ଲକ୍ଷ୍ନୌ: ସେପେଫମ୍ବର ୧ରେ ଦେଶରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି । ଯେଉଁମାନେ ନୂଆ ଆଇନକୁ ମାନୁ ନାହାନ୍ତି ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ୁଛି ।
ହେଲେ ଭୁଲ୍ ନକରି ଅନେକ ଗାଡ଼ି ଚାଳକଙ୍କ ବିରୋଧରେ ଚାଲାଣ କଟା ଯାଉଥିବା ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶ ହାପୁଡ଼ ସ୍ଥିତ ଗଢ଼ ମୁକ୍ତେଶ୍ୱରର ଜଣେ ଟ୍ରାକଫର ଡ୍ରାଇଭର ହେଲମେଟ ପିନ୍ଧିନଥିବାରୁ ଏବଂ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ ନେଇନଥିବାରୁ ତାଙ୍କ ବିରୋଧରେ ୩ ହଜାର ଟଙ୍କାର ଚାଲାଣ କାଟିଥିଲା ସ୍ଥାନୀୟ ପୁଲିସ । ଖାଲି ଏତିକି ନୁହେଁ ଚାଲାଣରେ ଅନ୍ୟ ଏକ ଗାଡ଼ିର ନମ୍ବର ମଧ୍ୟ ଲେଖା ହୋଇଥିଲା ।
ଏହାପରେ ଡ୍ରାଇଭର ଜଣଙ୍କ ଆପତ୍ତି ଉଠାଇବାରୁ ପୁଲିସ ଅଧିକାରୀ ନିଜ ଭୁଲ୍ ବୋଲି ସ୍ୱୀକାର କରିଥିଲେ । ଟ୍ରାଫିକ ଇନ-ଚାର୍ଜ ପୁଲିସ ଏବାବଦରେ ଅବଗତ ହେବା ପରେ କହିଛନ୍ତି ଟାଇପିଂ ଭୁଲ୍ ହୋଇଥିଲା । ତେଣୁ ଏହି ଚାଲାଣକୁ ବାତିଲ କରାଯାଇଛି । ଶୁକ୍ରବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ପ୍ରସଙ୍ଗରେ ଟ୍ରାଫିକ ପୁଲିସଙ୍କୁ ଆହ୍ୱାନ୍ କରିଥିଲେ, ଗାଡ଼ି ଚାଳକଙ୍କ ନିକଟରୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ମୋଟା ଅଙ୍କର ଚାଲାଣ କାଟିବା ପରିବର୍ତ୍ତେ ତାଙ୍କୁ ସଚେତନ କରିବାକୁ କହିଥିଲେ ।
ଅଲିଗଡ଼ରେ ଜଣେ କାର୍ ଚାଳକ ହେଲମେଟ୍ ପିନ୍ଧିନଥିଲା ବୋଲି ଟ୍ରାଫିକ୍ ପୁଲିସ୍ ୫୦୦ ଟଙ୍କାର ଚାଲାଣ କାଟିଥିଲା । ଏହାପରେ କାର୍ ଚାଳକ ଜଣକ ହେଲମେଟ୍ ପିନ୍ଧି ସ୍ଥାନୀୟ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ।