କେନ୍ଦ୍ରାପଡା ଜିଲ୍ଲାକୁ ଗଡ଼ିବ ଟ୍ରେନ୍‌

June 30, 2019, ଓଡ଼ିଶା, , Anupambharat News Bureau


କେନ୍ଦ୍ରାପଡା ଜିଲ୍ଲାକୁ ଗଡ଼ିବ ଟ୍ରେନ୍‌
Anupambharat News Bureau
June 30, 2019

କେନ୍ଦ୍ରାପଡା, ୩୦ା୬ (ଅନୁପମ ମିଡିଆ): କେନ୍ଦ୍ରାପଡା ଜିଲ୍ଲାକୁ ବହୁ ପ୍ରତିକ୍ଷିତ ରେଳ ପଥ ସଂଯୋଗର ଫଳ ସୂରୂପ ମଲଟିପୁଲ ଟାୱାର କାର (ରେଲ ଇିନ) ଶନିବାର ପୂର୍ବାହ୍ନରେ ପହଁଚି ନିର୍ମାଣାଧିନ ହରିଦାସପୁର - ପାରାଦୀପ ବ୍ରଡହଜ ରେଳ ପଥକୁ ପରୀକ୍ଷା ନୀରିକ୍ଷା କରିଥିବା ଦେଖାଯାଇଛି । ହରିଦାସପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ଦୀର୍ଘ ୮୨ କିଲୋମିଟର ଲମ୍ବର ବ୍ରଡଗଜ ରେଳପଥ ମଧ୍ୟରୁ ସମ୍ପୂର୍ଣ୍ଣ ହୋଇଥିବା ୪୩.୮ କିଲୋମିଟର ରେଳପଥ କେନ୍ଦ୍ରାପଡାର ଗୋପ ପର୍ଯ୍ୟନ୍ତ ରେଳପଥକୁ ପରୀକ୍ଷା କରିବା ନିମନ୍ତେ ଆଜି ହରିଦାସପୁରରୁ ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ବାହାରି କେନ୍ଦ୍ରାପଡାର ଗୋପ ପର୍ଯ୍ୟନ୍ତ ଆସିଥିଲା । ପରୀକ୍ଷା ମୂଳକ ଭାବେ ବାହାରିଥିବା ଏହି ରେଳ ଇିନ ସହିତ ଆର. ଭି. ଏନ. ଏଲର ଜେ. ଜି. ଏମ. ଏସ. କେ. ନାୟକ, ଡିଜିଏମ ରାଜୀବ ରନ ପଣ୍ଡା, ମ୍ୟାନେଜର(ଇଲେକଫ୍ରିକାଲ) ଏସ. କେ. ଘୋଷ, ଏଜିଏମ(ଇଲେକଫ୍ରିକାଲ)ଶିବରାମ ବେହେରା, ପ୍ରୋଜେକଫ ଇିନିଅର(ଇଲେକଫ୍ରିକାଲ) ରବିରନ ଝା, ଟି. ଟି. ଆଇ. ପି. ଏଲ. ର ପି. ଏମ. ରମେଶ ଝାଲା,ଏ. ଆର. ଏସ. ଏସ. ର ପି. ଏମ. ଶୁଭେନ୍ଦ୍ର ଦଣ୍ଡପାଟ ପ୍ରମୁଖ ଆସିଥିଲେ । ବିଭାଗୀୟ ଅଧିକାରୀମାନଙ୍କ କହିବା କଥା ହେଲା ଏହି ରେଳପଥରେ ରେଳ ଚାଲିବା ପୂର୍ବରୁ ଟ୍ରାକ ଠିକ ଅଛିକି ନାହିଁ ତାହା ପରୀକ୍ଷା କରିବା ନିମନ୍ତେ ସେମାନେ ମଲଟିପୁଲ ଟାୱାର କାର (ରେଲ ଇିନ) ଯୋଗେଏଠାକୁ ଆସି ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ରେଳପଥଟି ସମ୍ପୂର୍ଣ୍ଣ ନିର୍ମାଣ ହେବା ପରେ ଏହି ପଥଦେଇ ରେଳ ଚାଲିପାରିବ ବୋଲି ସେମାନେ କହିଥିଲେ । ଏହି ରେଳପଥଟିରେ ରେଳ ଚାଲିବା ପରେ କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ଆଶା ପୁରଣ ହୋଇପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପାଟକନାରେ ହାତୀଙ୍କ ଦୌରାତ୍ମ୍ୟ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନ ଓ ପନିପରିବା

ପାଟକନାରେ ହାତୀଙ୍କ ଦୌରାତ୍ମ୍ୟ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନ ଓ ପନିପରିବା

Read More...

୧ ଲକ୍ଷ ୩୯ ହଜାର କୋଟିର ବଜେଟ୍‌  ମହିଳା ସଶକ୍ତିକରଣ, ମିଶନ ଶକ୍ତିକୁ ଗୁରୁତ୍ୱାରୋପ  କୃଷି ପାଇଁ ୨୦ ହଜାର ୭୧୪ କୋଟି   କାଳିଆ ଯୋଜନା ପାଇଁ ୫,୬୧୧   ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧,୨୦୩

୧ ଲକ୍ଷ ୩୯ ହଜାର କୋଟିର ବଜେଟ୍‌ ମହିଳା ସଶକ୍ତିକରଣ, ମିଶନ ଶକ୍ତିକୁ ଗୁରୁତ୍ୱାରୋପ କୃଷି ପାଇଁ ୨୦ ହଜାର ୭୧୪ କୋଟି କାଳିଆ ଯୋଜନା ପାଇଁ ୫,୬୧୧ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧,୨୦୩

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page