ଭାରତର ଯାତ୍ରୀବାହୀ ବିମାନକୁ ଆକାଶ ମାର୍ଗରେ ହଇରାଣ କଲା ପାକିସ୍ତାନ

October 17, 2019, ଦେଶ, , Anupambharat News Bureau


ଭାରତର ଯାତ୍ରୀବାହୀ ବିମାନକୁ ଆକାଶ  ମାର୍ଗରେ ହଇରାଣ କଲା ପାକିସ୍ତାନ
Anupambharat News Bureau
October 17, 2019

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବାଲାକୋଟ୍‌ ଏୟାର ଷ୍ଟ୍ରାଇMୁ ଆଜି ଯାଏ ପାକିସ୍ତାନ ଭୁଲି ପାରୁନାହିଁ । କାଳେ ଭାରତ ପୁଣିଥରେ ଏୟାର ଷ୍ଟ୍ରାଇକ କରିବ, ସେନେଇ ପାକିସ୍ତାନ ଯେକୌଣସି ଭାରତୀୟ ବିମାନକୁ ଦେଖିଲେ ଭୟରେ ଥରିବା ଆରମ୍ଭ କରିଛି ।
ଏହିକ୍ରମରେ ନୂଆଦିଲ୍ଲୀରୁ କାବୁଲ ଯାଉଥିବା ଏକ ଯାତ୍ରୀବାହୀ ବିମାନକୁ ଯୁଦ୍ଧ ବିମାନ ଭାବି ପାକିସ୍ତାନ ସେନା ଆକାଶ ମାର୍ଗରେ ପ୍ରାୟ ୩୦ ମିନିଟ୍‌ ଧରି ହଇରାଣ କରିଥିବା ଜଣାପଡ଼ିଛି । ଏପରି କି ପାକିସ୍ତାନ ସେନା ଏପ୍‌-୧୬ ଯୁଦ୍ଧ ବିମାନ ଜରିଆରେ ଉକ୍ତ ବିମାନଟିକୁ ଦୀର୍ଘ ସମୟ ଧରି ପିଛା ମଧ୍ୟ କରିଥିଲା ।
ଘଟଣାଟି ସେପେଫମ୍ବର ୨୩ରେ ଘଟିଥିଲେ ହେଁ ଆଜି ଏହା ସାମ୍ନାକୁ ଆସିଛି । ସେପେଫମ୍ବର ୨୩ରେ ସ୍ପାଇସ୍‌ ଜେଟ୍ର ବିମାନ ଏସ୍‌ଜି-୨୧ ପ୍ରାୟ ୧୨୦ ଜଣ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀରୁ କାବୁଲ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ବିମାନଟି ପାକିସ୍ତାନ ଆକାଶ ମାର୍ଗରେ ଯାଉଥିବା ବେଳେ ହଠାତ୍‌ ପାକିସ୍ତାନ ସେନାର ୨ଟି ଏଫ୍‌-୧୬ ଯୁଦ୍ଧ ବିମାନ ଏହାର ପିଛା କରିଥିଲେ । ଏପରି କି ସେମାନେ ବିମାନର ପାଇଲଟ୍‌ଙ୍କୁ ମଝି ଆକାଶରେ ଏହାକୁ ତଳକୁ ନେବାକୁ କହିବା ସହ ବିସ୍ତୃତ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ସ୍ପାଇସ୍‌ ଜେଟ୍‌ର ପାଇଲଟ୍‌ ଜଣଙ୍କ ପାକିସ୍ତାନୀ ଏଫ୍‌-୧୬ ଯୁଦ୍ଧ ବିମାନର ପାଇଲଟଙ୍କୁ କହିଥିଲେ ଯେ ଏହା ଭାରତର ଏକ ଯାତ୍ରୀବାହୀ ବିମାନ । ଏହାର ନାଁ ହେଉଛି ସ୍ପାଇସ୍‌ ଜେଟ୍‌ । କାର୍ଯ୍ୟସୂଚୀ ଅନୁସାରେ ବିମାନଟି ଦିଲ୍ଲୀରୁ କାବୁଲ ଯାଉଛି । ଏହାସେ‰ ପାକିସ୍ତାନ ଯୁଦ୍ଧ ବିମାନ ଉକ୍ତ ବିମାନଟିକୁ ମଝି ଆକାଶରେ ହିଁ ଘେରାବନ୍ଦୀ କରିଥିଲେ । ବିମାନ ମଧ୍ୟରେ ଥିବା ଯାତ୍ରୀମାନେ ପାକିସ୍ତାନ ବିମାନକୁ ଦେଖି ଛାନିଆ ମଧ୍ୟ ହୋଇ ଯାଇଥିଲେ । ଜଣେ ପାଇଲଟ୍‌ ନିଜ ନାମ ଗୋପନ ରଖି କହିଛନ୍ତି, ଏଫ୍‌-୧୬ ଯୁଦ୍ଧ ବିମାନରେ ଥିବା ପାକିସ୍ତାନ ପାଇଲଟ୍‌ ଜଣଙ୍କ ସ୍ପାଇସ୍‌ ଜେଟ୍ର ପାଇଲଟଙ୍କୁ ହାତ ଦେଖାଇ ଏହାକୁ ତଳକୁ ନେବାକୁ କହିଥିଲେ । ଏପରି କି ପାକିସ୍ତାନ ଯୁଦ୍ଧ ବିମାନ ଦୀର୍ଘ ୩୦ ମିନିଟ୍‌ ଧରି ଆମର ପିଛା ମଧ୍ୟ କରିଥିଲା । ବାସ୍ତବରେ ପ୍ରତି ବିମାନର ଏକ କୋଡ୍‌ ନମ୍ବର ଥାଏ ।
ସ୍ପାଇସ୍‌ ଜେଟ୍‌ର କୋଡ୍‌ ନଂ ହେଉଛି ‘ଏସଜି’ । କି;ୁ ୨୩ ତାରିଖରେ ଏସkି ବିମାନ ଯାଉଥିଲେ ହେଁ ପାକିସ୍ତାନ ଏଟିସି ଏହାକୁ ‘ଏଆଇ’ ବା ଭାରତୀୟ ବାୟୁସେନାର ବିମାନ ବୋଲି ଭାବିଥିଲା । ଏଟିସି ତୁରନ୍ତ ଏହି ଭୁଲ ସୂଚନାକୁ ନିଜ ଦେଶର ସେନାକୁ ଦେଇଥିଲା । ସେନା ଏହାର ମୁକାବିଲା କରିବା ପାଇଁ ଏଫ-୧୬ ଯୁଦ୍ଧ ବିମାନକୁ ପଠାଇଥିଲା ।
ପାକିସ୍ତାନର ଦ୍ୱନ୍ଦ ଦୂର ହେବା ପରେ ଏଫ୍‌-୧୬ ଯୁଦ୍ଧ ବିମାନ ଉକ୍ତ ଯାତ୍ରୀବାହୀ ବିମାନକୁ କର୍ଡନ କରି ପାକିସ୍ତାନ ସୀମା ପାର କରାଇଥିଲା । ବିମାନଟି ଆଫ୍‌ଗାନିସ୍ତାନ ସୀମାରେ ପ୍ରବେଶ କରିବା ଯାଏ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ଏହାକୁ ଜଗି ରହିଥିଲା । ପାକିସ୍ତାନର ଏହି ବଦମାସୀ ପାଇଁ କାବୁଲରୁ ବିମାନଟି ପ୍ରାୟ ୫ ଘଣ୍ଟା ବିଳମ୍ବରେ ପୁଣି ଭାରତ ଫେରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଲିଆ ମୋ ଭାଉଜ ହେବେ: କରିନା

ଆଲିଆ ମୋ ଭାଉଜ ହେବେ: କରିନା

Read More...

ସୁନ୍ଦରୀ ନୂର୍‌ ପାଇଁ ଦୁଇ ବାଘ ମଧ୍ୟରେ ଲଢ଼େଇ

ସୁନ୍ଦରୀ ନୂର୍‌ ପାଇଁ ଦୁଇ ବାଘ ମଧ୍ୟରେ ଲଢ଼େଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page