ପୁଣି ଆସୁଛି ଲଘୁଚାପ, ୩ରୁ ବର୍ଷା ସମ୍ଭାବନା

November 01, 2019, ଓଡ଼ିଶା, , Anupambharat News Bureau


ପୁଣି ଆସୁଛି ଲଘୁଚାପ,  ୩ରୁ ବର୍ଷା ସମ୍ଭାବନା
Anupambharat News Bureau
November 01, 2019

ଭୁବନେଶ୍ୱର, ୧ ।୧୧(ଅନୁପମ ମିଡିଆ): ବଙ୍ଗୋପସଗାରରେ ପୁଣି ଘନୀଭୂତ ହେଉଛି ଏକ ଲଘୁଚାପ । ଆସନ୍ତା ୩ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ରୂପ ନେବାର ସମ୍ଭାବନା ରହିଛି । ଯାହାଫଳରେ ୨ରୁ ୩ ଦିନ ରାଜ୍ୟରେ ବର୍ଷା ଜାରି ରହିବ । ଯଦି ଏହା ଆହୁରି ଘନୀଭୂତ ହୁଏ ଏବଂ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ଗତି କରେ ତେବେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଶୁକ୍ରବାର ସୂଚନା ଦେଇଛି । ଏହା ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ ଏମିତି ହେଲେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନ ହେବ । ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନର ସ୍ଥିତି ଓ ତାପାମାତ୍ରା ଯାହା ଅଛି ଆଣ୍ଡାମାନ ନିକଟରେ ଏହା ସକ୍ରିୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ଏହା ଉପରେ ତୀକ୍ଷ୍ମ ନଜର ରଖିବା ସହ କୌଣସି ସତର୍କ ସୂଚନା ନାହିଁ
ବୋଲି ପାଣିପାଗ ବିଭାଗ କହିଛି । ଗତ ସପ୍ତାହରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିବା ଦ୍ୱାରା ୧୦ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିଲା ଏବେ ପୁଣିଥରେ ୨ରୁ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଷ୍ଟ୍ରପତି ବିଜେପିର ପକେଟରେ ଅଛନ୍ତି: ଶିବସେନା

ରାଷ୍ଟ୍ରପତି ବିଜେପିର ପକେଟରେ ଅଛନ୍ତି: ଶିବସେନା

Read More...

ବିଧାନସଭା ନିର୍ବାଚନ,  ପାଞ୍ଚ ପର୍ଯ୍ୟାୟରେ ଝାଡ଼ଖଣ୍ଡ ଭୋଟ

ବିଧାନସଭା ନିର୍ବାଚନ, ପାଞ୍ଚ ପର୍ଯ୍ୟାୟରେ ଝାଡ଼ଖଣ୍ଡ ଭୋଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page