ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

June 19, 2019, ଓଡ଼ିଶା, , Anupambharat News Bureau


 ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର
Anupambharat News Bureau
June 19, 2019

କେନ୍ଦୁଝର, ୧୯ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର ବେହେରା ଓଜେଇଇ(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା)ର ଲାଟେରାଲ ଏଣ୍ଟ୍ରି ବିଟେକରେ ରାଜ୍ୟରେ ଟªର ହୋଇଥିବା ଜଣାପଡିଛି । ଆଜି ଓଜେଇଇ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଭବାନୀ ଶଙ୍କର ବେହେରାଙ୍କର ଏହି ସଫଳତା କେବଳ ଘଟଗାଁ ବ୍ଲକ ନୁହେଁ ସମଗ୍ର କେନ୍ଦୁଝର ଜିଲାକୁ ଗୌରବ ଆଣି ଦେଇଛି । ଭବାନୀଶଙ୍କରଙ୍କ ପିତା ଗୁରୁଚରଣ ବେହେରା ପିପିଳିଆ ଛକରେ ଏକ ଛୋଟ ଜଳଖିଆ ଦୋକାନ କରିଥିବାବେଳେ ମାଆ ଅତସୀ ବେହେରା ଜଣେ ସାଧାରଣ ଗୃହିଣୀ ଅଟନ୍ତି । ପୁଅର ଏହି ସଫଳତାରେ ପିତାମାତା ଖୁସିବ୍ୟକ୍ତ କରିଛନ୍ତି । ଭବାନୀଶଙ୍କର ପିପିଳିଆ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨ ଅଧ୍ୟୟନ କରିବା ପରେ ଲକ୍ଷ୍ମୀନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ ୩ ପାଠ ସଫଳତାର ସହ ଶେଷ କରି ବାପାଙ୍କୁ ଜଳଖିଆ ଦୋକାନରେ ସାହାଯ୍ୟ କରି ଆସୁଥିଲେ । ମାଟ୍ରିକ୍‌ ପଢିବା ସମୟରୁ ଜଣେ ଇଞ୍ଜିନିୟର ହେବାକୁ ଆଶା ରଖିଥିବା ଭବାନୀ ଶଙ୍କର ଓଜେଇଇ ଟªର ହେବା ପରେ ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ,ଘସିପୁରା ବିଧାୟକ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ତଥା ଆଶୀର୍ବାଦ ଜଣାଇ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

Read More...

ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page