ଅଗଷ୍ଟରୁ ପୁଣି ଆରମ୍ଭ ହେବ ‘କୌନ ବନେଗା କରୋଡପତି’

July 12, 2019, ଦେଶ, , Anupambharat News Bureau


ଅଗଷ୍ଟରୁ ପୁଣି ଆରମ୍ଭ ହେବ  ‘କୌନ ବନେଗା କରୋଡପତି’
Anupambharat News Bureau
July 12, 2019

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ର ୧୧ ତମ ସିଜିନ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶକ ବି ଖୁବ୍‌ ଉତ୍ସୁକତାର ସହ ଏହାକୁ ଅପେକ୍ଷା କରିଛନ୍ତି । ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ସବୁଥର ପରି ଏଥର ମଧ୍ୟ ଏହି ଶୋ’ର ଆଙ୍କରିଂ ଦାୟିତ୍ୱ ସମ୍ଭାଳିଛନ୍ତି । ବିଗ୍‌ ବିଙ୍କ ଆଙ୍କରିଂ ଯୋଗୁ କେବିସି ସବୁବେଳେ ଟିଆରପି ଦୌଡରେ ଆଗରେ ରହି ଆସିଛି । ଏଥର କି;ୁ ଶୋ’କୁ ଭିନ୍ନ ଚିନ୍ତାଧାରା ସହ ପ୍ରସାରଣ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଡକସନ୍‌ ହାଉସ୍‌ । ଏବେଠୁ ଏହାର ପ୍ରମୋ ଆସି ସାରିଥିବା ବେଳେ ଏହାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି । ବିଗ୍‌ ବି ଏହାର ପ୍ରମୋ ନିଜ ଟ୍‌ୱିଟରରେ ବି ଶେଆର କରିଛନ୍ତି । ‘କୌନ ବନେଗା କରୋଡପତି’ର ପ୍ରମୋରେ ଅମିତାଭ ବଚ୍ଚନ ସମାଜର ପରିସ୍ଥିତିକୁ ବୟାନ କରିବାକୁ ଯାଇ ଏକ ଚମତ୍କାର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି । ଏହି ପ୍ରମୋରେ କୁହାଯାଇଛି, ଜୀବନର ଟାର୍ଗେଟ ସହ ସମାଜର ଟାର୍ଗେଟ ମ୍ୟାଚ୍‌ ନ କଲେ ଆପଣ ନିଜେ ହିଁ ସମାଜର ଟାର୍ଗଟ ହୋଇଯାନ୍ତି । ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ସବୁଥର ପରି ଏଥର ମଧ୍ୟ ଏହି ଶୋ’ର ଆଙ୍କରିଂ ଦାୟିତ୍ୱ ସମ୍ଭାଳିଛନ୍ତି । ବିଗ୍‌ ବିଙ୍କ ଆଙ୍କରିଂ ଯୋଗୁ କେବିସି ସବୁବେଳେ ଟିଆରପି ଦୌଡରେ ଆଗରେ ରହି ଆସିଛି । ଏଥର କି;ୁ ଶୋ’କୁ ଭିନ୍ନ ଚିନ୍ତାଧାରା ସହ ପ୍ରସାରଣ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଡକସନ୍‌ ହାଉସ୍‌ । ଏହାପରେ ଆରମ୍ଭ ହୋଇଯିବ ଟାହିଟାପରା । କି;ୁ ଏହାକୁ ଖାତିର ନ କରି ଯିଏ ଦୁନିଆ ସହ ଲଢି ଜିତିଯିବ, ଦୁନିଆ ତାକୁ ହିଁ ମୁଣ୍ଡରେ ବସାଇବ । ତେଣୁ ସବୁବେଳେ ନିଜ ବିଶ୍ୱାସ ଉପରେ ଛିଡ଼ା ରୁହ । ବିଚଳତି ହୁଅ ନାହିଁ । ତେବେ ଅମିତାଭ ବଚ୍ଚନଙ୍କ ଲାଗି ଏହି ଶୋର ଚାହିଦା ବଢ଼ୁଥିବା ଜଣାପଡ଼ିଛି । ତେବେ ଟିଭି ଶୋର କାର୍ଯ୍ୟକ୍ରମ ପାଇଁ ଅଣ୍ଟା ଭିଡ଼ିଛନ୍ତି ଟିଭି କାର୍ଯ୍ୟ ନିର୍ବାହୀ ଅଧିକାରୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

Read More...

ଏଣିକି ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାଗଣାରେ କରିପାରିବେ ସହଜ ମନି ଟ୍ରାନ୍ସଫର

ଏଣିକି ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାଗଣାରେ କରିପାରିବେ ସହଜ ମନି ଟ୍ରାନ୍ସଫର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page