ଏଟିଏମ ଭାଙ୍ଗି ଲୁଟି ନେଲେ ୨୫ ଲକ୍ଷ

October 01, 2019, ଓଡ଼ିଶା, , Anupambharat News Bureau


ଏଟିଏମ ଭାଙ୍ଗି ଲୁଟି ନେଲେ ୨୫ ଲକ୍ଷ
Anupambharat News Bureau
October 01, 2019

ବିରଜାକ୍ଷେତ୍ର,୧ା୧୦(ଅନୁପମ ମିଡିଆ): ଯାଜପୁର ସହରର ଜନଗହଳିପୂର୍ଣ୍ଣ ଅମ୍ବିକାଇ ଛକ ନିକଟରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଟିଏମକୁ ଗ୍ୟାସ କଟରରେ ଭାଙ୍ଗି ଦୂର୍ବୃତ୍ତ ମାନେ ୨୫ ଲକ୍ଷ ୨୭ ହଜାର ୬୦୦ ଟଙ୍କା ଲୁଟି ନେଇଛନ୍ତି । ସୋମବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ଜଣାପଡିଛି । ସକାଳୁ ଏଟିଏମ ତଡା ଯାଇଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଥାନାଧିକାରୀ ଆଶିଷ ସାହୁ ତତକ୍ଷଣାତ୍‌ ଘଟଣାସ୍ଥଳକୁ ଯାଇଥିବା ବେଳେ ଏସବିଆଇ ଏଟିଏମର ଫ୍ରାଞ୍ଚାଇଜ ନେଇଥିବା ଟିଏସଆଇ କମ୍ପାନୀର ଜଣେ ଅଧିକାରୀ ଅବିନାଶ ତ୍ରିପାଠୀ ଯାଜପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏସପି ଚରଣ ସିଂ ମୀନା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର ଜେନାଙ୍କ ସମେତ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଥିଲେ । ଏସପି ମୀନା ଏନେଇ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ଏଠାରେ ସନ୍ଧାନୀ କୁକୁର ପହଞ୍ଚି ଥିଲା । ଏଥିସହିତ ଫୋରେନସିକ ଟିମ୍‌ ଓ ରାଜ୍ୟ ପୋଲିସ ପ୍ରଶାସନର ସୂଚନା ତଥା ବୈଷୟିକ ବିଭାଗର ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି । ସନ୍ଧାନୀ କୁକୁର କେତେକ ସ୍ଥାନକୁ ଯାଇ ପୋଲିସକୁ ଲୁଟେରାଙ୍କ ସଂପର୍କରେ କିଛିଟା ତଥ୍ୟ ଦେଇଥିବା ବେଳେ ଫୋରେନସିକ୍‌ ଟିମ୍‌ ମଧ୍ୟ ତଦନ୍ତରେ ଅଗ୍ରଗତି କରିଥିବା ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଉକ୍ତ ଏଟିଏମ ସହିତ ଏସବିଆଇର ଅନ୍ୟ କିଛି ଏଟିଏମରେ ସୁରକ୍ଷାକର୍ମୀ ନିୟୋଜିତ ନଥିବାରୁ ଲୁଟେରାଙ୍କ ପାଇଁ ଏଭଳି ସୁଯୋଗ ସୃଷ୍ଟି ହେଲା ବୋଲି କୁହାଯାଉଛି । ସେଠାରେ ରହିଥିବା ସିସି କ୍ୟାମେରା ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟ କରୁନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଟିଏମ ଭାଙ୍ଗି ଟଙ୍କା ଲୁଟିନେବା ଘଟଣା ଯାଜପୁର ସହରରେ ପ୍ରଥମ ବୋଲି କୁହାଯାଉଛି । ଯାହା ଶୁଣାଯାଏ ଗତ ରାତିରେ ଉକ୍ତ ଏଟିଏମରେ ଟଙ୍କା ଲୋଡ କରାଯାଇଥିଲା । ଏଣୁ ଟଙ୍କା ଲୋଡ କରିଥିବା ଗୋଷ୍ଠୀଙ୍କର ଏଥିରେ ସଂପୃକ୍ତି ଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ପୋଲିସ ଟିଏସଆଇ ର କେତେକ କର୍ମଚାରୀ ଓ ନିକଟସ୍ଥ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସ୍ଥାୟୀ ବାସିନ୍ଦାଙ୍କୁ ନେଇ ପଚରା ଉଚରା କରୁଛି । ଅନ୍ୟପକ୍ଷରେ ଯାଜପୁର ସହରରେ ପୋଲିସ ସକ୍ରିୟତାର ସହ ରାତ୍ରିକାଳୀନ ଡୁ୍ୟଟୀ କରୁନଥିବା ଅଭିଯୋଗ ହୋଇଛି । ନିର୍ଦ୍ଧିଷ୍ଟ କିଛି ଛକ ମାନଙ୍କରେ ରାତି ୨ଟା ପର୍ଯ୍ୟନ୍ତ ପୋଲିସ ପ୍ରହରା ମାରୁଥିବା ବେଳେ ସହରର ଅନ୍ୟ ସମସ୍ତ ଅଞ୍ଚଳରେ ବିଶେଷ କରି ବ୍ୟାଙ୍କ ଏବଂ ଏଟିଏମ ରହିଥିବା ସ୍ଥାନ ଗୁଡିକରେ ପୋଲିସର ପିସିଆର ଭ୍ୟାନ ପରିକ୍ରମା କରୁନଥିବା କୁହାଯାଉଛି । ଲୁଟେରାଙ୍କୁ ନିଶ୍ଚିତ ଠାବ କରାଯିବ ବୋଲି ଥାନାଧିକାରୀ ସାହୁ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଗୁଆ ଜାମିନ

ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଗୁଆ ଜାମିନ

Read More...

ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୨’

ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୨’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page