ନଦୀରେ ଭାସିଯାଇ ଯୁବକ ନିଖୋଜ

October 12, 2019, ଓଡ଼ିଶା, , Anupambharat News Bureau


ନଦୀରେ ଭାସିଯାଇ ଯୁବକ ନିଖୋଜ
Anupambharat News Bureau
October 12, 2019

ଚୌଦ୍ୱାର୧୨ା୧୦(ଅନୁପମ ମିଡ଼ିଆ):ବିରୁପା ନଦୀରେ ଗାଧୋଉଥିବାବେଳେ ନଦୀରେ ଭାସିଯାଇ ୨ଜଣ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ନିଖୋଜ ହୋଇଥିବାବେଳେ ଅନ୍ୟ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।
ନିଖୋଜ ଯୁବକ ଜଣକ ହେଲେ ଚୌଦ୍ୱାର ହିଙ୍ଗୁଳାଇସାହି ହରିଜନ ବସ୍ତିର ଅଶୋକ ନାଏକଙ୍କ ବଡପୁଅ ଆବିନାଶ ନାଏକ(୧୯) । ପରିବାର ଲୋକଙ୍କ ସୁତ୍ରରୁ ପ୍ରକାଶଯେ ଶନିବାର ପ୍ରାୟ ଦିନ ୧୨ଟା ସମୟରେ ଅବିନାଶ, ତାଙ୍କ ସାନଭାଇ ଦେବା ଓ ପଡୋଶୀ ଘରର ବଟ ଭୋଇ ନାମକ ଆଉଜଣେ ପିଲା ନଦୀରେ ଗାଧୋଇବା ପାଇଁ ଘରୁ ଆସିଥିଲେ । ଦେବା ଘାଟ କୁଳରେ ଠିଆହୋଇଥିବା ବେଳେ ବଟ ଓ ଅବିନାସ ଗାଧୋଇବା ପାଇଁ ପାଣି ଭିତରକୁ ପଶିଥିଲେ । ପାଣିର ସ୍ରୋତ ପ୍ରଖର ଥିବାରୁ ଉଭୟ ନଦୀପାଣିରେ ଭାସି ଯାଇଥିଲେ । ଏହାଦେଖି ଦେବା ଚିତ୍କାର କରିବାରୁ ପାଖରେ ମାଛ ଧରୁଥିବା ଅଜିତ ସାହୁ ନାମକ ଜନୈକ ଯୁବକ ପାଣି ଭିତରୁ ବଟକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ ।
ମାତ୍ର ଅବିନାଶର କୌଣସି ପତ୍ତା ମିଳିନଥିଲା । ଖବର ପାଇ ଜଗତପୁର ପୋଲିସ ,ଦମକଳବାହିନୀ ଓ ଓଡ୍ରାଫ୍‌ଟିମ୍‌ ଘଟଣା ସ୍ଥଳରେ ପହଁଚି ଅବିନାଶକୁ ଖୋଜାଖୋଜି ଜାରିରଖିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଅବିନାଶର କୌରସି ସନ୍ଧାନ ମିଳି ନଥିବା ବେଳେ ଆସନ୍ତା କାଲି ଖୋଜିବା କାର୍ଯ୍ୟ ଜାରୀ ରହିବ ବୋଲି ଚୌଦ୍ୱାର ଅଗ୍ନିଶମ ଅଧିକାରୀ ଜୟ ମଙ୍ଗଳ ସ୍ୱାଇଁ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଉଜାଡିଲା ଫସଲ

ସରାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଉଜାଡିଲା ଫସଲ

Read More...

ଏସସିବି ମେଡିସିନ ୱାର୍ଡ ୩ ମହଲାରୁ ଡେଇଁ ବୃଦ୍ଧ ମୃତ

ଏସସିବି ମେଡିସିନ ୱାର୍ଡ ୩ ମହଲାରୁ ଡେଇଁ ବୃଦ୍ଧ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page