‘ଜୁଲାଇ ୧୬ ଯାଏ ବାଚସ୍ପତି ବିଧାୟକଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ’

July 12, 2019, ଦେଶ, , Anupambharat News Bureau


‘ଜୁଲାଇ ୧୬ ଯାଏ ବାଚସ୍ପତି ବିଧାୟକଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ’
Anupambharat News Bureau
July 12, 2019

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ଇସ୍ତଫା ଦେଇଥିବା ବିଧାୟକଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟକୁ ଆବଶ୍ୟକ ତଥ୍ୟ ପହଞ୍ଚି ନାହିଁ । ତେଣୁ ଆଜି ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ଜୁଲାଇ ୧୬ ତାରିଖ ଯାଏ ବିଧାୟକଙ୍କ ଇସ୍ତଫା ବାବଦରେ କୌଣସି ନିଷ୍ପତ୍ତି ବାଚସ୍ପତି ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣି ବେଳେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଇସ୍ତଫା ଦେଇଥିବା ବିଧାୟକଙ୍କ ତରଫରୁ ଆଇନଜୀବୀ ମୁକୁଲ ରୋହତଗୀ ପ୍ରଧାନ ବିଚାରପତିଙ୍କ ଆଗରେ ଯୁକ୍ତି ଦର୍ଶାଇ ବାଚସ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେ କହିଥିଲେ, ବାଚସ୍ପତି ବାରମ୍‌ୱାର କହୁଛନ୍ତି ସେ ଇସ୍ତଫା ପତ୍ର ଭଲ ଭାବେ ପଢ଼ିନାହାନ୍ତି । ହେଲେ ଇସ୍ତଫା ପତ୍ରର ଗୋଟିଏ ଲାଇନ୍‌ ପଢ଼ିବାକୁ କେତେ ସମୟ ଲାଗୁଛି ବୋଲି ରୋହତଗୀ ପ୍ରଶ୍ନ କରିଥିଲେ । ବାଚସ୍ପତି ପଦବୀରେ ଥାଇ ରାଜନୀତିକ କାରଣରୁ ସେ ଇସ୍ତଫାପତ୍ର ଗ୍ରହଣ କରୁନଥିବା ରୋହତଗୀ କହିଛନ୍ତି । ବାଚସ୍ପତିଙ୍କ ତରଫରୁ ଆଇନଜୀବୀ ଅଭିଷେକ ମନୁ ସିଂହଭି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଆଗରେ ପକ୍ଷ ରଖିଥିଲେ । ଏହି ସମୟରେ ସେ ବାଚସ୍ପତି ଓ ବିଧାୟକଙ୍କ ଭେଟଘାଟ ବେଳର ଭିଡିଓ ଫୁଟେଜ ସୁପ୍ରିମକୋର୍ଟଙ୍କୁ ଦେଇଥିଲେ । ଏଥିସହ ଏହି ଭିଡିଓରେ ଇସ୍ତଫା ଦେଇଥିବା ବିଧାୟକ ସ୍ୱୀକାର କରିଛନ୍ତି ଯେ ସେମାନେ ଇସ୍ତଫା ଦେବା ବେଳେ ଅଫିସରେ ବାଚସ୍ପତି ନଥିଲେ । ସେହିପରି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଓକିଲ କୋର୍ଟରେ ପକ୍ଷ ରଖି କହିଥିଲେ ସମ୍ବିଧାନର ନିୟମ ଅନୁଯାୟୀ ବାଚସ୍ପତିଙ୍କ ପାଖରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାର ରହିଛି । ତେଣୁ ବାଚସ୍ପତି ତାଙ୍କ ଇଚ୍ଛା ଅନୁସାରେ ନିଷ୍ପତ୍ତି ନିଅ;ୁ ବୋଲି କୁମାରସ୍ୱାମୀଙ୍କ ଓକିଲ କହିଥିଲେ । ଲୋକମାନେ ଜନାଦେଶ ଦେଇଥିଲେ ବିଧାୟକଙ୍କୁ, କି;ୁ ବିଧାୟକମାନେ ଜନାଦେଶକୁ ଅପମାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଓକିଲ କହିଥିଲେ । କର୍ଣ୍ଣାଟକାରେ ଲଗାତାର ୭ ଦିନ ଧରି ଜାରି ରହିଛି ରାଜନୀତିକ ଅସ୍ଥିରତା । ଏହାରି ଭିତରେ ଆଜି ଆରମ୍ଭ ହୋଇଛି ବିଧାନସଭା । ରାଜନୀତିକ ଅସ୍ଥିରତା ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜ ପଦବୀ ଆଗାମୀ ଦିନରେ ବଞ୍ଚାଇ ନପାରନ୍ତି ବୋଲି ଚର୍ଚ୍ଚା ହେଉଛିଛ ଅନ୍ୟପଟେ ବିଳମ୍ବିତ ରାତ୍ରିରେ ଟୁଇଟ୍‌ କରି କୁମାରସ୍ୱାମୀ କହିଛନ୍ତି କଂଗ୍ରେସ ଓ ଜେଡିଏସର ବିଧାୟକ ଇସ୍ତଫା ଦେଇଥିଲେ ମଧ୍ୟ ମେଣ୍ଟ ମଜଭୁତ ରହିଛି । ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ୬ଟାରେ ବିଦ୍ରୋହୀ ୧୦ ବିଧାୟକ ବାଚସ୍ପତିଙ୍କୁ ଭେଟି ସେମାନଙ୍କ ଇସ୍ତଫାପତ୍ର ଦେଇଥିଲେ । ଏହାପରେ ସାମ୍ବାଦିକ ସମ୍ମିଳନୀରେ ବାଚସ୍ପତି ବିଧାୟକମାନଙ୍କ ଇସ୍ତଫା ସଂପର୍କରେ ସୂଚନା ଦେଇଥିଲେ । ପୂର୍ବରୁ ବିଦ୍ରୋହୀ ବିଧାୟକ ଦେଇଥିବା ଇସ୍ତଫା ବେଧ ନୁହେଁ ବୋଲି ବାଚସ୍ପତି କହିଥିଲେ । ଇସ୍ତଫା ଦେଇଥିବା ବିଧାୟକଙ୍କ ତରଫରୁ ଆଇନଜୀବୀ ମୁକୁଲ ରୋହତଗୀ ପ୍ରଧାନ ବିଚାରପତିଙ୍କ ଆଗରେ ଯୁକ୍ତି ଦର୍ଶାଇ ବାଚସ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେ କହିଥିଲେ, ବାଚସ୍ପତି ବାରମ୍‌ୱାର କହୁଛନ୍ତି ସେ ଇସ୍ତଫା ପତ୍ର ଭଲ ଭାବେ ପଢ଼ିନାହାନ୍ତି । ହେଲେ ଇସ୍ତଫା ପତ୍ରର ଗୋଟିଏ ଲାଇନ୍‌ ପଢ଼ିବାକୁ କେତେ ସମୟ ଲାଗୁଛି ବୋଲି ରୋହତଗୀ ପ୍ରଶ୍ନ କରିଥିଲେ । ବାଚସ୍ପତି ପଦବୀରେ ଥାଇ ରାଜନୀତିକ କାରଣରୁ ସେ ଇସ୍ତଫାପତ୍ର ଗ୍ରହଣ କରୁନଥିବା ରୋହତଗୀ କହିଛନ୍ତି । ବାଚସ୍ପତିଙ୍କ ତରଫରୁ ଆଇନଜୀବୀ ଅଭିଷେକ ମନୁ ସିଂହଭି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଆଗରେ ପକ୍ଷ ରଖିଥିଲେ ।ଏହାପରେ ବିଦ୍ରୋହୀ ବିଧାୟକ ବାଚସ୍ପତିଙ୍କୁ ସଠିକ୍‌ ପ୍ରକ୍ରିୟାରେ ଇସ୍ତଫା ଦେଇଥିଲେ । ଇସ୍ତଫାପତ୍ର ମିଳିଛି ସେ ବାବଦରେ ଯାଞ୍ଚ କରିବେ ଏବଂ ତା’ପରେ ନିଷ୍ପତ୍ତି ନେବେ ବୋଲି ବାଚସ୍ପତି କହିଥିଲେ । ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ନେଇ ବାଚସ୍ପତି ଭାବରେ ସେ କୌଣସି ମତ ରଖିପାରିବେ ନାହିଁ ବୋଲି କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟକୁରାରେ ସାଧାରଣ ସଭା କରିବେନି ନବୀନ

ପାଟକୁରାରେ ସାଧାରଣ ସଭା କରିବେନି ନବୀନ

Read More...

ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page