ଶୀତକାଳୀନ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌

October 25, 2019, ଓଡ଼ିଶା, , Anupambharat News Bureau


ଶୀତକାଳୀନ ଅଧିବେଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି  ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌
Anupambharat News Bureau
October 25, 2019

ଭୁବନେଶ୍ୱର, ୨୫ ।୧୦ । (ଅନୁପମ ମିଡିଆ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓଡିଶା ବିଧାନସଭାର ଶୀତକାଳିନ ଅଧିବେଶନ ପାଇଁ ସମନ ଜାରୀ କରିବା ପରେ ଶୁକ୍ରବାର ବିଧାନସଭା ସଚିବାଳୟ ପକ୍ଷରୁ ବୈଠକର କାର୍ଯ୍ୟକ୍ରମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ ରେ ଶେଷ ହେବ । ଏଥିରେ ୩୦ଟି କାର୍ଯ୍ୟ ଦିବସ ରହିଛି । ନଭେମ୍ବର ୧୩ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ । ନଭେମ୍ବର ୨୦ , ୨୧ ଓ ୨୨ ତାରିଖରେ ୩ ଦିନ ଧରି ବିଭାଗୀୟ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ୨୫ ତାରିଖରେ ପ୍ରଥମ ଅତିରିକ୍ତ ଖର୍ଚ୍ଚଦାବି ସଂକ୍ରାନ୍ତୀୟ ବିନିଯୋଗ ବିଲ୍‌ ଅର୍ଥମନ୍ତ୍ରୀ ଉପସ୍ଥାପିତ କରିବେ । ଆଲୋଚନା ପରେ ତାହା ଗୃହୀତ ହେବ ।
ଏହି ଅଧିବେଶନ କାଳରେ ୩୦ଟି କାର୍ଯ୍ୟ ଦିବସ ମଧ୍ୟରୁ ୫ ଦିନ ବେସରକାରୀ ଦିବସ ଭାବେ ରହିଛି । ଏହି ଦିବସରେ ବେସରକାରୀ ବିଲ୍‌ , ସଙ୍କଳ୍ପ ଓ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଏହା ବ୍ୟତୀତ ଅନ୍ୟାନ୍ୟ ଦିନ ମାନଙ୍କରେ ପ୍ରଶ୍ନୋତର ବ୍ୟତୀତ ସରକାରୀ ବିଲ୍‌ ଉପରେ ଆଲୋଚନା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ନଭେମ୍ବର ୧୭ , ୨୩ , ୨୪ , ଡିସେମ୍ବର ୧ , ୬ ,୧୪ ଓ ୧୫ ତାରିଖ ବିଧାନସଭାର ବୈଠକ ବସିବ ନାହିଁ । ରାଜ୍ୟ ସକରାରଙ୍କ ପାଇଁ ଏହି ଅଧିବେଶନ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ବିରୋଧୀଙ୍କ ପାଖରେ ସେଭଳି କିଛି ପ୍ରସଙ୍ଗ ନଥିବାରୁ ଏହି ଅଧିବେଶନ ସୁରଖୁରୁରେ ଚାଲିବା ନେଇ ଆଶା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପୁଣି ଜଣେ ଓଡ଼ିଆ ହେଲେ ରାଜ୍ୟପାଳ ଗିରିଶ ମୁର୍ମୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ

ପୁଣି ଜଣେ ଓଡ଼ିଆ ହେଲେ ରାଜ୍ୟପାଳ ଗିରିଶ ମୁର୍ମୁ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ

Read More...

ଆହୁରି ବର୍ଷିବ  ଚାରି ଜିଲ୍ଲାରେ ଅରେଞ୍ଜ ଆଲର୍ଟ

ଆହୁରି ବର୍ଷିବ ଚାରି ଜିଲ୍ଲାରେ ଅରେଞ୍ଜ ଆଲର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page