ବନ୍ଧା ହେଲେ ସେରଗଡ ଟୋଲଗେଟ୍‌ର କର୍ମଚାରୀ

October 14, 2019, ଓଡ଼ିଶା, , Anupambharat News Bureau


ବନ୍ଧା ହେଲେ ସେରଗଡ ଟୋଲଗେଟ୍‌ର କର୍ମଚାରୀ
Anupambharat News Bureau
October 14, 2019

ବାଲେଶ୍ୱର,୧୪ା୧୦ (ଅନୁପମ ମିଡିଆ): ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଖନ୍ତାପଡା ଥାନା ସେରଗଡଠାରେ ବେଆଇନ ଗୋରୁ ଚାଲାଣ ଘଟଣାରେ ଦୁଇ ଟୋଲଗେଟ୍‌ କର୍ମଚାରୀଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ।
ତେବେ ଗେଟ କର୍ମଚାରୀ କୋର୍ଟ ଚାଲାଣ ହେବାରୁ ସ୍ଥାନୀୟ ଅଧିବାସୀଙ୍କ ସନ୍ଦେହ ସତ୍ୟରେ ପରିଣତ ହୋଇଛି । ଶନିବାର ଭୋର ସମୟରେ ଦୁଇ ଗୋରୁ ବୋଝେଇ କଣ୍ଟେନରକୁ ସ୍ଥାନୀୟ ଯୁବକ ଅଟକାଇଥିଲେ । ସକାଳେ ଖବର ପ୍ରଚାରିତ ହେବା କ୍ଷଣି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । କଣ୍ଟେନରରେ ବନ୍ଧାଯାଇଥିବା ଗୋରୁଗୁଡିକୁ ସ୍ଥାନୀୟ ଲୋକେ ଖୋଲି ଦେଇଥିଲେ । କିଛି ସମୟ ପାଇଁ ରାଜପଥ ଉପରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
ଖବର ପାଇ ଖନ୍ତାପଡା ଥାନା ଅଧିକାରୀ ବଲ୍ଲଭ ସାହୁ, ଏଏସଆଇ ଗୋରହରି ଦାସ, ସେରଗଡ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ଗୋସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ କରିଥିଲେ । ଯୁବକଙ୍କ ଦ୍ୱାରା ଗୋରୁ ବୋଝେଇ କଣ୍ଟେନର ଅଟକାଇବା ସହ ଗାଡିକୁ ଏସ୍କଟ ଦେଉଥିବା ଏକ ବୋଲେରକୁ ମଧ୍ୟ ଅଟକାଇ ୮ ଜଣକୁ ଅଟକ ରଖି ପୁଲିସ ଜିମା ଦେଇଥିଲେ । ତେବେ ପୁରା ଗୋଚାଲାଣ ପ୍ରକ୍ରିୟାରେ ଚୋଲଗେଟ କର୍ମଚାରୀଙ୍କ ହାତ ରହିଥିବାର ସ୍ଥାନୀୟ ଯୁବକ ସିଧାସଳଖ ଅଭିଯୋଗ କରିଥିଲେ । ସମସ୍ତଙ୍କ ମିଳିତ ସହଯୋଗରେ ଡାକ ପାର୍ସଲ ଲେଖା ଥିବା କଣ୍ଟେନରରେ ଗୋରୁ ଚାଲାଣ ହେଉଥିଲେ । ତେବେ ବିଭିନ୍ନ ମହଲରରେ ଚାପ ପଡିବାରୁ ଗତକାଲି ଅଟକ ଥିବା ୮ ଚାଲାଣକାରୀଙ୍କ ସହ ଆଉ ଦୁଇ ଚୋଲଗେଟ କର୍ମଚାରୀ ଗୋ ଚାଲାଣରେ ଛନ୍ଦି ହୋଇ ୩୨୧/୧୯ନଂ ମାମଲାରେ କୋର୍ଚ ଚାଲାଣ ହୋଇଛନ୍ତି । ତେବେ ଦୁଇଟି କଣ୍ଟେନରରେ ୩ ଶହରୁ ଉଦ୍ଧ୍ୱ ଗୋରୁ ଥିବାର ଦେଖିବାକୁ ମିଳିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲେଶ୍ୱର ଏସପିଙ୍କ ମାନବିକତା  ଆହତଙ୍କୁ ଉଦ୍ଧାର କଲେ ମେଡିକାଲରେ ଭର୍ତ୍ତି କଲେ

ବାଲେଶ୍ୱର ଏସପିଙ୍କ ମାନବିକତା ଆହତଙ୍କୁ ଉଦ୍ଧାର କଲେ ମେଡିକାଲରେ ଭର୍ତ୍ତି କଲେ

Read More...

 ବିଜେପିର ଛ’ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ବିଜେପିର ଛ’ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page