ଛତ୍ରପୁର,୦୮ ।୫(ଅନୁପମ ମିଡ଼ିଆ) : ଗଞ୍ଜାମ ପୋଲିସ ଜିଲ୍ଲା ଏସପି ବ୍ରିଜେସ କୁମାର ରାଏ ଆଜି ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଫନି ପୀଡ଼ିତଙ୍କ ପାଇଁ ଦୁଇଟି ଟ୍ରକ ଓ ଗୋଟିଏ ମିନିଟ୍ରକ ଗାଡ଼ିିରେ ରିଲିଫ ସାମଗ୍ରୀ ପୁରୀ ଅଭିମୁଖେ ପଠାଯାଇଥିବା ସୂଚନା ଦେଇଛନ୍ତି ।
ଏହି ଗାଡ଼ି ଗୁଡିକରେ ୧୦୭ କୁଇଣ୍ଟାଲ ଚାଉଳ, ୨୨.୨୫ କୁଇଣ୍ଟାଲ ଚୁଡ଼ା, ୧୦.୭୮ କୁଇଣ୍ଟାଲ ଡାଲି, ୩.୬୦ କୁଇଣ୍ଟାଲ ମଟର, ୫.୧୦ କୁଇଣ୍ଟାଲ ଚିନି, ୩.୬ କୁଇଣ୍ଟାଲ ସୁଜି, ୩୪.୫୦ କୁଇଣ୍ଟାଲ ଆଳୁ, ୨୯୨ ଲିଟର ରିଫାଇନ ତେଲ, ୧୫୦ କାର୍ଟୁନ ବିସ୍କୁଟ, ୧୫ବସ୍ତା୬୦ କେଜି ଲୁଣ, ୫.୯୮ କୁଇଣ୍ଟାଲ ଗୁଡ଼, ୧୯୧ କେଜି ମିକ୍ସଚର, ୨ କାର୍ଟୁନ ନୁଡଲ୍ସ, ଏକ କାର୍ଟୁନ ଗ୍ଲìକୋଜ, ୩୦ କାର୍ଟୁନ ପାଣି ବୋତଲ, ୧୮୨ ପ୍ୟାକେଟ ପାଣି ପାଉଚ, ୧୫ କାର୍ଟୁନ କ୍ୟାଣ୍ଡଲ, ୯ କାର୍ଟୁନ ଦିଆସିଲି ପେଢି, ୨୦୦ ପ୍ଲେଟ, ଏକ କାର୍ଟୁନ ଦେହଲଗା ସାବୁନ, ୨୫ଟି ନେପ୍କିନ, ୧୦ଟି ଶାଢ଼ି ଓ ୧୫ଟି ଲୁଙ୍ଗି ପଠାଯାଇଛି । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଡିଆଇବି ଡିଏସ୍ପି ପିକେ ଦଳାଇ, ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାସ, ସୁବଳ ସୋରେନ ପ୍ରମୁଖ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।