ଏସ୍‌ପିଙ୍କ ସ୍କୋର୍ପିଓକୁ ପିଟିଲା ମିକ୍ସର ମେସିନ୍‌ ଗାଡି, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

October 10, 2019, ଓଡ଼ିଶା, , Anupambharat News Bureau


  ଏସ୍‌ପିଙ୍କ ସ୍କୋର୍ପିଓକୁ ପିଟିଲା ମିକ୍ସର ମେସିନ୍‌ ଗାଡି, ଅଳ୍ପକେ ବର୍ତ୍ତିଲେ ଏସ୍‌ପି
Anupambharat News Bureau
October 10, 2019

କେନ୍ଦୁଝର, ୧୦ା୧୦: କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଗୁରୁବାର ବାରିଆ ଥାନା ପରିଦର୍ଶନରେ ଯାଇ ସେଠାରୁ ତୁରୁୁମୁଙ୍ଗା ଥାନା ପରିଦର୍ଶନ ପାଇଁ ଆସୁଥିବାବେଳେ ଚମ୍ପୁଆ ରାସ୍ତାରୁ ଝାରବେଡା ଛକ ନିକଟରେ ୪୯ନଂ ଜାତୀୟ ରାଜପଥକୁ ଏସ୍‌ପିଙ୍କ ସ୍କୋର୍ପିଓ ତୁରୁମୁଙ୍ଗା ଥାନା ମୁହାଁ ହେଉଥିବାବେଳେ ଦିନ ପ୍ରାୟ ୧୨ଟା ସମୟରେ ରାସ୍ତା ନିର୍ମାଣକାରୀ ମଣ୍ଟେକାର୍ଲୋ କମ୍ପାନୀର କଂକ୍ରିଟ ତିଆରୀ ମିକ୍ସର ମେସିନ ବୋଝେଇ ଗାଡି ଏସ୍‌ପିଙ୍କ ସ୍କୋର୍ପିଓ ସମ୍ମୁଖ ଭାଗ ଦୂର୍ଘଟଣାରେ ଭାଙ୍ଗି ରୁଜି ଯାଇଥିଲେ ମଧ୍ୟ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ସମେତ ସ୍କୋର୍ପିଓ ଚାଳକ ଓ ପିଏସ୍‌ଓ ଦ୍ୱୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୂର୍ଘଟଣା ଘଟିବା ପଛରେ ଏସ୍‌ପିଙ୍କ ଗାଡି ଚାଳକର ଦାୟିତ୍ୱହୀନତା ଏଠାରେ ଚର୍ଚ୍ଚା ହେଉଥିବାବେଳେ ଖବରପାଇ ତୁରୁମୁଙ୍ଗା ଥାନାଧିକାରୀ ବରେନ୍ଦ୍ର ଶିଆଳ ଘଟଣାସ୍ଥଳକୁ ଯାଇ ଏସ୍‌ପିଙ୍କ ଦୂର୍ଘଟଣାଗ୍ରସ୍ତ ଗାଡିକୁ ଥାନାକୁ ଆଣିବା ସହ ଦୂର୍ଘଟଣା ଘଟାଇଥିବା ମିକ୍ସର ଗାଡିକୁ ଜବତ କରିଛନ୍ତି । ତେବେ ଏସ୍‌ପି ଦୂର୍ଘଟଣା ପରେ ତୁରୁମୁଙ୍ଗା ଥାନାକୁ ଆସି ଥାନା ପରିଦର୍ଶନ କରିବା ପରେ ପୁନଃ ଥାନା ଗାଡିରେ ଚମ୍ପୁଆ ଗସ୍ତ କରିଥିବା ଜଣାପଡିଛି । ମିକ୍ସର ମେସିନ ଗାଡିଟି ବୈତରଣୀ ପୋଲ ପଟୁ ଖିରେଇଟାଙ୍ଗିରୀ କ୍ୟାମ୍ପକୁ ଫେରୁଥିବା ସମୟରେ ଚମ୍ପୁଆ ରାସ୍ତା ପଟୁ ତୁରମୁଙ୍ଗା ଜାତୀୟ ରାଜପଥ ୪୯କୁ ଆସୁଥିବା ଏସ୍‌ପିଙ୍କ ସ୍କୋର୍ପିଓଟି ଦୂର୍ଘଟଣାଗ୍ରସ୍ଥ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମଣୀ ନଦୀରେ କୁମ୍ଭିର ଆତଙ୍କ

ବ୍ରହ୍ମଣୀ ନଦୀରେ କୁମ୍ଭିର ଆତଙ୍କ

Read More...

ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ପେଟ୍ରୋଲ ପମ୍ପ୍‌ରେ ଭଙ୍ଗାରୁଜା, ଦୁଇ ଗିରଫ

ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ପେଟ୍ରୋଲ ପମ୍ପ୍‌ରେ ଭଙ୍ଗାରୁଜା, ଦୁଇ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page