ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌

July 22, 2019, ଦେଶ, , Anupambharat News Bureau


ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌
Anupambharat News Bureau
July 22, 2019

ନୂଆଦିଲ୍ଲୀ, : ମେଟ୍ରୋ ଟ୍ରେନ୍‌ ପ୍ରଚଳନର ସଫଳତାକୁ ଦୃଷ୍ଟିରେ ରଖି ଛୋଟ ସହରରେ ଅର୍ବାନ୍‌ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ‘ମେଟ୍ରୋଲାଇଟ୍‌’ ଟ୍ରେନ ଚଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ମାତ୍ର ୨୫ କିମି ବେଗରେ ଗତି କରିପାରୁଥିବା ଏହି ଟ୍ରେନ୍‌ରେ ମାତ୍ର ୩ଟି କୋଚ୍‌ ରହିବ ।
ସଡ଼କ ତଥା ମାଟି ଉପରେ ନିର୍ମାଣ ହେବାକୁ ଥିବା ମେଟ୍ରୋଲାଇଟ୍‌ ଟ୍ରେନକୁ ନେଇ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିନିର୍ଦ୍ଦିଷ୍ଟ ବିବରଣୀ ମାନଦଣ୍ଡ ଜାରି କରାଯାଇଛି । ମନ୍ତ୍ରଣାଳୟର କହିବାନୁସାରେ ମେଟ୍ରୋଲାଇଟ୍‌ ଟ୍ରେନ ଅନ୍ୟ ମେଟ୍ରୋ ସିଷ୍ଟମଠାରୁ କମ ମୂଲ୍ୟରେ ବିକଶିତ ହୋଇପାରିବ । ଏହା ଉଚ୍ଚ କ୍ଷମତାଯୁକ୍ତ ମେଟ୍ରୋର ଫିଡର ସିଷ୍ଟମ ଭାବେ କାର୍ଯ୍ୟ କରିପାରିବ । ଜାତୀୟ ରାଜପଥରେ ଭିଡ଼କୁ ହ୍ରାସ କରିବା କ୍ଷେତ୍ରରେ ମେଟ୍ରୋଲାଇଟ ଟ୍ରେନ ମୁଖ୍ୟ ଭୂମିକା ନେଇପାରିବ । ଏହାର ନିର୍ମାଣ ଲାଗି ମେଟ୍ରୋ ଟ୍ରେନ ଭଳି ବିଶାଳ ଖର୍ଚ୍ଚ କରିବାକୁ ପଡିବ ନାହିଁ । ସଡ଼କ ପରିବହନ କ୍ଷେତ୍ରରେ ଏହା ପାରମ୍ପରିକ ଗାଡ଼ିର ବିକଳ୍ପ ହୋଇପାରିବ । ୩ କୋଚ୍‌ ବିଶିଷ୍ଟ ଏହି ଟ୍ରେନ୍‌ରେ ସର୍ବାଧିକ ୩୦୦ ଯାତ୍ରୀ ଯାଇପାରିବେ । ଅର୍ବାନ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ନିର୍ମାଣ ଲାଗି ରାଜ୍ୟ ସରକାରଗୁଡ଼ିକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ । ଜାତୀୟ ରାଜପଥ କଡ଼ରେ ମେଟ୍ରୋଲାଇଟ ଟ୍ରେନ୍‌ ପାଇଁ ସ୍ୱତନ୍ତ୍ର ରେଳ ଟ୍ରାକ୍‌ ନିର୍ମାଣ କରାଯିବ । ସଡ଼କ ପଥରେ ଟ୍ରାଫିକ ଭିଡଠାରୁ ଏହାକୁ ଦୂରେଇ ରଖିବା ଲାଗି ରେଳ ଟ୍ରାକ୍‌ର ଦୁଇକଡରେ ଲୌହ ବାଡ଼ ଦିଆଯିବ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ବଡ଼ ବଡ଼ ସହରରେ ଯାତାୟାତ ପାଇଁ ମେଟ୍ରୋ ଟ୍ରେନ ବ୍ୟବସ୍ଥା ନିର୍ମାଣ କରାଯାଉଛି । ଏଥିପାଇଁ ଅଧିକ ବ୍ୟୟଭାର ବହନ କରିବାକୁ ପଡୁଛି । ଅଧିକ ଟ୍ରେନ ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ମେଟ୍ରୋ ଟ୍ରେନ ପ୍ରକଳ୍ପ ନିର୍ମାଣ କରାଯାଉଛି । ବିଭିନ୍ନ ସହରରେ ମେଟ୍ରୋ ଟ୍ରେନ ଚଳାଚଳର ସଫଳତାରେ ଉତ୍ସାହିତ କେନ୍ଦ୍ର ସରକାର ଏବେ ଛୋଟ ଛୋଟ ସହରରେ ମେଟ୍ରୋଲାଇଟ ଟ୍ରେନ ପ୍ରଚଳନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ।
ସାଧାରଣ ନିର୍ବାଚନ ବେଳେ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ଦେଶର ୫୦ ସହରକୁ ମେଟ୍ରୋ ନେଟ୍‌ୱର୍କ ସହ ଯୋଡାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମେଟ୍ରୋଲାଇଟ୍‌ ବ୍ୟବସ୍ଥାରେ ଆଶ୍ରୟ ପ୍ଲାଟଫର୍ମ ନିର୍ମାଣ କରାଯିବ । ଏଥିରେ କୌଣସି ଏଏଫ୍‌ସି ଗେଟ୍‌, ପ୍ଲାଟଫର୍ମ ସ୍କ୍ରିନ ଡୋର୍‌, ଏକ୍ସ-ରେ ଏବଂ ବ୍ୟାଗେଜ ସ୍କାନର ରହିବ ନାହିଁ । ଟ୍ରେନ୍‌ର କୋଚ୍‌ ଏବଂ ସେଲଫର ପ୍ଲାଟଫର୍ମରେ ହିଁ ଟିକେଟ ଭାଲିଡେଟର ରହିବେ । ଏନ୍ସିଏମ୍ସି/ଅନ୍ୟାନ୍ୟ ଟିକେଟ ବ୍ୟବସ୍ଥା ଆପଣାଯିବ । ଯେ କୌଣସି ସମୟରେ ଚେକିଂ କରାଯାଇ ବିନା ଟିକେଟ ଯାତ୍ରୀଙ୍କଠାରୁ ଭାରିମାତ୍ରାରେ ଜୋରିମାନା ଆଦାୟ କରାଯିବ ।
ଏଲିଭେଟେଡ ମେଟ୍ରୋଲାଇନ ସିଷ୍ଟମ ଯୋଜନା ସେତେବେଳେ କାମ କରାଯିବ, ଯେତେବେଳେ ଆଟ୍‌ ଗ୍ରେଡ ପ୍ରଣାଳୀ ଲାଗୁ କରିବା ସମ୍ଭବ ନ ହେବ । କାର୍‌ ସଂରଚନା ସାମଗ୍ରୀ ଷ୍ଟେନଲେସ୍‌ ଷ୍ଟିଲ୍‌ ଅଥବା ଆଲୁମିନିୟମର ହେବ । ମେଟ୍ରୋଲାଇଟ୍‌ ଟ୍ରେନର ସର୍ବାଧିକ ଗତି ଘଣ୍ଟାପ୍ରତି ୬୦ କିମି ହେବ । ଯେ କୌଣସି ମାମଲାରେ ଅନ୍‌ ବୋର୍ଡ ସିଗନାଲିଂ ବିଫଳ ହେବା କ୍ଷେତ୍ରରେ ଟ୍ରେନ୍‌ର ଗତିକୁ ଘଣ୍ଟା ପ୍ରତି ୨୫ କିମିକୁ ସୀମିତ କରାଯିବ । ସଡ଼କରେ ଟ୍ରେନ ଚଳାଚଳ ସମ୍ଭବ ନ ହେଲେ ମାଟିଠାରୁ ଉଚ୍ଚରେ ଏଭଳି ଟ୍ରେନ ଚଳାଚଳ ପାଇଁ ବିଚାର କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଗୃହ ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

Read More...

ପ୍ରିୟଙ୍କାଙ୍କୁ ଲୋକେ କହିଲେ, ଏମିତି କେମିତି ହେବ ଦିଦି?

ପ୍ରିୟଙ୍କାଙ୍କୁ ଲୋକେ କହିଲେ, ଏମିତି କେମିତି ହେବ ଦିଦି?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page