ଏନ୍‌କାଉଣ୍ଟର: ଗୁଳି ଖାଇ ଖସିଗଲା ଦୁର୍ଦ୍ଦାନ୍ତ ସଞ୍ଜୁ

June 30, 2019, ଓଡ଼ିଶା, , Anupambharat News Bureau


ଏନ୍‌କାଉଣ୍ଟର: ଗୁଳି ଖାଇ ଖସିଗଲା ଦୁର୍ଦ୍ଦାନ୍ତ ସଞ୍ଜୁ
Anupambharat News Bureau
June 30, 2019

ଖୋର୍ଦ୍ଧା,୨୮ା୬(ଅନୁପମମିଡ଼ିଆ): ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାର ଟିଏମ୍‌ସି ରୋଡ଼ରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ ଟିମ୍‌ ସହ ଏନ୍‌କାଉଣ୍ଟରରେ ଖଣି ମାଫିଆ ଗ୍ୟାଙ୍ଗର ମୁଖ୍ୟ ତଥା ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ପ୍ରଧାନ ଆହତ ହୋଇଛି । ତେବେ ଘଟଣା ସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଛି ସଞ୍ଜୁ । ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ଏସ୍‌ଟିଏଫ ଟିମ୍‌ ସଞ୍ଜୁର ସହଯୋଗୀକୁ ଧରିବା ସହ ସେମାନେ ବ୍ୟବହାର କରୁଥିବା କାର ଓଡ଼ି-୦୨-ଭି-୩୮୮୦କୁ ଜବତ କରି ତଦନ୍ତ ଚଳାଇଛି ।
ବେଆଇନ ଖଣି ଓ ନିଶା କାରବାର ଏବଂ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ସହରର ଦୁର୍ଦ୍ଦାନ୍ତ ଅପରାଧି ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ତାର ଗ୍ୟାଙ୍ଗ ଶନିବାର ମଧ୍ୟରାତ୍ରିରେ ଏଲଆଇସି ପଡ଼ିଆଠାରେ ଆzା ଜମାଇଥିବା ଖବର ପାଇ ଏସଟିଏଫ୍‌ ଅଧିକାରୀ ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଚଢାଉ କରିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ପୋଲିସର ଗୁଳିମାଡ଼ରେ ସଞ୍ଜୁ ଏବଂ ତାଙ୍କ ଗ୍ୟାଙ୍ଗର ବହୁ ସହଯୋଗୀ ଆହତ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ସେମାନେ ଖସି ଯାଇଥିଲେ । ତେବେ ସଞ୍ଜୁର ଜଣେ ସହଯୋଗୀକୁ ଏସଟିଏଫ୍‌ ଟିମ୍‌ ଧରିବାରେ ସକ୍ଷମ ହୋଇଥିଲା । ତାର ଗୋଡ଼ରେ ଗୁଳି ବାଜିଥିବାରୁ ସେ ଯାଇ ପାରି ନଥିଲା । ଗିରଫ ଅଭିଯୁକ୍ତକୁ ଏସଟିଏଫ୍‌ କାର୍ଯ୍ୟାଳୟ ଭୁବନେଶ୍ୱରକୁ ନିଆଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ଅଭିଯୁକ୍ତମାନେ ବ୍ୟବହାର କରୁଥିବା କାରଟିକୁ ଜବତ କରାଯାଇଥିବା ବେଳେ ଉକ୍ତ କାର ଭିତରୁ ରକ୍ତ ଭିଜା ସାର୍ଟ ଓ ଖୋକାକୁ ଜବତ କରି ତଦନ୍ତ ଚଳାଇଛି ଏସଟିଏଫ ଟିମ୍‌ । ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନର ବିଫଳତା ପରେ ଏସଟିଏଫ୍‌ ଟିମ୍‌ ଖଣି ମାଫିଆ ଓ ନିଶା ବେପାରୀକୁ ଧରିବା ପାଇଁ ଜୋରଦାର ଅଭିଯାନ ଆରମ୍ଭ କରିଥିଲା । ଖୋର୍ଦ୍ଧା ସହରର ସଞ୍ଜୟ ପ୍ରଧାନ ଓ ତାର ସହଯୋଗୀଙ୍କ ନାମରେ ବେଆଇନ ପଥର ଖଣି, ଚୋର ନିଶାକାରବାର, ବନ୍ଧୁକ ଦେଖାଇ ଦାଦା ବଟି ମାଗିବା ଆଦି ମାମଲା ଜିଲ୍ଲାର ବିଭିନ୍ନ ଥାନାରେ ରହିଛି । ଖୋର୍ଦ୍ଧା ସହରର ମଧ୍ୟରେ ଦିନକୁ ଦିନ ନିଶା ଚୋରା ପଥର ଖଣି କାରବାର ଚୋରି ଡ଼କାୟତି ରାହାଜାନି, ଲୁଟ୍‌ପାଟ ବୃଦ୍ଧି ପାଇଥିବା ବେଳେ ଜିଲ୍ଲା ପୋଲିସ ସେ ସବୁକୁ ରୋକିବାରେ ଏକ ପ୍ରକାର ବିଫଳ ହୋଇଥିଲା । ଏପରିକି ଅପରାଧୀଙ୍କ ସହିତ ସଲାସୁତୁ
ରାରେ ପୋଲିସ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ଜଙ୍କିଆ ଥାନାର ତକିାଳୀନ ଥାନା ଅଧିକାରୀଙ୍କ ଅପରାଧୀଙ୍କ ସହିତ ସମ୍ପର୍କ ପଦାକୁ ଆସିଥିଲା । ଯାହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ନିନ୍ଦିତ ମଧ୍ୟ ହୋଇଥିଲା । ଅପରାଧୀ ସାବାଡ଼ ପାଇଁ ଏସଟିଏଫ୍‌ ଟିମ୍‌ର ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନେହେରୁ ବଙ୍ଗଳାରେ ଡବଲ ମର୍ଡର

ନେହେରୁ ବଙ୍ଗଳାରେ ଡବଲ ମର୍ଡର

Read More...

ପ୍ରତାପ ଷଡଙ୍ଗୀଙ୍କ ଗୁରୁତ୍ୱ ବଢ଼ୁଥିବା ଚର୍ଚ୍ଚା

ପ୍ରତାପ ଷଡଙ୍ଗୀଙ୍କ ଗୁରୁତ୍ୱ ବଢ଼ୁଥିବା ଚର୍ଚ୍ଚା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page