ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

June 19, 2019, ଦେଶ, , Anupambharat News Bureau


ଓମ୍‌ ବିର୍ଲା ଲୋକସଭା ବାଚସ୍ପତି
Anupambharat News Bureau
June 19, 2019

ନୂଆଦିଲ୍ଲୀ,୧୯ା୬: ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଆଜି ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଆଜି ଏହି ପଦବୀ ଲାଗି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଓମ୍‌ ବିର୍ଲାଙ୍କ ପ୍ରାର୍ଥିତ୍ୱକୁ କଂଗ୍ରେସ, ଡିଏମ୍‌କେ, ଟିଏନ୍‌ସି, ବିଜେଡି, ୱାଇଏସ୍‌ଆର୍‌ କଂଗ୍ରେସ, ଜେଡିୟୁ ଏବଂ ଶିବସେନା ପ୍ରମୁଖ ସମର୍ଥନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାର ବାଚସ୍ପତି ଭାବେ ବିର୍ଲାଙ୍କୁ ହିଁ ପ୍ରଥମ ଚୟନ କରିଥିଲେ । ଏହା ପରେ ପରେ କାମଚଳା ବାଚସ୍ପତି ଡ. ବିରେନ୍ଦ୍ର କୁମାର ଲୋକସଭାର ବାଚସ୍ପତି ଭାବେ ବିର୍ଲାଙ୍କ ନାମକୁ ଘୋଷଣା କରି ଶୁଭେଚ୍ଛା ଜଣାଇଥିଲେ । ତତ୍‌ ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ଦଳର ନେତାମାନଙ୍କ ଗହଣରେ ଓମ୍‌ ବିର୍ଲା ବାଚସ୍ପତିଙ୍କ ଆସନ ନିକଟକୁ ଯାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ନୂତନ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତି ଓମ୍‌ ବିର୍ଲା ଦୀର୍ଘ ଦିନ ଧରି ଜନ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ରାଜସ୍ଥାନର କୋଟା ଲୋକସଭା ନିର୍ବାଚନ ଆସନରୁ ସେ ପ୍ରତିନିଧିତ୍ୱ କରୁଛନ୍ତି ବୋଲି ମୋଦି କହିଥିଲେ । ନୂତନ ଭାବେ ନିର୍ବାଚିତ ବାଚସ୍ପତି ଓମ୍‌ ବିର୍ଲା ମଧ୍ୟ ଗୃହର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ । ଗୃହରେ କାର୍ଯ୍ୟଧାରା ଶାନ୍ତି ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ନୂତନ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯେ ଜଣେ ବିଶିଷ୍ଟ କୃଷି ବିଜ୍ଞାନୀବିତ୍‌ ଓ ସମାଜସେବୀ ଭାବେ ଓମ୍‌ ବିର୍ଲା ନିଜର ରାଜନୈତିକ ଜୀବନୀ ଛାତ୍ରନେତା ଭାବେ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୩, ୨୦୦୮ ଓ ୨୦୧୩ରେ ଓମ୍‌ ବିର୍ଲା ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୧୪ରେ ସେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚିତ ହୋଇଥିଲେ । ୨୦୧୯ରେ ପୁଣି ଦ୍ୱିତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୧ରେ ଯୁକ୍ତ ଦୁଇ  କଳା, ବାଣିଜ୍ୟ ରେଜଲଫ

୨୧ରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ

Read More...

ନବୀନଙ୍କ ରଣନୀତି: କ’ଣ ହେବ ରାଜ୍ୟ ବିଜେପିର ଦଶା

ନବୀନଙ୍କ ରଣନୀତି: କ’ଣ ହେବ ରାଜ୍ୟ ବିଜେପିର ଦଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page