ବିବାହର ପ୍ରଲୋଭନ ଦେଖାଇ ନାବାଳିକା ଅପହରଣ ୭ ସପ୍ତାହ ପରେ ଉଦ୍ଧାର, ଅପହରଣକାରୀ ଗିରଫ

October 17, 2019, ଓଡ଼ିଶା, , Anupambharat News Bureau


ବିବାହର ପ୍ରଲୋଭନ ଦେଖାଇ ନାବାଳିକା ଅପହରଣ   ୭ ସପ୍ତାହ ପରେ ଉଦ୍ଧାର, ଅପହରଣକାରୀ ଗିରଫ
Anupambharat News Bureau
October 17, 2019

ଭଦ୍ରକ,୧୭ା୧୦(ଅନୁପମ ମିଡିଆ): ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି । ଏବଂ ୭ ସପ୍ତାହ ପରେ ସୁଦୂର ହାଇଦ୍ରାବାଦର ଗୁଣ୍ଠୁରୁ ଅଂଚଳରୁ ଉଦ୍ଧାର କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାସୁଦେବପୁର ଥାନା ଅଧୀନସ୍ଥ ରାଧାବଲ୍ଲଭପୁର ଗାଁର ନାବାଳିକ ଛାତ୍ରୀ ଜଣକ ପାଳିଆବିନ୍ଧା କଲେଜରେ ପାଠ ପଢନ୍ତି । ଧାମନଗର ଥାନା ଅଧୀନସ୍ଥ ବାବୁରି ଗାଁର ଶ୍ରୀକାନ୍ତ ଜେନାଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ଶ୍ରୀକାନ୍ତ ଛାତ୍ରୀ ଜଣକୁ ଗତ ଅଗଷ୍ଟ ୧୯ ତାରିଖ ଦିନ ଅପହରଣ କରିଥିଲା । ନାବାଳିକା ପରିବାର ପକ୍ଷରୁ ଆଗତ ଏତଲା ମୂଳେ ତିହିଡି ଥାନାରେ ଏକ ମାମଲା ୩୮୩/୧୯, ଦଫା ୩୬୩ ମୂଳେ ରୁଜୁ ହୋଇଥିଲା । ତେବେ ନାବାଳିକା ପରିବାର ପକ୍ଷରୁ ଅପହୃତା ସଂପର୍କରେ ସୂଚନା ଦିଆଯାଇଥିଲା । ଫଳରେ ପୁଲିସ୍‌ ସୁଦୂର ହାଇଦ୍ରାବାଦ ଯାଇ ଗୁଣ୍ଠୁରୁ ଅଂଚଳରୁ କନ୍ୟାକୁ ଉଦ୍ଧାର କରି ଅପହୃତାକୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଛି । ନାବାଳିକାଟିକୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁନ୍ଦରୀ ନୂର୍‌ ପାଇଁ ଦୁଇ ବାଘ ମଧ୍ୟରେ ଲଢ଼େଇ

ସୁନ୍ଦରୀ ନୂର୍‌ ପାଇଁ ଦୁଇ ବାଘ ମଧ୍ୟରେ ଲଢ଼େଇ

Read More...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୫ଟିର କାର୍ଯ୍ୟକାରିତାକୁ ନେଇ ସଚେତନତା କର୍ମଶାଳା

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୫ଟିର କାର୍ଯ୍ୟକାରିତାକୁ ନେଇ ସଚେତନତା କର୍ମଶାଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page