ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

June 19, 2019, ଓଡ଼ିଶା, , Anupambharat News Bureau


ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌
Anupambharat News Bureau
June 19, 2019

ଅନୁଗୋଳ,୧୯ା୬ (ଅନୁପମ ମିଡିଆ): ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗ୍ରାମରେ ସଂଘଟିତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଜଜ୍‌(ପକ୍‌ସୋ) ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ମଣ୍ଟୁ ଓରଫ କିଶୋର ସାହୁକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଆଉ ଏକ ସଶ୍ରମ କାରଦଣ୍ଡାଦେଶ ହୋଇଛି । ବିବରଣୀରୁ ପ୍ରକାଶ, ଗତ ୨୦୧୪ ମସିହାରେ ନାବାଳିକା ଜଣକ ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ନିବାସୀ କିଶୋର ସିଂହଙ୍କ ଘରେ ତାଙ୍କ ବିଧବା ଭଉଣୀଙ୍କ ପୁଅଝିଅକୁ ଦେଖାଶୁଣା କାମରେ ନିୟୋଜିତ ଥିଲେ । ଦିନେ ନାବାଳିକା ଜଣକ ଘରେ ଏକାକୀ ଥିବାର ସୁଯୋଗ ନେଇ କିଶୋର ତାଙ୍କୁ ଦୁଷ୍କର୍ମ କରିଥିଲା । ତେବେ ମାମଲା ଆଗକୁ ନବଢ଼ାଇବା ପାଇଁ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲା । ପୀଡ଼ିତା ଜଣକ କିଶୋରର ଭଉଣୀକୁ ଘଟଣା ସଂପର୍କରେ ଅବଗତ କରିବା ପରେ ସେ ବି ବିବାହ କରାଇବା ନେଇ ଆଶ୍ୱାସନା ଦେଇଥିଲେ । ତେବେ ଘଟଣା ପରେ ପୀଡ଼ିତା ଜଣକ ସେଠାରେ ନରହି ନିଜ ଗାଁକୁ ଚାଲି ଆସିଥିଲେ । ୩ ବର୍ଷ ପରେ ଗତ ଜାନୁଆରୀ ୨୦୧୭ରେ କିଶୋର ଅନnତ୍ର ବିବାହ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜାଣିବା ପରେ ସେ ସଙ୍ଗେ ସଙ୍ଗେ ତା ସହ ଯୋଗାଯୋଗ କରିଥିଲେ । ମାତ୍ର କିଶୋର ବିବାହ କରିବାକୁ ମନା କରିବାରୁ ସେ ବ୍ରିକମପୁର ଥାନାରେ ଏତଲା ଦେଇଥବଲେ ।
ଏହି ମାମଲାର ବିଚାର ବେଳେ ୯ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା । ଘଟଣାରେ କିଶୋର ଦୋଷୀ ସାବସ୍ତ୍ୟ ହେବାରୁ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସ୍ୱତନ୍ତ୍ର ପବ୍ଲିବ ପ୍ରସିକ୍ୟୁଟର ସରୋଜ ପଟ୍ଟନାୟକ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

Read More...

ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

ଷ୍ଟାଫନର୍ସଙ୍କ ଅବହେଳାରୁ ରୋଗୀଙ୍କ ମୃତୁ୍ ନେଇ ଉତ୍ତେଜନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page