କର୍ଣ୍ଣାଟକାରେ ମେଣ୍ଟ ସରକାର-ବିଜେପି ମ୍ୟାଚ୍‌ ଟାଏ !

July 07, 2019, ଦେଶ, , Anupambharat News Bureau


କର୍ଣ୍ଣାଟକାରେ ମେଣ୍ଟ ସରକାର-ବିଜେପି ମ୍ୟାଚ୍‌ ଟାଏ !
Anupambharat News Bureau
July 07, 2019

ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡ଼ି କୁମାରସ୍ୱାମୀ ବିଦେଶ ଗସ୍ତରେ ଥିବାବେଳେ ରାଜ୍ୟରେ ପୁଣି ଫେରିଛି ରିଜର୍ଟ ପଲିଟିକ୍ସ । କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ଆଉ ୧୩ ଜଣ ବିଧାୟକ ଇସ୍ତଫା ଦେବା ସହିତ ନାଟକୀୟ ମୋଡ଼କୁ ଚାଲିଆସିଛି କ୍ଷମତା ରାଜନୀତି । ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୧୮ରୁ ହ୍ରାସ ପାଇ ୧୦୫କୁ ଖସିଆସିବା ସହିତ ଏହା ବିଜେପିର ୧୦୫ ସହିତ ସମାନ ହୋଇଯାଇଛି ।
କର୍ଣ୍ଣାଟକା ବିଧାନସଭା ପକ୍ଷରୁ ଇସ୍ତଫା ସଂଖ୍ୟା ୧୩ କୁହାଯାଉଥିବା ବେଳେ ଜେଡିଏସ୍‌ ବିଧାୟକ ଏଏଚ୍‌ ବିଶ୍ୱନାଥ ଏହି ସଂଖ୍ୟା ୧୪ ବୋଲି କହୁଥିବାରୁ ବିଜେପିର ବିଜୟ ଏକ ପ୍ରକାର ନିଶ୍ଚିତ ହେବାର ସମ୍ଭାବନା ଦେଖାଯାଇଛି । ଶେଷ ଖବର ସୁଦ୍ଧା ୧୦ ଜଣ କଂଗ୍ରେସ ବିଧାୟକ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ପହଞ୍ଚି ସାରିଛନ୍ତି । ବିଜେପି ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପାଇବା ପରେ କର୍ଣ୍ଣାଟକାରେ ପୁଣି ଥରେ ଅସ୍ଥିର ସ୍ଥିତି ଦେଖା ଦେଇଛି । ତେବେ ଆଜି ହଠାତ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ବାଚସ୍ପତିଙ୍କ କାର୍ଯ୍ୟାଳୟ ଯିବା ପରେ ରାଜ୍ୟପାଳଙ୍କୁ ଯାଇ ଭେଟିବା ଡ୍ରାମାରେ ନୂଆ ମୋଡ଼ ଆଣିଛି । ରାଜ୍ୟପାଳଙ୍କୁ ଭେଟିବା ପରେ ଜେଡିଏସ୍‌ ବିଧାୟକ ଏଏଚ୍‌ ବିଶ୍ୱନାଥନ୍‌ କହିଛନ୍ତି, ଆନନ୍ଦ ସିଂହଙ୍କ ସମେତ କଂଗ୍ରେସ ଏବଂ ଜେଡିଏସ୍‌ ୧୪ ଜଣ ବିଧାୟକ ବାଚସ୍ପତିଙ୍କୁ ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ଆମେ ଏହି ଘଟଣା ବାବଦରେ ରାଜ୍ୟପାଳଙ୍କୁ ମଧ୍ୟ ଜଣାଇଛୁ । ଆନନ୍ଦ ସିଂହ ପୂର୍ବରୁ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଇସାରିଥିଲେ । ବିଶ୍ୱନାଥନ୍‌ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏଚïି କୁମାରସ୍ୱାାମୀଙ୍କ ସରକାର ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି । ସେ ଉଭୟ ଦଳର ବିଧାୟକଙ୍କୁ ସାଥୀରେ ନେବାରେ ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ବିଜେପିର ଅପରେସନ୍‌ ଲୋଟସ୍‌ ବାବଦରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହା ଏକ କପୋଳକଳ୍ପିତ ଅଭିଯୋଗ । ସେ କହିଥିଲେ, ଏଥିରେ ବିଜେପିର କିଛି ହାତ ନାହିଁ । ଆମେ ବରିଷ୍ଠ, ଆମ ସହିତ କୌଣସି ଅପରେସନ୍‌ ହେଇପାରିବ ନାହିଁଛ ଆମେ ଆମ ନିଜ ଇଚ୍ଛାରେ ଇସ୍ତଫା ଦେଉଛୁ । ତେବେ ବିଧାୟକ ମାନେ ଇସ୍ତଫା ଦେବାକୁ ଯାଇଥିବାବେଳେ ଅନୁପସ୍ଥିତ ଥିବା ବାଚସ୍ପତି ରମେଶ କୁମାର କହିଛନ୍ତି, ସରକାର ଭୁଶୁଡ଼ିବ କିମ୍ବା ରହିବ, ତାହା ବିଧାନସଭାରେ ନିଷ୍ପତ୍ତି ହେବ । ସେ ଆସନ୍ତା ସୋମବାର ମଧ୍ୟ କାର୍ଯ୍ୟାଳୟ ଆସିବେ ନାହିଁ ଓ ମଙ୍ଗଳବାର ଦିନ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ କଂଗ୍ରେସର ସଙ୍କଟମୋଚନକାରୀ ତଥା ମନ୍ତ୍ରୀ ଡିକେ ଶିବକୁମାର ବିଧାୟକମାନଙ୍କୁ ଭେଟିବା ସହିତ ଆଲୋଚନା ପାଇଁ ପ୍ରୟାସ କରିଥିବାର ସୂଚନା ମିଳିଛି । କର୍ଣ୍ଣାଟକାରେ ସଂଖ୍ୟା ଗଣିତ ଅନୁଯାୟୀ, କଂଗ୍ରେସର ୭୮ ବିଧାୟକ, ଜେଡିଏସ୍ର ୩୭ ବିଧାୟକ, ବିଏସ୍ପିର ଜଣେ ଏବଂ ୨ ଜଣ ସ୍‌ୱାଧୀନ ବିଧାୟକଙ୍କର ମେଣ୍ଟ ସରକାର ପ୍ରତି ସମର୍ଥନ ରହିଛି । ସେହିଭଳି ବିଜେପିର ୧୦୫ ଜଣ ବିଧାୟକ ଅଛନ୍ତି । ବିଧାନସଭାରେ ଫ୍ଲୋର ଟେଷ୍ଟ ହେଲେ ବିଜେପି ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବାରେ ସମସ୍ୟା ହେବନି ବୋଲି କୁହାଯାଉଛି ।
ବିଜେପି ସରକାର ଗଠନ ସରିବା ପରେ ଯାଇ ମୁମ୍ବାଇର ସୋଫିଟେଲ ହୋଟେଲରେ ଥିବା ବିଧାୟକମାନେ କର୍ଣ୍ଣାଟକା ଫେରିବେ ବୋଲି କୁହାଯାଉଛି । ଏହି ହୋଟେଲରେ ହିଁ ଗତ ଜାନୁଆରୀରେ ୫ ଜଣ ଜେଡିଏସ୍‌ ବିଧାୟକ ଆଶ୍ରୟ ନେବା ବେଶ୍‌ ଚର୍ଚ୍ଚାରେ ଥିଲା । ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେ୍ୟୱାଲା କହିଛନ୍ତି, ବିଜେପି କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସwାରୁ ପରାସ୍ତ ହେବା ପରେ ଏହାକୁ ହଜମ କରିପାରିନି । ସେମାନେ ଅର୍ଥବଳ ବ୍ୟବହାର କରି ବିଧାୟକ କିଣିବାର ପ୍ରୟାସ କରୁଛନ୍ତି । କର୍ଣ୍ଣାଟକା କଂଗ୍ରେସ ପ୍ରଭାରୀ ମଧ୍ୟ ବେଙ୍ଗାଲୁରୁ ପହଞ୍ଚି ବରିଷ୍ଠନେତାଙ୍କ ସହିତ ଆଲୋଚନା କରିଥିବାର ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପିରେ ସାମିଲ୍‌ ହେଲେ ନୃତ୍ୟଙ୍ଗନା ସପନା ଚୌଧୁରୀ

ବିଜେପିରେ ସାମିଲ୍‌ ହେଲେ ନୃତ୍ୟଙ୍ଗନା ସପନା ଚୌଧୁରୀ

Read More...

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମୀକ୍ଷା ବୈଠକ,  ସ୍ୱାସ୍ଥ୍ୟ ବିଭାଗର ସବୁ କ୍ଷେତ୍ରରେ ଅବହେଳା ନେଇ ମନ୍ତ୍ରୀ କ୍ଷୁବ୍ଧ

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମୀକ୍ଷା ବୈଠକ, ସ୍ୱାସ୍ଥ୍ୟ ବିଭାଗର ସବୁ କ୍ଷେତ୍ରରେ ଅବହେଳା ନେଇ ମନ୍ତ୍ରୀ କ୍ଷୁବ୍ଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page