ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା

October 21, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ସୁନାଦର ୩୦ ଟଙ୍କା ହ ୍ରାସ : ଆଗକୁ ବଢିବା ସମ୍ଭାବନା
Anupambharat News Bureau
October 21, 2019

ନୂଆଦିଲ୍ଲୀ : ଆଜି ସୁନାଦର ମାତ୍ର ୩୦ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୦ ଟଙ୍କା ହ୍ରାସ ପାଇ ୩୮,୯୫୫ ଟଙ୍କାରେ ପହଞ୍ଚିଛି । ଗତ କିଛି ସପ୍ତାହ ଧରି ସୁନା କ୍ରମାଗତ ଭାବେ ବଢି ଚାଲିଥିଲା । ଆଜି କି;ୁ ରୁପାଦର ମଧ୍ୟ ବୃଦ୍ଧି ପାଇଛି । ରୁପା କିଲୋଗ୍ରାମ ପିଛା ୧୫୦ ଟଙ୍କା ବୃଦ୍ଧି ପାଇ ୪୬,୭୫୦ ଟଙ୍କାରେ ପହଞ୍ଚିଛି ।
ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ଭାରତରେ ସୁନାଦର ହ୍ରାସ ପାଇଥିବା ଜଣାଯାଇଛି ।
ଆହୁରି ମଧ୍ୟ ଶିଳ୍ପ ସଂସ୍ଥା ଓ କଏନ ଉତ୍ପାଦନ କାରୀଙ୍କ ଦ୍ୱାରା ରୁପା କ୍ରୟ ହ୍ରାସ ଯୋଗୁଁ ଏହା ହୋଇଛି ବୋଲି ଏଚଡିଏଫସି ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି କି;ୁ ଆଗକୁ ଧନତେରସ ଓ ଦୀପାବଳୀ ଥିବାରୁ ସୁନାଦର ବଢିବା ସମ୍ଭାବନା ରହିଛି ବୋଲି ଟ୍ରେଡର ମାନେ କହିଛନ୍ତି ।ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୧୪୮୮.୭୬ ଡଲାରରେ ପହଞ୍ଚିଛି ।
ରୁପା ମଧ୍ୟ ଆଉନ୍ସ ପିଛା ୧୭.୬୭ ଡଲାରକୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪ ଦିନ ବନ୍ଦ ରହିବ ବ୍ୟାଙ୍କ

୪ ଦିନ ବନ୍ଦ ରହିବ ବ୍ୟାଙ୍କ

Read More...

ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

ନନ୍‌ ଜିଓକୁ କଲ୍‌ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page