କମଲ ହାସନଙ୍କ ବିରୋଧରେ ଏତଲା

May 13, 2019, ଦେଶ, , Anupambharat News Bureau


କମଲ ହାସନଙ୍କ ବିରୋଧରେ ଏତଲା
Anupambharat News Bureau
May 13, 2019

ନୂଆଦିଲ୍ଲୀ,୧୩ା୫: ସମଗ୍ର ଭାରତ ବର୍ଷରେ ଚଳଚ୍ଚିତ୍ର ଜଗତରେ ଜଣେ ପ୍ରଖ୍ୟାତ କଳାକାର ବା ଅଭିନେତା ଭାବରେ ପରିଚିତ କମଲ ହାସନ ଆଜି ନାଥୁରାମ ଗଡ୍‌ସେଙ୍କୁ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ମନ୍ତବ୍ୟ ଦେଇ ବିବାଦୀୟ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । କମଲା ହାସନଙ୍କ ବିରୋଧରେ ତାହାଙ୍କ ମନ୍ତବ୍ୟକୁ ନେଇ ଭାରତୀୟ ଜନତାପାର୍ଟି (ବିଜେପି) ଦୃଢ଼ ପ୍ରତିବାଦ କରି ତାହାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିବା ଜଣାପଡ଼ିଛି । ମହତ୍ମାଗାନ୍ଧି ଜାତିର ଜନକ ଭାବେ ପରିଚିତ ଥିବା ଯୋଗୁଁ ତାହାଙ୍କୁ ସ୍ୱାଧୀନତାର ମୁଖ୍ୟ ନାୟକ ଭାବରେ ସମଗ୍ର ଦେଶବାସୀ ଅବଗତ ଅଛନ୍ତି । ତେବେ ତାହାଙ୍କୁ ନାଥୁରାମ ଗଡ୍‌ସେ ଗୁଳି କରି ହତ୍ୟା କରିଥିବା ଯୋଗୁଁ ଜଣେ ହିନ୍ଦୁ ହୋଇ ମଧ୍ୟ ସେ ଆତଙ୍କବାଦୀ ଭାବରେ କାର୍ଯ୍ୟ କରିଥିଲେ । ତାହାଙ୍କୁ ଦେଶର ପ୍ରଥମ ଆତଙ୍କବାଦୀ ବୋଲି କମଲା ହାସନ ମନ୍ତବ୍ୟ ଦେଇଛନ୍ତି । ଅନ୍ୟପକ୍ଷରେ ଏହାକୁ ବିରୋଧ କରି ରାଜନୈତିକ ଫାଇଦା ଉଠାଇବା ଲକ୍ଷ୍ୟ ରଖି ଭୋଟର ମାନଙ୍କୁ ପ୍ରଭାବିତ କରିବା ଦିଗରେ ଚଳଚ୍ଚିତ୍ର ଅଭିନେତା ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ଅଭିଯୋଗ କରାଯାଇଛି । କମଲ ହାସନ ମୁଖ୍ୟତଃ ମୁସ୍‌ଲମାନ୍‌ ସଂଖ୍ୟାଗରିଷ୍ଠତା ଲୋକଙ୍କୁ ସମ୍ବୋଦ୍ଧିତ କରିବା ବେଳେ ଏଭଳି ମନ୍ତ୍ୟ ଦେଇଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି । କମଲ ହାସନଙ୍କ ଏଭଳି ମନ୍ତବ୍ୟ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩ (୩)ଉଲ୍ଲଂଘନ ହୋଇଛି । ଏହା ନିଶ୍ଚିତ ଏକ ଅନିୟମିତା ଘଟଣା ବୋଲି ଆଜି ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ ଲେଖି ବିଜେପି ପକ୍ଷରୁ ପଠାଯାଇଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ମୁଖ୍ୟତଃ ଧର୍ମକୁ ଭିତ୍ତିକରି ଶତ୍ରୁତା ସୃଷ୍ଟି କରୁଛନ୍ତି ବୋଲି ହାସନଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଆଜି ପର୍ଯ୍ୟନ୍ତ ଦେଶରେ ଭାତୃତ୍ୱଭାବ ଓ ସଂହତି ଜାଗ୍ରତ ରହିଥିବା ବେଳେ ହାସନ ଏଭଳି ସାଂଘାତିକ ମନ୍ତବ୍ୟ ଦେଇଥିବା ଘଟଣା ଭାରତୀୟ ପିଙ୍ଗଳ କୋର୍ଡର (ଆଇପିସି)ର ଧାରା ୧୫୩ ଅନୁଯାୟୀ ଏକ ଫୌଜଦାର ଅପରାଧୀ ଭାବେ ଜଣେ ବ୍ୟକ୍ତିକୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ । ସୂଚନା ଥାଉକି ଆରାଭାକୁରିଛି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନ ର୍ୟାଲିରେ ଭାଷଣ ଦେଉଥିବା ବେଳେ ଏକ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ହିଁ କମଲ ହାସନ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ଯାହାର ନିର୍ବାଚନ ଚଳିତମାସ ୧୯ ତାରିଖରେ ଅନୁଷ୍ଠିତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ

ଯୋଗ୍ୟତା ପରୀକ୍ଷାରେ ସଂରକ୍ଷଣ ଗ୍ରହଣୀୟ ନୁହେଁ

Read More...

କାର-ବାଇକ ଧMା, ପ୍ରସୂତି ସମେତ ତିନି ମୃତ

କାର-ବାଇକ ଧMା, ପ୍ରସୂତି ସମେତ ତିନି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page