ଅମରେଶ ହତ୍ୟା ମାମଲା ଦୁଇ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଗିରଫ

November 01, 2019, ଓଡ଼ିଶା, , Anupambharat News Bureau


ଅମରେଶ ହତ୍ୟା ମାମଲା  ଦୁଇ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଗିରଫ
Anupambharat News Bureau
November 01, 2019

ଭୁବନେଶ୍ୱର, ୧ା୧୧ (ଅନୁପମ ମିଡିଆ) : ଦୀପାବଳି ରାତିରେ ଭୁବନେଶ୍ୱର ଏୟାରଫିଲï ଥାନା ନିକଟରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡରେ ଦୁଇଜଣ ମୋଷ୍ଟ ୱାଣ୍ଟେଡ ସମେତ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି । ଭୁବନେଶ୍ୱର ବାହାରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିଥିବା କମିଶନରେଟ ପୋଲିସ ପ୍ରକାଶ କରିଛି । ହତ୍ୟାରେ ସାମିଲ ଥିବା ମୋଷ୍ଟୱାଣ୍ଟେଡ଼ ଦୁଇଜଣ ହେଲେ ରାଘବ ବାରିକ ଓ ଶଙ୍କର ବସ୍ତିଆ ସମେତ ଜିତେନ୍ଦ୍ର ମଲ୍ଲିକ ଓ ଜଗଦିଶ ଗଜେନ୍ଦ୍ରକୁ ପୋଲିସ ଗିରଫ କରିଛି । ଗତ ଦୀପାପଳି ରାତିରେ ଏମାନେ ହାତ୍ୟାକାଣ୍ଡ ଘଟାଇ ରାଜ୍ୟ ବାହାକୁ ଚାଲିଯାଇଥିଲେ । ସ୍ପେଶାଲ ସ୍କ୍ୱାର୍ଡ ଟିମ୍‌ ଛାନଭିନ କଲାପରେ ରାଘବ ଓ ଶଙ୍କରକୁ ଗିରଫ କରିଛନ୍ତି । ହତ୍ୟାକାଣ୍ଡର ୩ ଦିନ ପରେ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଘଟଣାରେ ୨୦ରୁ ଅଧିକ ଅଭିଯୁକ୍ତ ଥିବାବେଳେ ଦୁଇ ମୋଷ୍ଟ ୱାଣ୍ଟେଡକୁ ଚିହ୍ନଟ ହୋଇଥିଲେ ସୋମନେ ହେଲେ ଶଙ୍କର ବସ୍ତିଆ ଓରଫ ଡିଜେ ରକ୍‌ ଏବଂ ରାଘବ ଓରଫ ରଘୁଆ । ଏହି ୨ ଅଭିଯୁକ୍ତ ମୋଷ୍ଟ ୱାଣ୍ଟେଡ ବୋଲି ଚିହ୍ନଟ କରିବା ପରେ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଥିଲା ପୋଲିସ । ସେହିଭଳି ଆଉ
ଦୁଇ ଜଣ ଅଭିଯୁକ୍ତଙ୍କୁ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ ଟିମ୍‌ ଗିରଫ କରିଛି । ସେମାନେ ହେଲେ । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୧୩ ଅଭିଯୁକ୍ତ ଫେରାର୍‌ ଅଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଗୁପ୍ତ ସ୍ଥାନରେ ରଖି ଜେରା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାନସଭା ନିର୍ବାଚନ,  ପାଞ୍ଚ ପର୍ଯ୍ୟାୟରେ ଝାଡ଼ଖଣ୍ଡ ଭୋଟ

ବିଧାନସଭା ନିର୍ବାଚନ, ପାଞ୍ଚ ପର୍ଯ୍ୟାୟରେ ଝାଡ଼ଖଣ୍ଡ ଭୋଟ

Read More...

ସାତ ସୁଦ୍ଧା ନହେଲେ ରାଷ୍ଟ୍ରପତି ଶାସନ !

ସାତ ସୁଦ୍ଧା ନହେଲେ ରାଷ୍ଟ୍ରପତି ଶାସନ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page