ଟଙ୍କା ପାଇଁ ପର୍ଯ୍ୟଟକଙ୍କୁ ମାଡ଼, ୮ ଆହତ

October 29, 2019, ଓଡ଼ିଶା, , Anupambharat News Bureau


ଟଙ୍କା ପାଇଁ ପର୍ଯ୍ୟଟକଙ୍କୁ ମାଡ଼, ୮ ଆହତ
Anupambharat News Bureau
October 29, 2019

ବାଲେଶ୍ୱର,୨୯ା୧୦ (ଅନୁପମ ମିଡିଆ): ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚୁଲିଙ୍ଗେଶ୍ୱରରେ ପର୍ଯ୍ୟଟକଙ୍କୁ ଷ୍ଟାଣ୍ଡ କର୍ମଚାରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ଯାଜପୁର ଅଞ୍ଚଳରୁ ବେଣୁଧର ଦ୍ୱବେଦୀ ନିଜର ପରିବାର ସହ ପଞ୍ଚୁଲିଙ୍ଗେଶ୍ୱର ପୀଠକୁ ଦର୍ଶନ ପାଇଁ ଆସିଥିଲେ । ଷ୍ଟାଣ୍ଡରେ ଗାଡି ରଖି ଭୁଲ୍‌ବସତଃ ମନ୍ଦିର ଭିତରକୁ ଚାଲିଯାଇଥିଲେ । ପରିବାର ସହ ବେଣୁଧର ଫେରିବା ପରେ ଷ୍ଟାଣ୍ଡ କର୍ମଚାରୀ ତାଙ୍କୁ ୧୦ ଟଙ୍କା ବଦଳରେ ୨୦ ଟଙ୍କା ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷୀପ୍ତ ହୋଇ ଷ୍ଟାଣ୍ଡ କର୍ମଚାରୀ ବେଣୁଧରଙ୍କ ପରିବାର ଲୋକଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିଲେ । ଏଥିରେ ଆହତ ହୋଇଥିବା ବେଣୁଧରଙ୍କ ପରିବାର ପକ୍ଷରୁ ଷ୍ଟାଣ୍ଡ କର୍ମଚାରୀଙ୍କ ବିରୋଧରେ ନୀଳଗିରି ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ଅଭିଯୋଗ ପାଇ ସେମାନଙ୍କୁ ଡାକ୍ତରୀମାଇନା କରି ଷ୍ଟେଟ୍‌ମେଣ୍ଟ୍‌ ରେକର୍ଡ କରିବା ସହିତ ତଦନ୍ତ ଆରମ୍ଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କାରଖାନାରେ ଶ୍ରମିକଙ୍କ ରହସ୍ୟଜନକ ମୃତୁ୍ୟକୁ ନେଇ ଉତ୍ତେଜନା, ଧାରଣା ଚେତାବନୀ

କାରଖାନାରେ ଶ୍ରମିକଙ୍କ ରହସ୍ୟଜନକ ମୃତୁ୍ୟକୁ ନେଇ ଉତ୍ତେଜନା, ଧାରଣା ଚେତାବନୀ

Read More...

ମାହାଙ୍ଗାର ବହୁମୁଖୀ ଅଟ୍ଟାଳିକା ଠିକାଦାରଙ୍କ କବ୍‌ଜାରେ : ସାଧାରଣରେ ତୀବ୍ର ଅସନ୍ତୋଷ

ମାହାଙ୍ଗାର ବହୁମୁଖୀ ଅଟ୍ଟାଳିକା ଠିକାଦାରଙ୍କ କବ୍‌ଜାରେ : ସାଧାରଣରେ ତୀବ୍ର ଅସନ୍ତୋଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page