ବନ୍ଦ ହେଲା ଦେଶର ପ୍ରମୁଖ ଦୈନିକ ଖବର କାଗଜ ଡିଏନଏ

October 10, 2019, ଦେଶ, , Anupambharat News Bureau


ବନ୍ଦ ହେଲା ଦେଶର ପ୍ରମୁଖ ଦୈନିକ ଖବର କାଗଜ ଡିଏନଏ
Anupambharat News Bureau
October 10, 2019

ନୂଆଦିଲ୍ଲୀ: ଆଜିଠାରୁ ବନ୍ଦ ହୋଇଛି ଦେଶର ପ୍ରମୁଖ ଓ ନିର୍ଭରଯୋଗ୍ୟ ଖବରକାଗଜ ଡିଏନଏ । ଗତକାଲି ଥିଲା ଡିଏନଏର ଅନ୍ତିମ ସଂସ୍କରଣ । ଇଂରାଜୀରେ ପ୍ରକାଶ ପାଉଥିବା ଏହି ଖବରକାଗଜ ତାର ଅହମଦାବାଦ ଏବଂ ମୁମ୍ୱାଇ ସଂସ୍କରଣକୁ ଆଜିଠାରୁ ବନ୍ଦ କରିଛି । ୨୦୦୫ ମସିହାରେ ଡିଏମସିଏଲ ଦ୍ୱାରା ଏହି ଖବରକାଗଜ ଆରମ୍ଭ ହୋଇଥିଲା । ଏସେଲ ଗ୍ରୁପ ଏବଂ ଭାସ୍କର ଗ୍ରୁପର ମିଳିତ ଉଦ୍ୟମରେ ଡିଏମସିଲ ପ୍ରତିଷ୍ଠା କରାଯାଇ ଡିଏନଏ ଖବରକାଗଜ ପ୍ରକାଶ ପାଇଥିଲା । ଏବେ କି;ୁ କେବେଳ ଡିଜିଟାଲ ମିଡିଆରେ ସକ୍ରିୟ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଦେଶରେ ଡିଜିଟାଲ ମିଡିଆ ପ୍ରତି ଲୋକଙ୍କର ବଢ଼ୁଥିବା ଚାହିଦା ଏବଂ ଖବରକାଗଜ ପ୍ରକାଶ କରିବା ବ୍ୟୟବହୁଳ ହେବାରୁ ଏହାକୁ ନଜରରେ ରଖି ଖବରକାଗଜ ବନ୍ଦ କରି କେବେଳ େୱବ୍‌ ପୋର୍ଟାଲରେ ସୀମିତ ରହିବ ପାଇଁ ଡିଏମସିଏଲ ନିଷ୍ପତ୍ତି ନେଇଛି । ଖୁବଶୀଘ୍ର ଡିଏନଏର ଆପ୍‌ ଆସିବ ବୋଲି ମଧ୍ୟ କମ୍ପାନୀ ପକ୍ଷରୁ ଜଣାପଡ଼ିଛି ।ଚଳିତ ବର୍ଷ ଫେବୃଆରୀରେ ଏହି ଡିଏନଏ ଖବରକାଗଜ ତାର ଦିଲ୍ଲୀ ସଂସ୍କରଣକୁ ବିକ୍ରି କରିବା ପାଇଁ ନିଲାମୀ ଡ଼ାକିଥିଲା । ଡିଏନଏ ଭଳି ଦେଶର ଅନ୍ୟ ଏକ ପ୍ରମୁଖ ଇଂରାଜୀ ଖବରକାଗଜ ଡେକାନ କ୍ରୋନିକିଲ ତାର ଅନ୍ୟ ଏକ ଖବରକାଗଜ ଫିନାନସିଆଲ କ୍ରୋନିକିଲର ପ୍ରକାଶନ ଫେବୃଆରୀରେ ବନ୍ଦ କରିଛି । ୫ଟି ସହରରେ ଏହି ଫିନାନସିଆଲ କ୍ରୋନିକିଲ ପ୍ରକାଶନ ପାଉଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

ଶୌଚାଳୟରେ ଛିଡ଼ା ହୋଇ ସେଲଫି ନେଲେ ମିଳିବ ୫୧ ହଜାର ଟଙ୍କା

Read More...

ଚାଇନାର କଶ୍ମୀର ପ୍ରୀତି, ଭାରତର କଡ଼ା ବିରୋଧ

ଚାଇନାର କଶ୍ମୀର ପ୍ରୀତି, ଭାରତର କଡ଼ା ବିରୋଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page