ବସ୍‌ ଦୁର୍ଘଟଣାରେ, ୬ ମୃତ, ୪୦ ଆହତ

June 25, 2019, ଦେଶ, , Anupambharat News Bureau


ବସ୍‌ ଦୁର୍ଘଟଣାରେ,  ୬ ମୃତ, ୪୦ ଆହତ
Anupambharat News Bureau
June 25, 2019

ରାଞ୍ଚି, ୨୫ା୬: ଝାଡ଼ଖଣ୍ଡର ଗଡ଼ୱା ଜିଲ୍ଲା ଆନ୍ନାରାଜା ନାବାଦି ଘାଟିରେ ଆଜି ଏକ ଘରୋଇ ବସ୍‌ ଓଲଟି ପଡ଼ିବା ଯୋଗୁଁ ଅତିକମ୍‌ରେ ୬ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ସକାଳେ ଏକ ଘରୋଇ ବସ୍‌ ଛତିଶଗଡ଼ର ଅମ୍ବିକାପୁର ଠାରୁ ଝାଡ଼ଖଣ୍ଡର ଗାଡ଼ୱା ଜିଲ୍ଲାକୁ ଯାତ୍ରା କରୁଥିଲେ । ତେବେ ଘାଟି ଅଞ୍ଚଳରେ ବସ୍‌ଟି ଯାତ୍ରା କରୁଥିଲା ବେଳେ ଏକ ଜଟିଳ ବୁଲାଣିରେ ବସ୍‌ଟି ନିୟନ୍ତ୍ରଣ ହରାଇ ଘାଟି ତଳ ଅଞ୍ଚଳ ଗଭୀର ଖାତ ମଧ୍ୟକୁ ଓଲଟି ପଡ଼ିଥିଲା । ଫଳରେ ବସ୍‌ ତଳେ ହିଁ ବହୁ ସଂଖ୍ୟକ ଯାତ୍ରୀ ଚାପି ହୋଇ ରହିଯାଇଥିଲେ । ତୁରନ୍ତ ସ୍ଥାନୀୟ ଅଞ୍ଚଳରେ କିଛି ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ତତ୍‌କ୍ଷଣାତ୍‌ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ତେବେ ଘାଟି ଅଞ୍ଚଳ ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ପୋଲିସ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ବହୁ ବିଳମ୍ବରେ ପହଞ୍ଚିଥିଲେ । ପ୍ରଭାବିତ ଲୋକ ମାନଙ୍କର କୌଣସି ପରିଚୟ ସ୍ପଷ୍ଟ ଜଣାପଡ଼ି ନାହିଁ ବୋଲି ଗଡ଼ୱା ପୋଲିସ ଆରକ୍ଷୀ ଅଧିକ୍ଷକ ଶିବାନୀ ତିୱାରୀ ସୂଚନା ଦେଇଛନ୍ତି । ଗୁରୁତର ଆହତଙ୍କୁ ସ୍ଥାନୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

Read More...

ବିଭିନ୍ନ ମିକ୍ସଚର୍‌ ଓ କାଜୁ ଫ୍ୟାକଫି୍ର ଉପରେ ଚଢାଉ, ଛ’ଅଖା ପଲିଥିନ୍‌ ଜବତ, ୧ଲକ୍ଷ ଟଙ୍କା ଜରିମାନା

ବିଭିନ୍ନ ମିକ୍ସଚର୍‌ ଓ କାଜୁ ଫ୍ୟାକଫି୍ର ଉପରେ ଚଢାଉ, ଛ’ଅଖା ପଲିଥିନ୍‌ ଜବତ, ୧ଲକ୍ଷ ଟଙ୍କା ଜରିମାନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page