କଟାପାଙ୍ଗାରେ ମାଓ ପୋଷ୍ଟର

June 27, 2019, ଓଡ଼ିଶା, , Anupambharat News Bureau


କଟାପାଙ୍ଗାରେ ମାଓ ପୋଷ୍ଟର
Anupambharat News Bureau
June 27, 2019

ଫୁଲବାଣୀ/ଘୁ.ଉଦୟଗିରି, ୨୬ା୬ (ଅନୁପମ ମିଡ଼ିଆ): ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡ଼ିଙ୍ଗିଆ ପଞ୍ଚାୟତର କଟାପାଙ୍ଗା ଗ୍ରାମରେ ଏକ ଗଛରେ ମାଓ ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ପୋଷ୍ଟରରେ ଜମି ଜଙ୍ଗଲ ଅଧିକାର ସମ୍ପର୍କରେ ଏବଂ ଛତିଶଗଡ଼ ବନ୍ଦ ଡାକରାକୁ ସମର୍ଥନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ମାଓ ପୋଷ୍ଟର ଦେଖି ସାଡ଼ିଙ୍ଗିଆ ପଞ୍ଚାୟତରେ ଲୋକେ ଭୟଭୀତ ଥିବା ଜଣାପଡ଼ିଛି । ନିର୍ବାଚନ ବେଳେ ପୋଲିଂ ପାର୍ଟିର ଗାଡ଼ିକୁ ମିଙ୍ଗୁନପଦରରେ ପୋଡ଼ି ଦେଇଥିଲେ । ସେହିପରି ଫରିଙ୍ଗିଆ ଥାନାର ବାରାହାଲାରେ ପୋଲିଂ କର୍ମଚାରୀ ସଂଯୁକ୍ତା ଦିଗାଲଙ୍କୁ ଗୁଳି କରି ମାରି ମାଓବାଦୀମାନେ ହତ୍ୟା କରିଥିଲେ । ସମ୍ପକ୍ତ ଅଞ୍ଚଳରେ ମାଓବାଦୀ ମାନଙ୍କର ଦବ୍‌ଦବା ରହିଛି । ଫଳରେ ଏହି ପୋଷ୍ଟର ମାଓବାଦୀମାନେ ମାରିଥିବା ଦୃଢ଼ ନିଶ୍ଚିତ ହୋଇଛି । ତେବେ ଦୀର୍ଘ ଦିନ ପରେ ଅଞ୍ଚଳରେ ମାଓ ପୋଷ୍ଟର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ପୋଷ୍ଟର ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

Read More...

ମନ୍ତ୍ରୀ ଜାଣି ନାହାନ୍ତି ଚାଷୀ ସଂଖ୍ୟା,  କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

ମନ୍ତ୍ରୀ ଜାଣି ନାହାନ୍ତି ଚାଷୀ ସଂଖ୍ୟା, କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page