ଶବ ନେବାକୁ ଆସିଲେନି ସମ୍ପର୍କୀୟ, ସତ୍କାର କଲା ପୋଲିସ

May 14, 2019, ଓଡ଼ିଶା, କୋରାପୁଟ, Anupambharat News Bureau


ଶବ ନେବାକୁ ଆସିଲେନି ସମ୍ପର୍କୀୟ, ସତ୍କାର କଲା ପୋଲିସ
Anupambharat News Bureau
May 14, 2019

କୋରାପୁଟ , ୧୩ା୫(ଅନୁପମ ମିଡିଆ): ମୃତ ଦୁଇଜଣ ମାଓବାଦୀଙ୍କ ମୃତଦେହ ନେବାକୁ କେହି ସମ୍ପର୍କୀୟ ଆସି ନ ଥିବାରୁ ପୋଲିସ ଆଜି ପୂର୍ବାହ୍ନ୍ନରେ ସେମାନଙ୍କ ଶବ ସକ୍ତାର କରିଛି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସ୍ଥାନୀୟ ତହସିଲଦାର ନେହେରୁ ମାଝି,କୋରାପୁଟ ଏସଡିପିଓ ଟି.ଜଗନ୍ନାଥ ରେଡïି ,ଟାଉନଥାନା ଏସଆଇ ପି.କେ.ବେହେରାଙ୍କ ଉପସ୍ଥିତିରେ ପୋଲିସ ମୃତ ମାଓବାଦୀ ବିଦିକା ଲକ୍ଷ୍ମୀ ଓ ଜି.ସତିବାବୁ ଓରଫ ଦାସୁର ମୃତଦେହକୁ କୋରାପୁଟ ଶ୍ମଶାନରେ ପୋତି ଦେଇଛି । ୮ତାରିଖରେ ପାଡୁଆ ଥାନା କିତୁବା ଜଙ୍ଗଲରେ ଡିଭିଏଫ-ଏସଓଜି ଯବାନଙ୍କ ଗୁଳିରେ ୫ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ମୃତ ମାଓବାଦୀଙ୍କ ମଧ୍ୟରେ ଡିଭିଜନାଲ୍‌ କମିଟି ମେମ୍ବର ଭେଙ୍କେଟ କାମେଶ୍ୱରୀ ପାଲେପୁ ଓରଫ ସ୍ୱରୂପା, ଏରିଆ କମିଟି ମେମ୍ବର ଜି.ସତିବାବୁ ଓରଫ ଦାସୁ.ବିଦିକା ଲକ୍ଷ୍ମୀ,ଗୀତା ଓ ମିଲିସିଆ କ୍ରିଷ୍ନା ୱାଡେକା ଓରଫ ପ୍ରକାଶ ପ୍ରମୁଖ ରହିଥିଲେ । ୯ତାରିଖରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ସମସ୍ତଙ୍କ ଶବ ବ୍ୟବଚ୍ଛେଦ କରା ଯାଇଥିଲା । ୧୦ ତାରିଖ ଦିନ ମୃତ କାମେଶ୍ୱରୀଙ୍କ ଝିଅ ଏବଂ ଭଉଣୀ ଆନ୍ଧ୍ର ପ୍ରଦେଶ ସିଭିଲ ଲିବେରସନ କମିଟିର ସଦସ୍ୟ ମାନଙ୍କ ସହ କୋରାପୁଟରେ ପହଂଚି କାମେଶ୍ୱରୀଙ୍କ ଶବ ଆନ୍ଧ୍ର ପ୍ରଦେଶର ଇଷ୍ଟ ଗୋବରୀ ଜିଲା ସ୍ଥିତ ନିଜ ଗ୍ରାମକୁ ନେଇ ଯାଇଥିଲେ । ସେହିଦିନ ମୃତ ମାଓବାଦୀ ଏରିଆ କମିଟି ମେମ୍ବର ଗୀତାର ମୃତ ଦେହକୁ ମଧ୍ୟ ତାଙ୍କ ଭାଇ ଗୋଲୁରୀ ବାବୁରାଓ ପୋଲିସଠାରୁ ଗ୍ରହଣ କରି ନିଜ ଗାଁକୁ ନେଇଥିବାବେଳେ ମୃତ ମିଲିସିଆ କ୍ରିଷ୍ନା ୱାଡେକା ଓରଫ ପ୍ରକାଶର ଶବ ପତ୍ନୀ ଓ ଦୁଇପୁଅ କୋରାପୁଟ ପହଂଚି ପୋଲିସ ଠାରୁ ମୃତଦେହ ଗ୍ରହଣ କରି ନିଜ ଗାଁ ନାରାୟଣପାଟଣାକୁ ନେଇଥିଲେ । ହେଲେ ଏରିଆ କମିଟି ମେମ୍ବର ଜି.ସତିବାବୁ ଓ ବିଦିକା ଲକ୍ଷ୍ମୀର ମୃତଦେହ ନେବାକୁ କେହି ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ଆସିନଥିଲେ ।
ଶବ ବ୍ୟବଚ୍ଛେଦର ୭୨ ଘଂଟା ଯାଏ ପୋଲିସ ମୃତଦେହ ରଖିବାର ନିୟମ ରହିଛି ପରବର୍ତି ସମୟରେ ମୃତକଙ୍କ ସମ୍ପର୍କୀୟ ଶବ ନେବାକୁ ନଆସିଲେ ପୋଲିସ ନିଜେ ଶେଷକୃତ୍ୟ ସମାପନ କରିବାର ବ୍ୟବସ୍ଥା ଅଛି । ତେଣୁ ସୋମବାର ସକାଳ ସୁଦ୍ଧା କେହି ଆସି ନ ଥିବାରୁ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୋରାପୁଟ ଶ୍ମଶାନରେ ଉଭୟଙ୍କ ମରଶରୀରକୁ ପୋତି ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ନିଆରା ଜନ୍ମଦିନ ପାଳନ

ନିଆରା ଜନ୍ମଦିନ ପାଳନ

Read More...

ମଇ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲଫ

ମଇ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page