ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ :କମିଲା ପାସ୍‌ ହାର , ପୁଣି ଝିଅ ଆଗରେ

June 21, 2019, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ :କମିଲା ପାସ୍‌ ହାର ,  ପୁଣି ଝିଅ ଆଗରେ
Anupambharat News Bureau
June 21, 2019

ଭୁବନେଶ୍ୱର, ୨୧ ।୬ (ଅନୁପମ ମିଡିଆ): ସିଏଚଏସଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏହାସହ ଧନ୍ଦାମୂଳକ ଶିକ୍ଷାର ରେଜଲଫ ମଧ୍ୟ ବାହାରିଛି । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି । କଳାରେ ୬୫.୮୯% ପିଲା ପାସ୍‌ କରିଥିବା ବେଳେ ବାଣିଜ୍ୟରେ ୭୦.୨୬% ପାସ୍‌ କରିଛନ୍ତି । ଉଭୟ ପାଠ୍ୟକ୍ରମରେ ଏଥର ପାସ୍‌ ହାର କମିଛି । ଗତ ବର୍ଷ କଳାରେ ୬୮.୭୯% ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବାଣିଜ୍ୟରେ ୭୪.୯୧% ପାସ୍‌ କରିଥିଲେ ।
ଅନ୍ୟପକ୍ଷରେ ଧନ୍ଦାମୂଳକ ଶିକ୍ଷାରେ ପାସ୍‌ ହାର ୫୨.୬୪ % ରହିଛି । ଯାହା ଗତ ବର୍ଷ ତୁଳନାରେ ୦.୦୧% ଅଧିକ । କଳାରେ ପାସ୍‌ ହାରରେ ବାଲେଶ୍ୱର ଜିଲ୍ଲା ୭୫.୬୭ ପ୍ରତିଶତ ସହ ଆଗରେ ଥିବା ବେଳେ ନବରଙ୍ଗପୁର ଜିଲ୍ଲା ୪୭.୪୬ ପ୍ରତିଶତ ସହ ପଛରେ ରହିଛି ।
ଏଥର କଳାରେ ମୋଟ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍‌ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୮,୭୭୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨,୯୪୪ ଜଣ ଦ୍ୱିତୀୟ ଓ ୧ ଲକ୍ଷ ୧୦ ହଜାର ୪୫୨ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି ।
ସେମାନଙ୍କ ମଧ୍ୟରେ ୫୭.୪୪୨ ଜଣ ଛାତ୍ର ଥିବା ବେଳେ ୯୪,୮୮୧ ଛାତ୍ରୀ ପାସ୍‌ କରିଛନ୍ତି । କଳାରେ ୪ଟି କଲେଜରେ ଶତପ୍ରତିଶତ ଫଳାଫଳ ହୋଇଥିବା ବେଳେ ଦୁଇଟି କଲେଜର ଫଳାଫଳ ଶୂନ ହୋଇଛି । ଏଥିରୁ ଗୋଟିଏ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଆଉ ଗୋଟିଏ ଯାଜପୁର ଜିଲ୍ଲାର ।
ସେହିପରି ବାଣିଜ୍ୟରେ ୨୬,୭୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮,୮୨୬ ଜଣ ପାସ୍‌ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫,୬୨୯ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ବେଳେ ୩,୭୮୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୯,୪୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୧,୭୩୮ ଜଣ ଛାତ୍ର ଥିବା ବେଳେ ୭୦୮୮ ଜଣ ଛାତ୍ରୀ ଅଛନ୍ତି । ବାଣିଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୬.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଦେବଗଡ ଜିଲ୍ଲାରେ ସର୍ବନିମ୍ନ ୨୪.୩୪ ପ୍ରତିଶତ ପିଲା ପାସ୍‌ କରିଛନ୍ତି । ବାଣିଜ୍ୟରେ ୪ଟି କଲେଜରେ କେହି ପିଲା ପାସ୍‌ କରି ନାହାନ୍ତି ।
ଅପରପକ୍ଷରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୭,୮୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪,୧୨୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ଏବଂ ପାସ୍‌ ହାର ୫୨.୬୪ ପ୍ରତିଶତ ରହିଛି । ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୯୮୨ ଜଣ ଛାତ୍ର ଥିବା ବେଳେ ୨୧୪୧ ଜଣ ଛାତ୍ରୀ ଅଛନ୍ତି । ୫୪୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧,୭୦୭ ଜଣ ଦ୍ୱିତୀୟ ଓ ୧୭୧୪ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୭୪.୩୪ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ନବରଙ୍ଗପୁରରେ ସର୍ବନିମ୍ନ ୮.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଂଲଣ୍ଡକୁ ହରାଇ ଶ୍ରୀଲଙ୍କା ଉଜ୍ଜୀବିତ

ଇଂଲଣ୍ଡକୁ ହରାଇ ଶ୍ରୀଲଙ୍କା ଉଜ୍ଜୀବିତ

Read More...

ଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page