କିମ୍‌ଙ୍କୁ ଭେଟିବାକୁ ଉତ୍ତର କୋରିଆରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି

June 30, 2019, ବିଦେଶ, , Anupambharat News Bureau


କିମ୍‌ଙ୍କୁ ଭେଟିବାକୁ ଉତ୍ତର କୋରିଆରେ  ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି
Anupambharat News Bureau
June 30, 2019

ସିଓଲ: ଡୋନାଲï ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତିଛ ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍‌ ଜଙ୍ଗ ଉନ୍‌ଙ୍କୁ ସାକ୍ଷାତ କରିଛନ୍ତି । ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଭାଗ କରୁଥିବା ଡି-ମିଲିଟାରାଇଜଡ୍‌ ଜୋନwାରେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ସହ ହାତ ମିଳାଇଛନ୍ତି । ଏହି ସୀମାନ୍ତ ଅଞ୍ଚଳରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ୧୯୫୦-୫୩ ଯାଏ ରକ୍ତାକ୍ତ ସଂଘର୍ଷରେ ଲିପ୍ତ ଥିଲେଛ ଟ୍ରମ୍ପ ଏହି ସ୍ଥାନରେ କିମ୍‌ଙ୍କ ସହ ସାକ୍ଷାତ କରିବା ପରେ ଉତ୍ତର କୋରିଆ ମାଟିରେ ପାଦ ଦେଇଥିଲେ । ସେଠାରେ ଉଭୟ ନେତା ଗଣମାଧ୍ୟମ ସାମ୍ନାରେ ପୁଣିଥରେ ହାତ ମିଳାଇଥିଲେ । ଉତ୍ତର କୋରିଆର ସୀମାନ୍ତରୁ ଟ୍ରମ୍ପ ତାଙ୍କ ‘ବନ୍ଧୁ’ କିମଙ୍କ ସହ ଦକ୍ଷିଣ କୋରିଆ ମାଟିରେ ପାଦ ରଖିଥିଲେ । ଏଠାରେ ଉଭୟଙ୍କୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ ସ୍ୱାଗତ କରିଥିଲେ । ଟ୍ରମ୍ପ ଏ ସମ୍ପର୍କରେ କହିଛନ୍ତି, ବିଶ୍ୱ ପାଇଁ ଆଜି ସବୁଠାରୁ ବଡ଼ ଦିନ । ଏଠାରେ ମୁଁ ପହଞ୍ଚିବା ଏକ ସମ୍ମାନର ବିଷୟଛ ଏଠାରେ ଅନେକ ବଡ଼ ବଡ଼ ଘଟଣା ଘଟିଛି । ଉତ୍ତର କୋରିଆ ମାଟିରେ ପାଦ ଦେବା ମୋ ପାଇଁ ଗର୍ବର ବିଷୟ । ଏହି ସାକ୍ଷାତକାର ସମୟରେ ଟ୍ରମ୍ପ ‘ବନ୍ଧୁ’ କିମଙ୍କୁ ହ୍ୱାଇଟ୍‌ ହାଉସ୍‌କୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏଥିସହ କିମଙ୍କୁ ଟ୍ରମ୍ପ ଗଣମାଧ୍ୟମ ଆଗରେ ପ୍ରଶଂସା କରିଛନ୍ତି । ଏହି ହାତ ମିଳାଇବା ପର୍ବ ସରିବା ପରେ ଦୁଇ ନେତା ଏକ ରୁଦ୍ଧଦ୍ୱାର ବୈଠକରେ ଏକାଠି ହୋଇଥିଲେ । ଏହା ପୂର୍ବରୁ ଟ୍ରମ୍ପ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରତାପ ଷଡଙ୍ଗୀଙ୍କ ଗୁରୁତ୍ୱ ବଢ଼ୁଥିବା ଚର୍ଚ୍ଚା

ପ୍ରତାପ ଷଡଙ୍ଗୀଙ୍କ ଗୁରୁତ୍ୱ ବଢ଼ୁଥିବା ଚର୍ଚ୍ଚା

Read More...

ଆରମ୍ଭ ହେଲା ‘ମନ କି ବାତ୍‌’କାର୍ଯ୍ୟକ୍ରମ

ଆରମ୍ଭ ହେଲା ‘ମନ କି ବାତ୍‌’କାର୍ଯ୍ୟକ୍ରମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page