୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

October 19, 2019, ଦେଶ, , Anupambharat News Bureau


୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର
Anupambharat News Bureau
October 19, 2019

ଭୁବନେଶ୍ୱର, ୧୯ ।୧୦ ।(ଅନୁପମ ମିଡିଆ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ଏହି ଘର ପାଇଁ ଏମଜିନରେଗା ମଜୁରୀ ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବ୍ଲକ ଗୁଡିକୁ ରାଜ୍ୟ ସରକାର ପୁରସ୍କାର ଦେବାଲାଗି ନେଇଥିବା ପଦକ୍ଷେପରୁ ସଫଳତା ମିଳିଛି ।
ଗତ ମାସ ୨୬ ତାରିଖ ସୁଦ୍ଧା ଧାର୍ଯ୍ୟ ସମୟରେ ପ୍ରଥମ କିସ୍ତିର ଶତ ପ୍ରତିଶତ ଅର୍ଥ ପ୍ରଦାନ କରି ୬୦ଟି ବ୍ଲକ ପୁରସ୍କାର ଆକାରରେ ୩୮ଲକ୍ଷ ଟଙ୍କା ପାଇଛନ୍ତି । ଏହି ସମୟରେ ଏକ ଲକ୍ଷ ୬ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଥମ କିସ୍ତିର ସମସ୍ତ ଅର୍ଥ ମିଳିପାରିଛି । ଆସନ୍ତା ନଭେମ୍ବର ୧୫ ତାରିଖ ମଧ୍ୟରେ ଦ୍ୱିତୀୟ କିସ୍ତିର ସମସ୍ତ ଅର୍ଥ ପ୍ରଦାନ କରିଥିବା ବ୍ଲକ ଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ଶନିବାର ସୂଚନା ଦେଇଛନ୍ତି ।ମନ୍ତ୍ରୀ ଜେନା କହିଛନ୍ତି ଯେ, ହିତାଧିକାରୀମାନେ ଯେଭଳି ଧାର୍ଯ୍ୟ ସମୟରେ ସେମାନଙ୍କ ଅର୍ଥ ପାଇବେ ରାଜ୍ୟ ସରକାର ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବ୍ଲକ ଗୁଡିକ ଲାଗି ପୁରସ୍କାର ବ୍ୟବସ୍ଥା ହୋଇଛି । ପୁରସ୍କାର ପ୍ରଦାନ ପାଇଁ ଥିବା ସର୍ତ୍ତ ଅନୁଯାୟୀ ୧୦୦ ରୁ ୨୦୦୦ ପର୍ଯ୍ୟନ୍ତ ହିତାଧିକାରୀଙ୍କ ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବ୍ଲକ ଗୁଡିକ ନଭେମ୍ବର ୧୫ ତାରିଖ ସୁଦ୍ଧା ଦ୍ୱିତୀୟ କିସ୍ତିର ଶତ ପ୍ରତିଶତ ଅର୍ଥ ଦେବେ ତେବେ ସେମାନେ ପୁରସ୍କାର ଆକାରରେ ୫୦ହଜାର ଟଙ୍କା ପାଇବେ । ପୁରସ୍କାର ରାଶି ଆକାରରେ ବ୍ଲକ ଗୁଡିକ ପାଉଥିବା ଅର୍ଥର ୫୦ ପ୍ରତିଶତ ସେମାନେ କିଜେନ୍ସି ଆକାରରେ ନିଜ ଦପ୍ତରରେ ବ୍ୟୟ କରିବେ । ଅବଶିଷ୍ଟ ଅଧା ଅର୍ଥକୁ କର୍ମଚାରୀମାନଙ୍କ ମଧ୍ୟରେ ପୁରସ୍କାର ଆକାରରେ ବଣ୍ଟନ ହେବ । ଗତ ମାସ ୨୬ ତାରିଖ ସୁଦ୍ଧା ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରି ୬୦ଟି
ବ୍ଲକ ପୁରସ୍କାର ରାଶି ହାତେଇଥିବାବେଳେ ନଭେମ୍ବର ୧୫ ତାରିଖ ସୁଦ୍ଧା ଦ୍ୱିତୀୟ କିସ୍ତିର ଶତ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ବ୍ଲକ ଗୁଡିକୁ ମଧ୍ୟ ସରକାର ପୁରସ୍କୃତ କରିବେ । ଏଥର ଅଧିକରୁ ଅଧିକ ସଂଖ୍ୟାରେ ବ୍ଲକ ପୁରସ୍କାର ତାଲିକାରେ ସାମିଲ ହେବେ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଆଇନ ବାଣକାରଖାନାରେ ଚଢ଼ାଉ ,୧୨ ଗିରଫ

ବେଆଇନ ବାଣକାରଖାନାରେ ଚଢ଼ାଉ ,୧୨ ଗିରଫ

Read More...

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା  ସରପଞ୍ଚଙ୍କ ସ୍ୱାମୀ ଗିରଫ

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା ସରପଞ୍ଚଙ୍କ ସ୍ୱାମୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page