ଅମର, ସସ୍ମିତ ଓ ଅଶ୍ୱିନୀ ଯିବେ ରାଜ୍ୟସଭା

June 21, 2019, ଓଡ଼ିଶା, , Anupambharat News Bureau


 ଅମର, ସସ୍ମିତ ଓ ଅଶ୍ୱିନୀ ଯିବେ ରାଜ୍ୟସଭା
Anupambharat News Bureau
June 21, 2019

ଭୁବନେଶ୍ୱର, ୨୧ ।୬ ।(ଅନୁପମ ମିଡିଆ): ରାଜ୍ୟସଭାରେ ଖାଲିଥିବା ଓଡିଶାର ୩ ଟି ସାଂସଦ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅମର ପଟ୍ଟନାୟକ, ସସ୍ମିତ୍‌ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଛନ୍ତି । ପ୍ରାର୍ଥୀ ପାଇଁ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ମୁଖ୍ୟମନ୍ତ୍ରୀ ଘୋଷଣା ପରେ ତାର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଜେପି ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ଅଶ୍ୱିନୀ ବୈଷ୍ଣବ ତାଙ୍କର ଦଳୀୟ ପ୍ରାର୍ଥୀ ବୋଲି ପ୍ରକାଶ ପାଇଥିଲା । ଯାହାଫଳରେ ସେଥିନେଇ ଏହାର ପ୍ରାର୍ଥିତ୍ୱ ନେଇ ଚର୍ଚ୍ଚା ହୋଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ବୈଷ୍ଣବ ବିଜେପିର ପ୍ରାର୍ଥୀ, ବିଜେଡ଼ି ତାଙ୍କୁ ସମର୍ଥନ କରିବ । ଏ ନେଇ ପ୍ରଧାନ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅମର ପଟ୍ଟନାୟକ ବିଜେଡ଼ି ଆଇଟି ସେଲର ଅଧ୍ୟକ୍ଷ ରହିଥିଲା ବେଳେ ସସ୍ମିତ ପାତ୍ର ଦଳର ମୁଖପାତ୍ର ଅଛନ୍ତି । ସେହିପରି ଅଶ୍ୱିନୀ ବୈଷ୍ଣବ ଅଟଳ ବିହାରୀ ବାଜପେୟୀଙ୍କର ବ୍ୟକ୍ତିଗତ ସଚିବ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟସଭା ପ୍ରାର୍ଥୀ ପାଇଁ ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି । ସୂଚନାଯୋଗ୍ୟ ଯେ ଓଡ଼ିଶାରୁ ଅଚୁ୍ୟତାନନ୍ଦ ସାମନ୍ତ, ପ୍ରତାପ କେଶରୀ ଦେବ ଓ ସୌମ୍ୟ ରଂଜନ ପଟ୍ଟନାୟକ ଇସ୍ତଫା ପ୍ରଦାନ କରିଛନ୍ତି । ଏମାନଙ୍କ ସ୍ଥାନରେ ଅମର , ସସ୍ମିତ ଓ ଅଶ୍ୱିନୀଙ୍କ ନାମରେ ମୋହର ଲଗାଇଛନ୍ତି ବିଜେଡି ସୁପ୍ରିମୋ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ

Read More...

ଯୋଗ ମୁଦ୍ରାରେ ସାରା ଦେଶ

ଯୋଗ ମୁଦ୍ରାରେ ସାରା ଦେଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page