ଛାତ୍ରଙ୍କ ଉତ୍ତର ଦେଇ ନପାରି ଶିକ୍ଷାଧିକାରୀ ହଟହଟ୍ଟା.. ବୈଠକ ଅଧାରୁ ସଭାସ୍ଥଳ ଛାଡି ପଳାଇଲେ

July 08, 2019, ଓଡ଼ିଶା, , Anupambharat News Bureau


ଛାତ୍ରଙ୍କ ଉତ୍ତର ଦେଇ ନପାରି ଶିକ୍ଷାଧିକାରୀ ହଟହଟ୍ଟା.. ବୈଠକ ଅଧାରୁ ସଭାସ୍ଥଳ ଛାଡି ପଳାଇଲେ
Anupambharat News Bureau
July 08, 2019

କୋଣାର୍କ,୮ା୭(ଅନୁପମ ମିଡିଆ): ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରି ଗୋପ ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ମିଶ୍ର ସଭାସ୍ଥଳରେ ଅପଦସ୍ଥ ହେବା ଏବଂ କାର୍ଯ୍ୟକ୍ରମ ଅଧାରୁ ମଞ୍ଚରୁ ଉଠି ପଳାଇବା ଘଟଣା କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣାଟି ଏହିପରି । ଶୁକ୍ରବାର ଅପରାହ୍ନ ୩ଟାରେ କୋଣାର୍କସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଓ କିଶୋର ସଶକ୍ତିକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ,ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା ହୋଇଥିଲା । ପିଲାମାନେ ପ୍ରାଥମିକ ଶିକ୍ଷା ଅଧାରୁ ସ୍କୁଲ ଛାଡିବା ଏବଂ ଶିଶୁ ଅଧିକାର କ୍ଷୁଣ୍ଣ ହେବା ସଂପର୍କରେ ଆଲୋଚନା ସମୟରେ ମଂଚାସୀନ ଗୋପ ବ୍ଲକ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମିଶ୍ରଙ୍କୁ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ନବମ ଶ୍ରେଣୀ ଛାତ୍ର ଇଶାନ ନାୟକ କେତେକ ପ୍ରଶ୍ନ ପଚାରିଥିଲେ । ମାତ୍ର ବିଇଓ ଶ୍ରୀଯୁକ୍ତ ମିଶ୍ର କୌଣସି ଗୋଟିଏ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପରିଶେଷରେ ବିଇଓ ଶ୍ରୀ ମିଶ୍ର ବିରକ୍ତି ପ୍ରକାଶକରି ଛାତ୍ର ଇଶାନଙ୍କୁ ଆକ୍ଷେପ କରି କଟୁ ମନ୍ତବ୍ୟ ଦେବାସହିତ କାର୍ଯ୍ୟକ୍ରମ ଅଧାରୁ ମଂଚ ଛାଡି ପଳାଇଥିଲେ । ଛାତ୍ର ଇଶାନଙ୍କର ବିଇଓଙ୍କୁ ପ୍ରଶ୍ନ ଥିଲା ଯେ, ସଂପ୍ରତି ସରକାରୀ ସ୍କୁଲ ଓ ପବ୍ଲିକ ସ୍କୁଲ ମଧ୍ୟରୁ କେଉଁଥିରେ ଭଲ ପାଠ ପଢାହେଉଛି? ବିଇଓ ଉତ୍ତର ଦେଲେ, ମୋ ପୁଅଝିଅଙ୍କୁ ମୁଁ ସରକାରୀ ସ୍କୁଲରେ ପାଠ ପଢାଇଥିଲି, ସେମାନେ ଏବେ ଉଚ୍ଚ ବେତନଭୋଗୀ ଚାକିରିଆ ହୋଇ ପ୍ରତିଷ୍ଠା ଲାଭ କରିଛନ୍ତି । ଇଶାନ ପୁଣି ପଚାରିଲେ, ତେବେ ଆପଣଙ୍କ ଅଧୀନସ୍ଥ ସରକାରୀ ସ୍କୁଲ ଶିକ୍ଷକମାନେ ନିଜ ନିଜ ପିଲାଙ୍କୁ ପବ୍ଲିକ ସ୍କୁଲରେ ପଢାଉଛନ୍ତି କାହିଁକି ? ଏହି ପ୍ରଶ୍ନରେ ବିଇଓ ମହାଶୟ ରାଗି ଲାଲ ପଡିଗଲେ । କହିଲେ, ଏ ପିଲା ଏପରି ପ୍ରଶ୍ନ ନିଜ ମନରୁ ପଚାରୁନି, ତାକୁ କେହି ଜଣେ ବୟସ୍କ ଲୋକ ତାଲିମ ଦେଇ ତା’ଦ୍ୱାରା ପଚରଉଚି । ବିଇଓଙ୍କର ଏଣୁତେଣୁ ଉତ୍ତରର ପ୍ରତିବାଦ କରି ସେଠାରେ ଉପସ୍ଥିତ ସାମ୍ବାଦିକ ଜ୍ଞାନରଂଜନ ବିଶ୍ୱାଳ ବିଇଓଙ୍କୁ କହିଲେ, ଆପଣ ଛାତ୍ରଟିର ପ୍ରଶ୍ନର ସଠିକ ଉତ୍ତର ନଦେଇ ତାକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି କାହିଁକି? କୋଣାର୍କରେ ଶିକ୍ଷାଧିକାର ଆଇନ ଉଲ୍ଲଂଘନ କରିବା ସହିତ ସରକାରଙ୍କ ସର୍ତ୍ତାବଳୀକୁ ମାନୁନଥିବା ଏକାଧିକ ପବ୍ଲିକ ସ୍କୁଲ ଶିକ୍ଷାଦାନ ନାମରେ ବ୍ୟବସାୟ ଚଳାଇଛନ୍ତି । ସେମାନଙ୍କୁ ଆପଣ ଏନ୍‌ଓସି ଦେଇଛନ୍ତି । ଏନ୍‌ଓସି ନଥାଇ ମଧ୍ୟ କେତେଗୁଡିଏ ବିଦ୍ୟାଳୟ ଚାଲୁରହିଛି । ଆପଣ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉନାହାନ୍ତି କାହିଁକି ? ଏହି ପ୍ରଶ୍ନର ଉତ୍ତରରେ ବିଇଓ ଶ୍ରୀ ମିଶ୍ର କହିଲେ, ଏନ୍‌ଓସି ପାଇନଥିବା ବିଦ୍ୟାଳୟକୁ ଆମେ ଯଦି ଯାଇ ଚଢଉ କରୁ, ସେମାନେ କୋଚିଙ୍ଗ୍‌ ସେଣ୍ଟର ଚଳାଉଥିବା କହିବେ, ଏଭଳି ପରିସ୍ଥିତିରେ ଆମେ କିଛି କରିପାରିବୁ ନାହିଁ । ଏପରି ସ୍କୁଲଗୁଡିକୁ ବନ୍ଦ ନକରିବା ପାଇଁ ଆମ ଉପରେ ରାଜନୈତିକ ଚାପ ମଧ୍ୟ ପଡୁଛି । ବିଇଓଙ୍କର ଏପରି ଗାଲୁଗପ ଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଥିଲେ । ଏହାଦ୍ୱାରା ବିଇଓ ଶ୍ରୀ ମିଶ୍ର ଅପଦସ୍ଥ ହୋଇଥିଲେ । ଅନ୍ୟ ଉପାୟ ନପାଇ କାର୍ଯ୍ୟକ୍ରମ ଅଧାରୁ ସଭାସ୍ଥଳ ଛାଡି ପଳାଇଥିଲେ । ଏହି ଘଟଣା ଏବେ କୋଣାର୍କ ତଥା ଗୋପ ବ୍ଲକର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାଥମିକ ଶିକ୍ଷକରୁ ପ୍ରମୋଶନ ପାଇ ବ୍ଲକ ଶିକ୍ଷାଧିକାରୀ ହୋଇଥିବା ଶ୍ରୀଯୁକ୍ତ ମିଶ୍ରଙ୍କର ପାରିବାପଣିଆକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୋଜିଭାତକୁ ନେଇ ଗଣ୍ଡଗୋଳ,  ବରହେଲା ଶିଶୁପାଳ, କନ୍ୟାର ଅନ୍ୟତ୍ର ବିବାହ

ଭୋଜିଭାତକୁ ନେଇ ଗଣ୍ଡଗୋଳ, ବରହେଲା ଶିଶୁପାଳ, କନ୍ୟାର ଅନ୍ୟତ୍ର ବିବାହ

Read More...

ଅବ୍ୟବସ୍ଥା ଘେରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ଅବ୍ୟବସ୍ଥା ଘେରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page