ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘ କର୍ମକର୍ତ୍ତାଙ୍କ ବୈଠକ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ସ୍ୱର ତେଜିଲା

July 12, 2019, ଓଡ଼ିଶା, , Anupambharat News Bureau


ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘ କର୍ମକର୍ତ୍ତାଙ୍କ ବୈଠକ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ସ୍ୱର ତେଜିଲା
Anupambharat News Bureau
July 12, 2019

ପୋଲସରା,୧୨ା୭(ଅନୁପମ ମିଡ଼ିଆ): ପୋଲସରା ସ୍ଥିତ ଶିକ୍ଷକ ଭବନ ଠାରେ ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ମିଳିତ ବୈଠକ ସଂଘର ସଭାପତି ସନ୍ୟାସୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ସେଠୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ । ୨୦୧୮ ଜୁଲାଇ ମାସରେ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ କରଙ୍କୁ ପୋଲସରା ବ୍ଲକ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କର ପୋଲସରା ଦାୟିତ୍ୱ ନେବାପର ଠାରୁ ଏହି ବ୍ଲକ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି ।
ଯାହା ଫଳରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୦୧୧ ବ୍ୟାଚ୍‌ ଶିକ୍ଷା ନାୟକ, ସରକାରୀ ଶିକ୍ଷକର ମାନ୍ୟତା ପାଇବାର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ସେବା ପୁସ୍ତିକା ଖୋଲି ଇନ୍‌କି୍ରମେଣ୍ଟ ପ୍ରଦାନ ନ କରିବା, ୨୦୦୧ ବ୍ୟାଚ୍‌ର ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ କ୍ଷେତ୍ରରେ ୧୦ବର୍ଷିଆ ବେନିଫିଟ୍‌ ଲାଗୁ ନକରିବା, କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଇପିଏଫ୍‌ ଉଠାଣ ନକରିବା ଦୁଃଖ ଓ ପରିବାର ବିଷୟ । ଜୁନ୍‌ ମାସରେ ଦରମା ପ୍ରଦାନରେ ବିଳମ୍ବ ନେଇ ସମସ୍ତ ସଭ୍ୟସଭ୍ୟା ଉଦ୍‌ବେଗ ପ୍ରକାଶ କରିବା ସହ ଶ୍ରୀକର ଦୁଇଟି ବ୍ଳକର ଦାୟିତ୍ୱରେ ଥାଇ ବୁଗୁଡ଼ା ବ୍ଲକର ଦରମା ପ୍ରଦାନ କରିଥିବା ବେଳେ ପୋଲସରା ବ୍ଲକର ଦରମା ଆଜି ପର୍ଯ୍ୟନ୍ତ ନହେବା ଚରମ ଅବହେଳାର ନମୁନା । କର ପୋଲସରା କାର୍ଯ୍ୟାଳୟକୁ ନଆସିବା ନେଇ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଚାନକ ପରିଦର୍ଶନ କରି ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁପି୍ରୟା ପାତ୍ର, ନନ୍ଦିନୀ ଡ଼ାକୁଆ, ସନ୍ତୋଷ କୁମାର ବେହେରା, ବସନ୍ତ କୁମାର ମହାରଣା, ନାରାୟଣ ନାୟକ, ପ୍ରମୋଦ କୁମାର ସେଠୀ, ନୀଳକଣ୍ଠ ମିଶ୍ର, କେଦାର ବାଡ଼ତ୍ୟା ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସଭ୍ୟସଭ୍ୟା ଯୋଗ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନଗରରେ ପବିତ୍ର ବାହୁଡ଼ା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ଭିଡ଼

ମହାନଗରରେ ପବିତ୍ର ବାହୁଡ଼ା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ଭିଡ଼

Read More...

 ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ଗିରଫ

ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page