ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଧର୍ମେନ୍ଦ୍ର

May 14, 2019, ଦେଶ, , Anupambharat News Bureau


ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଧର୍ମେନ୍ଦ୍ର
Anupambharat News Bureau
May 14, 2019

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ବିଜେପି ଟିକେଟ୍‌ରେ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଏହାକୁ ନେଇ ତାଙ୍କ ବାପା ତଥା ଭେଟେରାନ୍‌ ଆକଫର ଓ ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି,ସନ୍ନି ଗୁରୁଦାସପୁରରୁ ପ୍ରାର୍ଥୀ ହେବେ ବୋଲି ଯଦି ମୁଁ ଆଗରୁ ସୂଚନା ପାଇଥାଆନ୍ତି, ତା’ହେଲେ ତାଙ୍କୁ ନିର୍ବାଚନ ଲିବାକୁ ମନା କରି ଥାଆନ୍ତି । କାରଣ ଏଠାରୁ କଂଗ୍ରେସ ସୁନୀଲ ଜାଖଡ଼ଙ୍କୁ ପ୍ରାର୍ଥୀ କରିଛି । ସୁନୀଲ ଜାଖଡ଼ଙ୍କ ସହିତ ଆମର ପାରିବାରିକ ସଂପର୍କ ରହିଛି । ତାଙ୍କ ବାପା ବଲରାମ ଜାଖଡ଼ଙ୍କ ସହିତ ମୋର ବ୍ୟକ୍ତିଗତ ସଂପର୍କ ବହୁତ ଭଲ ଥିଲା । ଧର୍ମେନ୍ଦ୍ର କହିଛନ୍ତି,ସୁନୀଲ ଏକ ରାଜନୀତିକ ପରିବାରରୁ ଆସିଥିବାରୁ ସନ୍ନିଙ୍କ ତୁଳନାରେ ବେଶ୍‌ ଭଲ ଭାଷଣ ଦେଇପାରିବେ । ଅନ୍ୟପକ୍ଷରେ ସନ୍ନି ମଧ୍ୟ ପୂର୍ବରୁ ସ୍ୱୀକାର କରିଥିଲେ ଯେ, ସେ ରାଜନୀତିରେ ନୂଆ, କି;ୁ ଦେଶପ୍ରେମୀ । ମେ’ ୧୯ରେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଗୁରୁଦାସପୁର ଲୋକସଭା ଆସନ ପାଇଁ ମତଦାନ ହେବ । ଗୁରୁଦାସପୁର ଆସନ ବିଜେପିର ଗଡ଼ ଭାବେ ପରିଚିତ । ୧୯୯୮ରୁ ୨୦୦୯ ଓ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଏହା ବିଜେପି କବଜାରେ ଥିଲା । ସ୍ୱର୍ଗତ ବିନୋଦ ଖାନ୍ନା ଏଠାରୁ ଲଗାତାର ନିର୍ବାଚନ ଜିତିଥିଲେ । ୨୦୦୯ରେ ସେ ହାରିଯାଇଥିଲେ । ୨୦୧୭ରେ ତାଙ୍କର ପରଲୋକ ହୋଇଥିଲା । ତା’ପରେ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ଼ ବିଜୟୀ ହୋଇଥିଲେ । ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିଛି । ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ । ସେ ବିଜେପି ଟିକେଟ୍‌ରେ ରାଜସ୍ଥାନର ବିକାନେରୁ ବିଜୟୀ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନ୍‌ ନିର୍ମାଣ କଲା ଅତ୍ୟାଧୁନିକ କ୍ୟାମେରା

ଚୀନ୍‌ ନିର୍ମାଣ କଲା ଅତ୍ୟାଧୁନିକ କ୍ୟାମେରା

Read More...

ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ

ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page