ପୋଲ ତଳୁ ମୃତଶିଶୁ ଓ ଯୁବକ ଉଦ୍ଧାର

July 03, 2019, ଓଡ଼ିଶା, , Anupambharat News Bureau


ପୋଲ ତଳୁ ମୃତଶିଶୁ ଓ ଯୁବକ ଉଦ୍ଧାର
Anupambharat News Bureau
July 03, 2019

ଅନୁଗୋଳ,୩ା୭ ଅନୁଗୋଳ ଜିଲା ତାଳଚେର ସରାଙ୍ଗ ବ୍ରାହ୍ମଣୀ ନଦୀ ପୋଲ ତଳୁ ଆଜି ସକାଳୁ ଜଣେ ଯୁବକଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଚିକିସିାଧନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ହେଲେ ଆମ୍ବପାଳସ ଗାଁର ଲୁଲୁ ମହାପାତ୍ର ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ବ୍ରାହ୍ମଣୀ ନଦୀ ପୋଲ ଉପରେ ସକାଳୁ ଏକ ମୋଟରସାଇକେଲ ପଡ଼ିଥିବା ବେଳେ ପୋଲ ତଳେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ତାଳଚେର ଉପଖଣ୍ଡ ଚିକିସିାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ତେବେ ଯୁବକ ପୋଲ ତଳେ ପଡ଼ିଥିବା ସ୍ଥାନର ନିକଟରେ ଗୋଟିଏ ଶିଶୁର ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ତେବେ ଶିଶୁ ଓ ଯୁବକଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ଆଉ ଉଭୟ ପୋଲ ତଳେ କିଭଳି ପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘର ଓ ସ୍କୁଲ ପାଚେରୀ ଭାଙ୍ଗିଲା ଦନ୍ତା

ଘର ଓ ସ୍କୁଲ ପାଚେରୀ ଭାଙ୍ଗିଲା ଦନ୍ତା

Read More...

ଏନଏଡ଼ିରେ ସାମିଲ ହେଲା ଜିଏମ ବିଶ୍ୱବିଦ୍ୟାଳୟ, ଅନଲାଇନରେ ମିଳିବ ରେକର୍ଡ଼

ଏନଏଡ଼ିରେ ସାମିଲ ହେଲା ଜିଏମ ବିଶ୍ୱବିଦ୍ୟାଳୟ, ଅନଲାଇନରେ ମିଳିବ ରେକର୍ଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page