ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

June 19, 2019, ଦେଶ, , Anupambharat News Bureau


ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌
Anupambharat News Bureau
June 19, 2019

ନୂଆଦିଲ୍ଲୀ: ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍‌ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ । ବର୍ତ୍ତମାନ ନିର୍ବାଚନ କମିଶନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଏବଂ ତାଙ୍କ ସାଂସଦ ପଦ ଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ନିର୍ବାଚନ କ୍ୟାମ୍ପେନ୍‌ ପାଇଁ ୭୦ ଲକ୍ଷ ଟଙ୍କା ସର୍ବାଧିକ ଖର୍ଚ୍ଚ ପାଇଁ ନିୟମ ରହିଥିଲାବେଳେ ସେ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି । ଆଉ ଏଥିପାଇଁ ଇସି ସନ୍ନିଙ୍କୁ ନୋଟିସ୍‌ ପଠାଇପାରନ୍ତି । ଇସିଙ୍କ କହିବା ଅନୁଯାୟୀ, ନିର୍ବାଚନୀ ଖର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ସୀମା ଟପିଲେ ସେଭଳି ସାଂସଦଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ସାଂସଦଙ୍କୁ ନିଲମ୍ବନ କରିବାର କ୍ଷମତା ମଧ୍ୟ ଇସିଙ୍କ ପାଖରେ ରହିଛି । ନିର୍ବାଚନର କିଛି ଦିନ ପୂର୍ବରୁ ହିଁ ସନ୍ନି ବିଜେପିରେ ଯୋଗଦେଇଥିଲେ । ବିଜେପି ସନ୍ନିଙ୍କୁ ଗୁରୁଦାସପୁରରୁ ପ୍ରାର୍ଥୀ କରିଥିଲା । ସେ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ଼ଙ୍କୁ ୮୦ ହଜାର ଭୋଟ୍‌ରେ ହରାଇଥିଲେ । ଏହା ପୂର୍ବରୁ ଅଭିନେତା ବିନୋଦ ଖାନ୍ନାଙ୍କ ଆସନ ଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪୯ ବର୍ଷରେ ରାହୁଲ ଗାନ୍ଧି

୪୯ ବର୍ଷରେ ରାହୁଲ ଗାନ୍ଧି

Read More...

ବିହାରରେ ଥମୁନି ଶିଶୁ ମୃତ୍ୟୁ

ବିହାରରେ ଥମୁନି ଶିଶୁ ମୃତ୍ୟୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page