ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

May 13, 2019, ଓଡ଼ିଶା, ଜଗତସିଂହପୁର, Anupambharat News Bureau


ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ
Anupambharat News Bureau
May 13, 2019

ମାହାଙ୍ଗା ୧୨ା୫ (ଅନୁପମ ମିଡିଆ) : ମାହାଙ୍ଗା ଥାନା ଅଂଚଳରେ ଏକ ବାଲ୍ୟ ବିବାହକୁ ପ୍ରଶାସନ ତରଫରୁ ରୋକାଯାଇ ପାରିଥିବା ଘଟଣା ମାହାଙ୍ଗା ଅଂଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ପଂଚାୟତର କପିଳେଶ୍ୱର ମନ୍ଦିରରେ ସେହି ଗ୍ରାମର ଜନୈକା ୧୭ ବର୍ଷିୟା ନାବାଳିକା କନ୍ୟାକୁ ଯାଜପୁର ଜିଲ୍ଲା ଶଙ୍ଖ ଗ୍ରାମର ରଜନୀ କାନ୍ତ ଜେନା ବିବାହ କରୁଥିବା ସମୟରେ ମାହାଙ୍ଗା ଥାନା ଅଧିକାରୀ ରଂଜନ କୁମାର ପ୍ରଧାନଙ୍କ ସମେତ ଚାଇଲ୍‌ଡ ଲାଇନ୍‌ ଆସୋସ୍ତି ଫାଉଣ୍ଡେସନ ଓ ଆନ୍ତର୍ଜାତୀକ ମାନବ ଅଧିକାର କର୍ମୀ ଘଟଣାସ୍ଥଳରେ ପହଂଚି ଏହି ବାଲ୍ୟ ବିବାହକୁ ରୋକିଥିଲେ । ଉକ୍ତ ଝିଅର ବୟସ ୧୮ ବର୍ଷ ହୋଇନଥିବାରୁ ଏହି ବିବାହ ହୋଇପାରିବ ନାହିଁ ବୋଲି ପ୍ରଶାସନ ତଥା ଶିଶୁ ମଙ୍ଗଳ ସମିତିର କର୍ମକର୍ତା ମାନଙ୍କ ପକ୍ଷରୁ ରୋକ୍‌ ଲଗାଯାଇ ଏହି ବିବାହକୁ ବନ୍ଦ୍‌ କରାଯାଇଥିଲା । ୧୮ ବର୍ଷ ହେବା ପରେ ଏହି ବିବାହ ସଂପନ୍ନ କରାଯିବ ବୋଲି ସଂପୃକ୍ତ ଝିଅର ବାପା ଜିଲ୍ଲା ଶିଶୁ ମଙ୍ଗଳ ସମିତିର କର୍ମକର୍ତାଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି । ଏହି ଭଳି ବାଲ୍ୟ ବିବାହକୁ ରୋକିବାରେ ପ୍ରଶାସନ ସଫଳ ହୋଇଥିଲା ବେଳେ ମାହାଙ୍ଗା ଅଂଚଳରେ ଲୁଚି ଛପି ଏହି ଭଳି ବାଲ୍ୟ ବିବାହ ବହୁ ପରିମାଣରେ ଚାଲିଥିବା ଅନୁରୂପ ଅଭିଯୋଗ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୦ ଦିନ ପରେ ରାଜଧାନୀରେ ଆଲୁଅ

୧୦ ଦିନ ପରେ ରାଜଧାନୀରେ ଆଲୁଅ

Read More...

ଆଠ ବଖରା ଘର ସହ ଜଳିଗଲେ ନବ ବିବାହିତା ମହିଳା

ଆଠ ବଖରା ଘର ସହ ଜଳିଗଲେ ନବ ବିବାହିତା ମହିଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page