ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ

October 18, 2019, ଓଡ଼ିଶା, , Anupambharat News Bureau


ଏନ୍‌କାଉଣ୍ଟର ଦୁର୍ଦ୍ଦାନ୍ତ ଭାଗୁ ଆହତ
Anupambharat News Bureau
October 18, 2019

ପିପିଲି,୧୮ା୧୦(ଅନୁପମମିଡ଼ିଆ): ପିପିଲି ଓ ପୁରୀ ତାଳବଣିଆ ପୋଲିସର ମିଳିତ ଏନ୍‌କାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଆହତ ହୋଇ ପୋଲିସ ହାତରେ ଧରାପଡ଼ିଛି । ଭାଗୁର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ,ପୁରୀ ସହରର ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ମୋଷ୍ଟୱାଣ୍ଟେଡ଼ ଲିଷ୍ଟରେ ଥିଲା ବାଲିଘାଟ ଅଞ୍ଚଳର ଭାଗୁ । ଭାଗୁ ବେଧଡ଼କ ଅପରାଧ ଘଟାଇ ଖସିଯାଉଥିବାରୁ ପୁରୀ ପୋଲିସ ପାଇଁ ତାକୁ ଧରିବା ଏକ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା । ସେହିଭଳି ତାଳବଣିଆ ପୋଲିିସ ମଧ୍ୟ ଭାଗୁକୁ ଧରିବାକୁ ଜାଲ୍‌ ବିଛାଇଥିଲା । ତେବେ ପୋଲିସ ହାତରୁ ଖସିବାରେ ଲାଗିଥିଲା ଏହି ଦୁର୍ଦ୍ଦାନ୍ତ ଅପରାଧୀ । ଗୁରୁବାର ବିଳମ୍ବିତ ରାତିରେ ଭାଗୁ ଏକ ବାଇକରେ ନିମାପଡାରୁ ପିପିଲି ବାଇପାସରେ ପୁରୀ ଆସୁଥିବାର ପୋଲିସ ଖବର ପାଇଥିଲା । ସେହି ଅନୁସାରେ ତାଳବଣିଆ ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୂଜାରୀ ଓ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ସହ କିଛି ବଛା ବଛା ଅଫିସରଙ୍କୁ ନେଇ ତୁରନ୍ତ ଏକ ଟିମ୍‌ ଗଠନ କରିଥିଲେ ଏସପି ଉମାଶଙ୍କର ଦାସ । ଯୋଜନା ମୁତାବକ ଠିକ୍‌ ରାତି ୧ଟା ୨୦ରେ ଭାଗୁ ଏକ ନାଲି ରଙ୍ଗର ଆପାଚି ମୋଟର ସାଇକେଲରେ ପୁରୀ ଆଡକୁ ଯିବାକୁ ଗାଡି ବୁଲାଉଥିବା ବେଳେ ତରାକାଜ ଓଭରବ୍ରିଜ ତଳେ ତାକୁ ଅଟଳାଇଥିଲେ ତାଳବଣିଆ ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀ । କିନ୍ତୁ ପୋଲିସକୁ ଚକମା ଦେଇ ଖସି ଯିବାକୁ ଭାଗୁ ହଠାତ ଗୁଳି ଫୁଟାଇକୁ ଉଦ୍ୟମ କରିଥିଲା । ତେବେ ଆତ୍ମସୁରକ୍ଷା ଲାଗି ପିପିଲି ଓ ତାଳବଣିଆ ଆଇଆଇସି ପାଲଟା ଗୁଳି ମାଡ଼ କରିଥିଲେ । ପୋଲିସ ଗୁଳି ଭାଗୁର ବାମ ଗୋଡରେ ବାଜିବାରୁ ଘଟଣା ସ୍ଥଳରେ ବାଇକ୍‌ରୁ ଖସିପଡ଼ିଥିଲା । ଏହାପରେ ପୋଲିସ
ତାକୁ କାବକୁ କରିନେଇଥିଲେ । ଘଟଣାସ୍ଥଳରୁ
ପୋଲିସ ଆପାଚି ମୋଟର ସାଇକେଲ, ୯ଏମ୍‌ଏମ୍‌ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଛି । ଏନ୍‌କାଉଣ୍ଟର ବେଳେ ତଳେ ପଡି ଯିବାରୁ ତାଳବଣିଆ ଆଇଆଇସି ଆହତ ହୋଇଥିବା ଜଣାପଡିଛି । ଭାଗୁ ନାମରେ ସହରର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ବେଳେ ସେ ଜେଲ ମଧ୍ୟ ଯାଇଛି । ତାକୁ ଅଭ୍ୟାସଗତ ଅପରାଧୀ ଭାବେ ବିବେଚନା କରୁଛି ପୁରୀ ପୋଲିସ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପୁର ଉପ ନିର୍ବାଚନ, ଦୁଇଦିନ ପରେ ଭୋଟ

ବିଜେପୁର ଉପ ନିର୍ବାଚନ, ଦୁଇଦିନ ପରେ ଭୋଟ

Read More...

 ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

ଅକେଫାବରରେ ‘ବାତ୍ୟା’ ଭୟ ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page