ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଗଲା

October 02, 2019, ଓଡ଼ିଶା, , Anupambharat News Bureau


ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଗଲା
Anupambharat News Bureau
October 02, 2019

ହରିଚନ୍ଦନପୁର,୨ା୧୦(ଅନୁପମ ମିଡିଆ): ପୈତୃକ ସମ୍ପତିକୁ ନେଇ ଭାଇ ଭାଇ ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳ ଏତେ ଭୟଙ୍କର ଥିଲା ଯେ ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ଜୀବନ ଚାଲିଗଲା ।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗତ ମଙ୍ଗଳବାର ରାତି ପାଖାପାଖି ସାଢେ ଆଠ ଘଟିକା ସମୟରେ । ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଂଚଳର ଦୁର୍ଗମ ତଥା ଉପାନ୍ତ ଅଂଚଳ ଭାବେ ପରିଚିତ ବରେଇଗୋଡା ପଂଚାୟତର ରେବଣା ଗାଁ ରାଘପୁର ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଅଭାବନୀୟ ଘଟଣା ଘଟିଛି ପୈତୃକ ସମ୍ପତିକୁ ନେଇ ରକ୍ତ ସମ୍ପର୍କର ଦୁଇ ଭାଇଙ୍କ ମଧ୍ୟରେ । ଏହି ଗାଁର ରେପ ମୁର୍ମ୍ମୁ ତାର ପୈତୃକ ଜାଗାରେ ଏକ ନୂତନ ଘର ନିର୍ମାଣ କରିଥିବା ବେଳେ ସାନ ଭାଇ କରଣ ମୁର୍ମ୍ମୁଙ୍କୁ ସେଥିରୁ ଭାଗ ନ ଦେବା କ୍ରମରେ ସାନ ଭାଇକୁ ଏକ ଧାରୁଆ ଟାଙ୍ଗିଆରେ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ପଡୋଶୀଙ୍କ କବଳରୁ ଉଦ୍ଧାର ପାଇ ନ ଥିଲେ । ପରିବାରବର୍ଗ ଏବଂ ପଡୋଶୀ ସମସ୍ତେ ମିଶି ହତ୍ୟାକାରୀ ରେପ ମୁର୍ମ୍ମୁର ଗୋଡ ହାତ ବାନ୍ଧି ଦୈତାରୀ ଥାନାକୁ ଖବର ଦେଇଥିଲେ । ପରିବାରବର୍ଗଙ୍କ କହିବାନୁଯାୟୀ ଗତ ମଙ୍ଗଳବାର ସନ୍ଧ୍ୟାରେ ରେପ ଏକ ବ୍ରଏଲର କୁକୁଡା କିଣି ଆଣିଥିଲା । ତେବେ ମାଂସ ତରକାରୀ ହେବା ପରେ ପରିବାରବର୍ଗ ସମସ୍ତେ ଖାଇବାକୁ ବସିଥିଲେ । ଖାଇବା ଅବଧିରେ ଦୁଇ ଭାଇଙ୍କ ମଧ୍ୟରେ ସେହି ନବନିର୍ମିତ ଘରକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ବଡଭାଇ ରେପର ରାଗକୁ ଦେଖି ସାନଭାଇ କରଣ ଚାଷଜମିରେ ଜଗିବାକୁ ପଡୋଶୀ ରଘୁ ମାରାଣ୍ଡିଙ୍କ ଘରକୁ ଯାଇ ତାକୁ ସାଥିରେ ନେଇ ଚାଷଜମିକୁ ବାହାରି ଯାଉଥିବା ବେଳେ ରେପ କରଣକୁ ଖୋଜି ଖୋଜି ରଘୁ ଘର ପାଖରେ ପାଇବା ସହିତ ସେ ନେଇଥିବା ଧାରୁଆ ଟାଙ୍ଗିଆରେ କରଣକୁ ପଛ ପଟରୁ ମୁଣ୍ଡକୁ ଏକ ଚୋଟ ପକାଇଥିଲା ।
ଫଳରେ ଘଟଣା ସ୍ଥଳରେ କରଣର ମୃତୁ୍ୟ ହୋଇଥିଲା । ତେବେ ଏଭଳି ଏକ ଖବର ପାଇ ଦୈତାରୀ ଥାନାଧିକାରିଣୀ ସସ୍ମିତା ଖିଲ୍ଲାର ପୁଲିସ ଟିମକୁ ନେଇ ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ପହଁଚି ମୃତ କରଣର ଶବକୁ ଉଦ୍ଧାର କରିବା ସହିତ ଗୋଡ ହାତ ବନ୍ଧା ରେପକୁ ଥାନାକୁ ନେଇ ଯିବା ସହିତ ଘଟଣା ସମ୍ପର୍କରେ ପଚରାଉଚୁରା ଜାରି ରଖିଥିବା ସୂଚନା ମିଳିଛି ।
ଅନ୍ୟ ପକ୍ଷରେ ଦୈତାରୀ ପୁଲିସ ମୃତ କରଣର ଶବକୁ ବ୍ୟବଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିନାପାଲିରେ ଆବାସ ଯୋଜନା ବାଟବଣା-  ପାଲ ପଲିଥିନ୍‌ ତଳେ ୮ ନିରୀହ ଜୀବନ

ସିନାପାଲିରେ ଆବାସ ଯୋଜନା ବାଟବଣା- ପାଲ ପଲିଥିନ୍‌ ତଳେ ୮ ନିରୀହ ଜୀବନ

Read More...

ଏମିତି ହେଲେ ସେ ମହାତ୍ମା ଗାନ୍ଧୀ..!

ଏମିତି ହେଲେ ସେ ମହାତ୍ମା ଗାନ୍ଧୀ..!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page