ମୋଦିଙ୍କ ଦିଲ୍ଲୀ କାର୍ଡ ୪୦ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବେ

October 23, 2019, ଦେଶ, , Anupambharat News Bureau


ମୋଦିଙ୍କ ଦିଲ୍ଲୀ କାର୍ଡ  ୪୦ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବେ
Anupambharat News Bureau
October 23, 2019

ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା ୪୦ ଲକ୍ଷ ଲୋକଙ୍କୁ ସରକାର ଜମି ଅଧିକାର ଦେବେ । ଏଥିପାଇଁ ୧୮୦୦ କଲୋନୀ ବଛାଯାଇଥିବା କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ର ନଗର କଲ୍ୟାଣ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି । ସେ କହିଛନ୍ତି, ଏହି ଲୋକମାନେ ଘରୋଇ ଜମି ରୁହ;ୁ କିମ୍ବା ସରକାରୀ ଜମିରେ, ଉଭୟ ପ୍ରକାର ବାସିନ୍ଦାଙ୍କୁ ଜମି ଅଧିକାର ଦିଆଯିବ । ଏପରିକି ଲୋକେ ଘର ନିର୍ମାଣ କରିବା ପାଇଁ ଋଣ ମଧ୍ୟ ନେଇପାରିବେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏହା ଦୂରଦୃଷ୍ଟି ସମ୍ପନ୍ନ, ପ୍ରଗତିଶୀଳ ଏବଂ ବୈପ୍ଲବିକ ପଦକ୍ଷେପ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପକୁ ମନ୍ତ୍ରୀ ଐତିହାସିକ ବୋଲି କହିଛନ୍ତି । ତେବେ କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସମ୍ବୋଧନ କରୁଥିବା ୩ ମନ୍ତ୍ରୀ କହିଛନ୍ତି ଏହାର ରାଜନୀତି ବା ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ । ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବନା । ଏହା ରାଜନୀତି ନୁହେଁ, ସେମାନଙ୍କୁ ପାର୍କ, ବିଦୁ୍ୟତ୍‌ ଏବଂ ସେେୱର ସୁବିଧା ମିଳିବ ।
ସୂଚନାଯୋଗ୍ୟ ଯେ, ଏଭଳି ବେଆଇନ କଲୋନୀ ସବୁରେ ହଜାର ହଜାର ଲୋକ ଆଇନ ଅନୁଯାୟୀ ପାଣି ବା ବିଦ୍ୟୁତ ପାଆନ୍ତି ନାହିଁ । ସେମାନଙ୍କୁ ଜମି ଅଧିକାର ମଧ୍ୟ ମିଳିନଥିଲା । ତେବେ ଏମାନଙ୍କୁ ଏସବୁ ଅଧିକାର ଯୋଗାଇଦିଆଯିବ ବୋଲି ବହୁ ରାଜନୀତିକ ଦଳ ଦାବି କରିଆସିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୂଳପୋଛ ହେଲା ଅଲ-କାଏଦର ସହଯୋଗୀ ଆତଙ୍କୀ ସଂଗଠନ

ମୂଳପୋଛ ହେଲା ଅଲ-କାଏଦର ସହଯୋଗୀ ଆତଙ୍କୀ ସଂଗଠନ

Read More...

ଓମଫେଡ୍‌ ପାର୍ଲରୁ ୪୦ ହଜାର ଟଙ୍କା ଲୁଟ୍‌

ଓମଫେଡ୍‌ ପାର୍ଲରୁ ୪୦ ହଜାର ଟଙ୍କା ଲୁଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page