଟନ ବିଶିଷ୍ଟ ସେମି-କ୍ରାୟୋ ଇଞ୍ଜିନର ଟେଷcିଂ ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ଏନଏଭିଆଇସି ମୋବାଇଲ ଫୋନକୁ ସିଗ୍ନାଲ୍‌ ପଠାଇବା ପାଇଁ କାମ କରିବ । ଆଇଆଇଟିର ସୂବର୍ଣ୍ଣ ଜୟନ୍ତୀ ଅବସରରେ ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି, ବୈଷୟିକ ଶିକ୍ଷା ପାଇଁ ଦେଶରେ ଆଇଆଇଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତିନି ଦଶକ ତଳେ ସେ ଆଇଆଇଟିରୁ ପାସ୍‌ କରିଥିଲେ ।
ସ୍ପେଶିଆଲାଇଜେସନ ପାଇଁ ସେତେଟା ସୁଯୋଗ ନଥିଲା । ହେଲେ ଏବେ ଏହାର ପ୍ରଚୁର ସୁଯୋଗ ରହିଛି ବୋଲି ଶିବନ କହିଛନ୍ତି । ଏବେ ଅସ୍ଥିରତା, ଅନିଶ୍ଚିତକା ଏବଂ ଜଟିଳତା ରହିଛି । ହେଲେ ଏବେର ଛାତ୍ରଛାତ୍ରୀ ଏହି ସବୁ ସମସ୍ୟା ସହ ଲଢ଼ିବା ପାଇଁ ସକ୍ଷମ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍କଳ ଆଲୁମିନାର ପ୍ଲାଣ୍ଟ ନିକଟରେ ଧାରଣା ଦେଲେ ଡ଼ିମୁଣ୍ଡି ଗ୍ରାମବାସୀ  ପୋଲିସ ପ୍ରଶାସନ-ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତା ଧସ୍ତି, ପୋଲିସର ଲାଠି ଚାଳନା

ଉତ୍କଳ ଆଲୁମିନାର ପ୍ଲାଣ୍ଟ ନିକଟରେ ଧାରଣା ଦେଲେ ଡ଼ିମୁଣ୍ଡି ଗ୍ରାମବାସୀ ପୋଲିସ ପ୍ରଶାସନ-ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତା ଧସ୍ତି, ପୋଲିସର ଲାଠି ଚାଳନା

Read More...

ରାଷ୍ଟ୍ରପତି ବିଜେପିର ପକେଟରେ ଅଛନ୍ତି: ଶିବସେନା

ରାଷ୍ଟ୍ରପତି ବିଜେପିର ପକେଟରେ ଅଛନ୍ତି: ଶିବସେନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page