ଖଡିଆଳ ପିଡବ୍ଲì୍ୟଡି ବିଭାଗର ମନମୁଖୀ କାର୍ଯ୍ୟ ରାସ୍ତା ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ

November 01, 2019, ଓଡ଼ିଶା, , Anupambharat News Bureau


ଖଡିଆଳ ପିଡବ୍ଲì୍ୟଡି ବିଭାଗର ମନମୁଖୀ କାର୍ଯ୍ୟ  ରାସ୍ତା ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ
Anupambharat News Bureau
November 01, 2019

ସିନାପାଲି , ୧ା୧୧ (ଅନୁପମ ମିଡିଆ): ନୂଆପଡା ଜିଲ୍ଲା ଖଡିଆଳ ପିଡବ୍ଲì୍ୟଡି ବିଭାଗ ତରଫରୁ ସିନାପାଲି ଗୋଲାମୁଣ୍ଡା ପିଡବ୍ଲì୍ୟଡି ରାସ୍ତାର ଦୁଇପାଶ୍ୱର୍ର ସଫେଇ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତ କରି କାର୍ଯ୍ୟ ଚଲାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ଉଦ୍‌ବେଗ ପ୍ରକାଶ ପାଇଛି । ସିନାପାଲିରୁ ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୧୫ କିମି ରାସ୍ତାରେ ଉଭୟ ପାଶ୍ୱର୍ରେ ଘାସ ସଫା କରିବା ପାଇଁ ସ୍ଥାନୀୟ ଜଣେ ପେଟି ଠିକାଦାର ଶିଶୁ ଶ୍ରମିକ ନିଯୁକ୍ତି କରି କାର୍ଯ୍ୟ କରୁଛନ୍ତି । ଏହା ପ୍ରତି ବିଭାଗୀୟ ଅଧିକାରୀ ଜାଣିଶୁଣି ମଧ୍ୟ ଚୁପ୍‌ ରହୁଥିବା ଅନୁମେୟ ହୋଇଛି । ଏତଦ୍‌ ବ୍ୟତୀତ ଉକ୍ତ ଶ୍ରମିକ ମାନଙ୍କୁ ୮ ଘଣ୍ଟା ଖଟାଇ ସରକାରୀ ଦରରେ ପାଉଣା ଦେଉନାହାଁନ୍ତି । ସରକାରୀ ନିର୍ଦ୍ଦେଶ ଅନୁସାରେ ଶ୍ରମିକମାନଙ୍କୁ ୨୮୦ ଟଙ୍କା ଦୈନିକ ଆଠଘଣ୍ଟା ପାଇଁ ମଜୁରୀ ଦେବା କଥା । ହେଲେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ସଳାସୁତୁରାରେ କାର୍ଯ୍ୟ ଚାଲିଥିବାରୁ ଏସବୁ କାର୍ଯ୍ୟକାରୀ ହୋଇପାରୁନାହିଁ । ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ଧବଳେଶ୍ୱର ମାଝୀଙ୍କୁ ପଚାରିବାରୁ, ଏ ବିଷୟକୁ ନେଇ ମୁଁ କିଛି ଜାଣିନାହିଁ, ଠିକାଦାରଙ୍କୁ ପଚାରି ବୁଝିବି ଓ ତାର ପଦକ୍ଷେପ ନେବି ବୋଲି ପ୍ରକାଶ କରିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ସଂପୃକ୍ତ ଠିକଦାରଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିବସେନା,ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବେ

ଶିବସେନା,ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବେ

Read More...

ଶିକୁଳିରେ ବନ୍ଧା ଶୈଶବ ଜୀବନ

ଶିକୁଳିରେ ବନ୍ଧା ଶୈଶବ ଜୀବନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page