ମହାରାଷ୍ଟ୍ରରେ ସରକାର ଗଠନରେ ବିଳମ୍ବ ୫୦:୫୦ ଫର୍ମୁଲା ଜିଦ୍‌ରେ ଶିବସେନା

October 26, 2019, ଦେଶ, , Anupambharat News Bureau


ମହାରାଷ୍ଟ୍ରରେ ସରକାର ଗଠନରେ ବିଳମ୍ବ  ୫୦:୫୦ ଫର୍ମୁଲା ଜିଦ୍‌ରେ ଶିବସେନା
Anupambharat News Bureau
October 26, 2019

ମୁମ୍ବାଇ, ୨୬ା୧୦ : ହରିୟାଣାରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ମହାରାଷ୍ଟ୍ରରେ ଜାରି ରହିଛି ଅଚଳାବସ୍ଥା । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ବାହାରିବାର ୨ ଦିନ ପରେ ବି ସରକାର ଗଠନ ନେଇ ଏଯାବତ୍‌ ନିଷ୍ପତ୍ତି ହୋଇ ପାରୁନାହିଁ । ଗୃହ ମନ୍ତ୍ରୀ ଅମିତ ଶାହା ୫୦:୫୦ ଫର୍ମୁଲାରେ ଶାସନ ହେବା ପ୍ରସ୍ତାବକୁ ସମର୍ଥନ ଦେଇ ପତ୍ର ଜରିଆରେ ଅବଗତ ନ କରିବା ପର୍ଯ୍ୟନ୍ତ ରାଜ୍ୟରେ ସରକାର ଗଠନ ହୋଇପାରିବ ନାହିଁ ବୋଲି କହି ଅଡ଼ି ବସିଛି ଶିବସେନା । ଶିବସେନା ବିଧାୟକ ପ୍ରତାପ ସର୍ନାୟକ ଶିବସେନାର ସମସ୍ତ ବିଧାୟକ ଓ ଉଦ୍ଧବ ଠାକରେଙ୍କୁ ଶନିବାର ଭେଟିବା ପରେ ଗଣମାଧ୍ୟମରେ ନିଜର ମତ ରଖି ଏପରି କହିଛନ୍ତି । ବିଜେପିର ଶୀର୍ଷ ନେତୃତ୍ୱଙ୍କଠାରୁ ଉଦ୍ଧବଜୀ ଏକ ଲିଖିତ ପ୍ରତିଶ୍ରୁତି ଚାହୁଁଛନ୍ତି । ଅମିତ ଶାହା ହୁଅ;ୁ ବା ଦେବେନ୍ଦ୍ର ଫଡ୍ନାଭିସ୍‌,
ବିଜେପି-ଶିବସେନା ୫୦:୫୦ ଫର୍ମୁଲାରେ ଶାସନ ଲାଗି ରାଜି ବୋଲି ଜଣାଇବା ପରେ ଯାଇ ରାଜ୍ୟରେ ସରକାର ଗଠନ ହେବ ବୋଲି ସେ କହିଛନ୍ତି । ଏହା ଫଳରେ ଶାସନ ଅବଧିର ଅଧା ସମୟ ବିଜେପିର ମୁଖ୍ୟମନ୍ତ୍ରୀ ରହିବା ବେଳେ ଅବଶିଷ୍ଟ ଅର୍ଦ୍ଧେକ ଶିବସେନା ହାତରେ ରହିବ ମୁଖ୍ୟମନ୍ତ୍ରୀ ଆସନ । ଉଲ୍ଲେଖଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିକୁ ୧୦୫ ଓ ଶିବସେନାକୁ ୫୬ ଆସନ ମିଳିଛି । ମ୍ୟାଜିକ ନମ୍ବର ୧୪୫ ହୋଇଥିବା ବେଳେ ଶିବସେନାର ବିନା ସମର୍ଥନରେ ବିଜେପି ସରକାର ଗଠନ କରିପାରିବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନ ଭିତରେ ଆସିବ ଶୀତ

ଦୁଇ ଦିନ ଭିତରେ ଆସିବ ଶୀତ

Read More...

ଖେଳାଳିଙ୍କ ପାଇଁ ଡ୍ରିଙ୍କ୍ସ ନେଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

ଖେଳାଳିଙ୍କ ପାଇଁ ଡ୍ରିଙ୍କ୍ସ ନେଲେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page