ନଭେମ୍ବର ଭାରତ-ପାକ୍‌ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବେ ମୋଦି

October 14, 2019, ଦେଶ, , Anupambharat News Bureau


ନଭେମ୍ବର ଭାରତ-ପାକ୍‌ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରିବେ ମୋଦି
Anupambharat News Bureau
October 14, 2019

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ କର୍ତ୍ତାରପୁର କରିଡରର ଉ“ାଟନ କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନରେ ଥିବା ଶ୍ରୀ କର୍ତ୍ତାପୁର ସାହିବ ଯିବା ପାଇଁ ନିର୍ମାଣ କର୍ତ୍ତାରପୁର କରିଡରକୁ ଭାରତୀୟ ସୀମାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବେ ।
କେନ୍ଦ୍ରମନ୍ତ୍ରୀ ହର୍ସିମିତ କୌର ଟ୍‌ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସୀମାରେ ଥିବା ଇଣ୍ଟିଗ୍ରେଟେଡ୍‌ ଚେକ୍‌ ପୋଷ୍ଟକୁ ଉଦ୍‌ଘାଟନ କରିବେ । ଗୁରୁ ନାନକଜୀଙ୍କ ଆଶୀର୍ବାଦ ଯୋଗୁ ଏହା ସମ୍ଭବ ହୋଇଛି । କର୍ତ୍ତାରପୁର କରିଡର ଯୋଗୁ ଶ୍ରଦ୍ଧାଳୁମାନେ ଏବେ ବେଶ ଆରାମରେ ଶ୍ରୀ କର୍ତ୍ତାରପୁର ସାହିବଙ୍କ ଦର୍ଶନ କରିପାରିବେ ।
ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି । କଂଗ୍ରେସ ଯେଉଁ ଭୁଲ କରିଥିଲା ମୋଦି ତା’କୁ ଠିକ୍‌ କରିଛନ୍ତି । ଗତ ସପ୍ତାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁ ନାନକ ଦେବଙ୍କ ୫୫୦ ତମ ପ୍ରକାଶ ପୂର୍ବ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ଏଥିସହ ଐତିହାସିକ କର୍ତ୍ତାରପୁର କରିଡର ଉଦ୍‌ଘାଟନ ଉତ୍ସବ ପାଇଁ ମଧ୍ୟ ନିମନ୍ତ୍ରଣ କରିଥିଲେ । ପାକିସ୍ତାନର ନରୱାଲା ଜିଲ୍ଲାରେ କର୍ତ୍ତାରପୁର ସାହିବ ଅବସ୍ଥିତ । ଡେରା ବାବା ନାନକ ପୀଠ ଠାରୁ ଏହା ୪ କିମି ଦୂର । ଗତ ନଭେମ୍ବର ମାସରେ ଭାରତ ଓ ପାକିସ୍ତାନ କର୍ତ୍ତାରପୁର କରିଡର ର୍ନିମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ,  ଚିନ୍ତାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌

ପ୍ୟାରିସରେ ଏଫଏଟିଏଫ ବୈଠକ ଆରମ୍ଭ, ଚିନ୍ତାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌

Read More...

 ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page