ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

June 21, 2019, ଓଡ଼ିଶା, , Anupambharat News Bureau


ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’
Anupambharat News Bureau
June 21, 2019

ସୁନ୍ଦରଗଡ଼,୨୧ା୬(ଅନୁପମ ମିଡ଼ିଆ) : ପାଟଣାଗଡ଼ର ବିଜେଡି ବିଧାୟକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠ୍‌ବସ୍‌ କରିବା ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ଆଜି ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ସରକାରୀ କର୍ମଚାରୀମାନଙ୍କୁ ଅନୁରୂପ ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଆଜି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ନବମ ପଞ୍ଚାୟତ ସମିତି ବୈଠକରେ ଶ୍ରୀମତି ଟେଟେ ତାଙ୍କ କଥା ନ ମାନିଲେ ସରକାରୀ କର୍ମଚାରୀମାନଙ୍କୁ ସେ ଉଠ୍‌ବସ୍‌ କରାଇବେ ବୋଲି ଧମକ ଦେଇଛନ୍ତି । ବିଧାୟିକା ନିର୍ବାଚିତ ହେବା ପରେ ଶ୍ରୀମତି ଟେଟେ ଆଜି ପ୍ରଥମ ଥର ପାଇଁ ପଞ୍ଚାୟତ ସମିତି ବୈଠକରେ ଅତିଥି ଭାବେ ଉପସ୍ଥିତ ଥିଲେ । ତେବେ ବୈଠକରେ କୁସୁମଙ୍କର ଉଗ୍ର ବ୍ୟବହାର ସମସ୍ତଙ୍କୁ ଚକିତ କରିଥିଲା । ବିଶେଷକରି ତାଙ୍କର ପ୍ରଟୋକଲ୍‌ ଉଲ୍ଳଂଘନ ଓ ଅଶାଳୀନ ବ୍ୟବହାରକୁ ନେଇ ଉପସ୍ଥିତ ଜନପ୍ରତିନିଧିମାନେ ଖୋଲାଖୋଲି ଅସନ୍ତୋଷ ଓ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ପ୍ରୋଟୋକଲ୍‌ ଅନୁସାରେ, ସଭାମଞ୍ଚରେ ଅନଧିକୃତ ବ୍ୟକ୍ତିଙ୍କ ବସିବା ନେଇ ନିୟମ ନଥିବା ବେଳେ ବିଧାୟିକା ନିଜର ଦୁଇ ଜଣ ସମର୍ଥକଙ୍କୁ ଡାକି ମଞ୍ଚରେ ବସାଇଥିଲେ । କେବଳ ସେତିକି ନୁହେଁ, ଦସ୍ତଖତ ରେଜିଷ୍ଟାରରେ ତାଙ୍କ ନାମ ତଳେ ଥିବାରୁ ବିଧାୟିକା ଭୀଷଣ ଭାବେ ରାଗିଯାଇ ତାହାକୁ ଚିରି ଦେଇଥିଲେ । ତାଙ୍କ ନାମ ସବା ଉପରେ ଲେଖାଯିବାକୁ ତାଗିଦ କରିଥିଲେ । ତାଙ୍କ କ୍ରୋଧ ସେତିକିରେ ଥମି ନଥିଲା, ସେ ଚେତାବନୀ ଦେଇ କହିଥିଲେ ଯେ ତାଙ୍କ କଥା ଅଧିକାରୀ ବା କର୍ମଚାରୀମାନେ ନ ମାନିଲେ ସେମାନଙ୍କୁ ସେ ଉଠ୍‌ବସ୍‌ କରାଇବେ । ତାଙ୍କର ଏଭଳି ଆଚରଣ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟ, କୁସୁମଙ୍କୁ ବିଜେଡ଼ି ଟିକେଟ୍‌ ନଦେବାରୁ ସେ ବିଜେପିରୁ ଲଢ଼ି ସୁନ୍ଦରଗଡ଼ ବିଧାୟିକା ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

Read More...

ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page