ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

July 09, 2019, ଓଡ଼ିଶା, , Anupambharat News Bureau


ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ
Anupambharat News Bureau
July 09, 2019

ପୁରୀ,୭ା୭(ଅନୁପମମିଡ଼ିଆ): ଆଷାଢ଼ ଶୁକ୍ଳପକ୍ଷ ଷଷ୍ଠୀତିଥି ଅବସରରେ ଶ୍ରୀକ୍ଷେତ୍ରରେ ସୋମବାର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି ।
ପାରମ୍ପରିକ ବିଧିବିଧାନ ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ଆଜି ହେରାପଞ୍ଚମୀ ନୀତି ସମ୍ପନ୍ନ ହୋଇଛି । ଅଭିମାନିନୀ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ପାଲିଙ୍କିରେ ଘଣ୍ଟଘଣ୍ଟା କାହାଳି ବାଜାବାଜି ପାଟବସ୍ତ୍ର ଓ ସ୍ୱର୍ଣ୍ଣ ଅଳଙ୍କାର ଅଭିଷିତ ହୋଇ ବିଳମ୍ବିତ ରାତିରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥ ନିକଟକୁ ଆସିଥିଲେ । ସେଠାରେ ସେବାୟତମାନେ ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଗୁଣ୍ଡିଚା ମନ୍ଦିରରୁ ନନ୍ଦିଘୋଷ ରଥ ନିକଟକୁ ବିଜେ କରିଥିଲା । ସେଠାରେ ମା’ ଲକ୍ଷ୍ମୀଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ଏହାପରେ ମା’ ଲକ୍ଷ୍ମୀଙ୍କର ସେଠାରେ ବିଭିନ୍ନ ବିଧିବିଧାନ ଅନୁଯାୟୀ ପୂଜାପଣ୍ଡାମାନେ ପୂଜା ଓ ଭୋଗ କରିଥିଲେ । ମହାପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରା ଲାଗି ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ସହ ଆସିଥିବା ଏବଂ ତାଙ୍କୁ ନଆଣିଥିବାରୁ ମା’ ଲକ୍ଷ୍ମୀ ଅଭିମାନ କରିଥିଲେ । ରୋଷ କରି ମା’ ଲକ୍ଷ୍ମୀ ନନ୍ଦିଘୋଷର ଏକ ଚକ ଭାଙ୍ଗି ଗୁଣ୍ଡିଚା ମନ୍ଦରରୁ ହେରାଗୌରିି ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ । ଆସନ୍ତାକାଲି ରଥର ଦକ୍ଷିଣ ମୋଡ଼ ନୀତି ଅନୁଷ୍ଠିତ ହେବା ସହ ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପ୍ରଥମ ସେମି ଫାଇନାଲ ଆଜି,  ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

ପ୍ରଥମ ସେମି ଫାଇନାଲ ଆଜି, ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

Read More...

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page