ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବିରୁଦ୍ଧରେ ସିପିðଆଇ ଏବଂ ସିପିଏମର ଗଣଧାରଣା

October 17, 2019, ଓଡ଼ିଶା, , Anupambharat News Bureau


ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବିରୁଦ୍ଧରେ ସିପିðଆଇ ଏବଂ ସିପିଏମର ଗଣଧାରଣା
Anupambharat News Bureau
October 17, 2019

ସମ୍ବଲପୁର, ୧୭ା୧୦ (ଅନୁପମ ମିଡିଆ): ଦେଶର ଆର୍ଥିକ ନୀତି ତୃଟୀପୂର୍ଣ୍ଣ ହୋଇଥିବାରୁ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର ଘରୋଇକରଣର ପ୍ରତିବାଦ କରି ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସିପିଆଇ ଏବଂ ସିପିଆଇ (ଏମ)ର ସମ୍ବଲପୁର ଜିଲ୍ଲା କମିଟୀ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ସଭା କରାଯାଇଥିଲା । ଏଥିରେ ସିପିଆଇ ପକ୍ଷରୁ ଅଶୋକ କୁମାର ବିଶି, ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ସିଂହଦେଓ, ଏନ. ଗୋପାଳ, ମିତ୍ରଭାନୁ ପୋଢ଼, ସରୋଜିନୀ ଆଚାର୍ଯ୍ୟ, ରବିନ୍ଦ୍ର କୁମାର ମହାନ୍ତି, ସିପିଆଇ (ଏମ)ର କିଶୋର ଜେନା, ଭି. ରାମାରାଓ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସଂସ୍ଥା ଏବଂ ସରକାରୀ ଜନକଲ୍ୟାଣକାରୀ ଯୋଜନା ମାନଙ୍କରେ ଅଧିକ ଅର୍ଥ ବରାଦ କରିବା ତଥା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଦାବି କରାଯାଇଛି ।
ଶିଳ୍ପ ଉପିାଦନକୁ ଗତିଶୀଳ କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ ଆର୍ଥିକ ବ୍ୟବସ୍ଥା କରିବା, କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଓ ଲୋକଙ୍କ କ୍ରୟଶକ୍ତିକୁ ବୃଦ୍ଧିକରି, କୃଷିଜାତ ଦ୍ରବ୍ୟପାଇଁ ଚାଷୀମାନଙ୍କୁ ସମୟପୋଯୋଗୀ ମୂଲ୍ୟ ପ୍ରଦାନ, ଦେଶର ଅର୍ଥନୀତିକୁ ଠିକଣା ବାଟକୁ ଆଣିବା ସକାଶେ ଏଥିରେ ଦାବି କରାଯାଇଛି । ହୀରାକୁଦ ଜଳଭଣ୍ଡାରର ୬୩୦ ଫୁଟ ଉପରେ ଚାଷ ଓ ବାସ କରି ଆସୁଥିବା ଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମ ଘୋଷଣା କରାଯାଇ ଗ୍ରାମବାସୀମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, ଜିଲ୍ଲାର କଳକାରଖାନା ଓ ଖଣିଖାଦାନରେ ଜିଲ୍ଲାର ସମସ୍ତ ବେକାର ଯୁବକ ଓ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ, ଝାରସୁଗୁଡ଼ା-ସମ୍ବଲପୁର ଶିଳ୍ପାୟନ ଜଳକୁ ପ୍ରଦୂଷଣ ମୁକ୍ତ କରିବା, ସମସ୍ତ ପିକୃତ ନିର୍ମାଣ ଶ୍ରମିକମାନଙ୍କୁ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇଦେବା ଏବଂ ବସନ୍ତପୁରରେ ସରକାରଙ୍କ ଅଧିଗୃହୀତ ଜମି ଉପରେ ନିର୍ଭର କରୁଥିବା ଲୋକଙ୍କୁ ପଟ୍ଟା ପ୍ରଦାନ ପାଇଁ ମଧ୍ୟ ସ୍ମାରକପତ୍ରରେ ଦାବି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୫ଟିର କାର୍ଯ୍ୟକାରିତାକୁ ନେଇ ସଚେତନତା କର୍ମଶାଳା

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୫ଟିର କାର୍ଯ୍ୟକାରିତାକୁ ନେଇ ସଚେତନତା କର୍ମଶାଳା

Read More...

ଜଳେଶ୍ୱରର ରାଇବଣିଆ ଅଞ୍ଚଳକୁ ହାତୀ କରିଡର ଦାବି

ଜଳେଶ୍ୱରର ରାଇବଣିଆ ଅଞ୍ଚଳକୁ ହାତୀ କରିଡର ଦାବି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page